Author: Purva Paksha

ଡଲାର ତୁଳନାରେ ଭାରତୀୟ ମୁଦ୍ରା ବା ଟଙ୍କା କ୍ରମାଗତଭାବେ ଦୁର୍ବଳ ହେଉଥିବାରୁ ଦେଶର ଅର୍ଥନୀତି ଉପରେ ତାହାର ସମ୍ଭାବ୍ୟ ପ୍ରତିକୂଳ ପ୍ରଭାବକୁ ନେଇ ଅର୍ଥଶାସ୍ତ୍ରୀଙ୍କ ମହଲରେ ଚିନ୍ତା ଓ ଉଦ୍‌‌ବେଗ ପ୍ରକାଶ ପାଇଛି। ଗତ ଦୁଇମାସ ମଧ୍ୟରେ ଟଙ୍କା ୨ ପ୍ରତିଶତ ଅଧିକ ଦୁର୍ବଳ ହୋଇଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇ ସର୍ବନିମ୍ନ ସ୍ତର ୮୬.୬ରେ ପହଞ୍ଚିଛି। ଏହି ସ୍ଥିତିରେ ସୁଧାର ଆଣିବା ସକାଶେ ରିଜର୍ଭ ବ୍ୟାଙ୍କ ଗଚ୍ଛିତ ମୁଦ୍ରା ଭଣ୍ଡାରରୁ ଡଲାର ବିକିବା ଆରମ୍ଭ କରିଛନ୍ତି। ଏହା ସତ୍ତ୍ୱେ ସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଟଙ୍କାର ସ୍ଥିତି କ୍ରମାଗତ ଦୁର୍ବଳ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ବାଣିଜ୍ୟ ନିଅଣ୍ଟ ଅଧିକରୁ ଅଧିକ ଚିନ୍ତା ବଢ଼଼ାଉଛି। ରପ୍ତାନି ଅପେକ୍ଷା ଅଧିକ ଆମଦାନୀ କରିବାକୁ ପଡ଼ୁଥିବାରୁ ଆୟକୁ ଦେୟ କୁଳେଇ ପଡ଼ୁଛି। ଟଙ୍କା ଦୁର୍ବଳ ସ୍ଥିତିରେ ଥିବାରୁ ଆମଦାନୀ ବାବଦରେ ଭାରତକୁ ଅଧିକ ଡଲାର ଅପଚୟ କରିବାକୁ ପଡ଼ୁଛି। ଏବାବଦରେ…

Read More