Author: Chinmaya Senapati

STAND WITH TRUTH

ଆଧୁନିକ ସମାଜରେ ଜୋତା ଚପଲ ଲୋକଙ୍କ ଷ୍ଟେଟସର ଏକ ସିମ୍ବଲ ହୋଇଗଲାଣି। ଅନେକ ଲୋକ ଜୋତା ଚପଲ ଆଧାରରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଅନୁମାନ କରିଥାନ୍ତି। ଘରେ ଜୋତା ଚପଲ ରଖିବାର କିଛି ନିୟମ ରହିଛି। ଏହି ନିୟମ ସବୁକୁ ନଜରଅନ୍ଦାଜ କଲେ ନାନା ପ୍ରକାର ଆର୍ଥିକ ସମସ୍ୟା ଦେଖାଦେଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଜୋତା ଚପଲ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ। ନିୟମିତ ବ୍ୟବହାର ହେଉଥିବା ଜୋତା ଚପଲକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ଆସନ୍ତୁ ଜାଣିବା ଏହି ନିୟମ :- ❣️କିଣିବା – ଜୋତା ଚପଲ ନଷ୍ଟ ହୋଇଗଲେ ଆମେ ନୂଆ କିଣିଥାଉ। କିନ୍ତୁ ବାସ୍ତୁ ଅନୁସାରେ ଜୋତା ଚପଲ ମଧ୍ୟ ଦିନ ଦେଖି କିଣିବା ଉଚିତ। ବାସ୍ତୁ ନିୟମ ଦୃଷ୍ଟିରେ ନ ରଖି ଅମାବାସ୍ୟା, ମଙ୍ଗଳବାର, ଶନିବାର ଓ ଗ୍ରହଣ ଲାଗିଥିବା ଦିନ ମଧ୍ୟ ଲୋକେ ଜୋତା ଚପଲ କିଣିଥାନ୍ତି। ଏହା ବ୍ୟକ୍ତିକୁ କ୍ଷତି ପହଞ୍ଚାଇପାରେ। ସେଥିପାଇଁ…

Read More