Author: Purva Paksha

Saif Ali Khan: ୧୯୬୫ର ଭାରତ-ପାକ୍ ଯୁଦ୍ଧ ପରେ ଶତ୍ରୁ ସମ୍ପତ୍ତି ଆଇନ ପ୍ରଣୟନ କରାଯାଇଥିଲା। ଏହା ଅଧୀନରେ ଯେଉଁମାନେ ଦେଶ ବିଭାଜନ ପରେ ଦେଶ ଛାଡ଼ି ପାକିସ୍ତାନ ଯାଇ ସେଠାରେ ବସବାସ କରିଥିଲେ, ସେମାନଙ୍କ ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତିଭାବେ ବିବେଚନା କରାଯାଉଥିଲା। ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସୈଫ୍‍ଙ୍କୁ ତାଙ୍କ ନିଜ ଘରେ ଛୁରିରେ ଆକ୍ରମଣ କରାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସୈଫଙ୍କୁ ଡିସଚାର୍ଜ କରାଯାଇଛି ଏବଂ ଆକ୍ରମଣର ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ସେପଟେ ସୈଫ୍ ଅଲ୍ଲୀ ଖାନ୍‍ ଓ ତାଙ୍କ ପରିବାରର ଭୋପାଳ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ପ୍ରାୟ ୧୫ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ବାସ୍ତବରେ ପଟୌଦି ପରିବାରର ଏହି ସମ୍ପତ୍ତି ସରକାରଙ୍କ କବ୍ଜାକୁ ଯାଇପାରେ, ଯାହାକୁ ନେଇ ଆଇନଗତ ଲଢ଼େଇ ଚାଲିଛି। ଭୋପାଳ ରାଜପରିବାରୁ…

Read More