What's Hot
Author: Purva Paksha
ଆରଆଇଆର୍ ପାଇଁ ପ୍ରୋତ୍ସାହନ ପ୍ୟାକେଜ୍କୁ ଓଡ଼ିଶାର ଅନୁମୋଦନ, ଭୁବନେଶ୍ୱରରେ ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ସେମିକଣ୍ଡକ୍ଟର କାରଖାନା
ଭୁବନେଶ୍ୱରରେ ଭାରତର ପ୍ରଥମ ସିଲିକନ୍ କାର୍ବାଇଡ୍ (ଏସ୍ଆଇସି) ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ଆର୍ଆଇଆର) ପାଇଁ ଏକ କଷ୍ଟମାଇଜ୍ଡ୍ ପ୍ରୋତ୍ସାହନ ପ୍ୟାକେଜ୍କୁ ବୁଧବାର ଓଡ଼ିଶା କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରକଳ୍ପର ମୋଟ ବିନିଯୋଗ ଖର୍ଚ୍ଚ ପ୍ରାୟ ୬୧୮.୬୦ କୋଟି ଟଙ୍କା ଏବଂ ଏହା ଦୁଇବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ। ଦେଶରେ ପ୍ରଥମ ଥର ପାଇଁ ଆର୍ଆଇଆର ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୭ ତାରିଖରେ ଭୁବନେଶ୍ୱର ଇନ୍ଫୋଭ୍ୟାଲିସ୍ଥିତ ଇଲେକ୍ଟ୍ରୋନିକ୍ ମ୍ୟାନୁଫାକ୍ଚରିଂ କ୍ଲଷ୍ଟର (ଇଏମସି) ପାର୍କରେ ଏହି ଉତ୍ପାଦନ କାରଖାନାର ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଥିଲା। ଆର୍ଆଇଆର କମ୍ପାନୀକୁ ୫୦ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ପୂର୍ବରୁ ପ୍ରୋତ୍ସାହନ ରାଶି ୩୦ ପ୍ରତିଶତ ଦିଆଯାଉଥିଲା । ଏବେ ଅତିରିକ୍ତ ୨୦% ପ୍ରତିଶତ ପ୍ରୋତ୍ସାହନ ରାଶି ଅଧିକ ପ୍ରଦାନ କରାଯିବ । ଏହି ପ୍ରୋତ୍ସାହନ ରାଶି ପରିମାଣ ୧୧୦…
