Author: Purva Paksha

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମ୍ଏପିଭି) ଯୋଜନାରେ ରାଜ୍ୟର ସମସ୍ତ ପଞ୍ଚାୟତରେ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ଆଦର୍ଶ ବିଦ୍ୟାଳୟଭାବେ ଉନ୍ନୀତ କରିବା ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଜ୍ୟର ୬୭୯୪ଟି ପଞ୍ଚାୟତରେ ଏହି ମଡେଲ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ୨୦୨୪-୨୫ରୁ ୨୦୨୮-୨୯ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଯୋଗୁଁ ୧୧,୯୩୯ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ବିଦ୍ୟାଳୟରେ ନାମଲେଖା ସଂଖ୍ୟା ଉପରେ ନିର୍ଭର କରି ପ୍ରତି ବିଦ୍ୟାଳୟ ପିଛା ମୋଟାମୋଟି ଖର୍ଚ୍ଚ ଆକଳନ ଏକ କୋଟି ଟଙ୍କାରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ତେବେ ପ୍ରକୃତ ଖର୍ଚ୍ଚ ପ୍ରତ୍ୟେକ ସ୍କୁଲର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଆଧାରରେ ହେବ ବୋଲି ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି। ଆଦର୍ଶ ବିଦ୍ୟାଳୟ ଯୋଜନାରେ…

Read More