ଆଉ ଅଳ୍ପଦିନ ପରେ ମକର ଗଣ ପର୍ବ । କେନ୍ଦୁଝର, ମୟୂରଭଞ୍ଜ ପରି ଆଦିବାସୀ ବହୁଳ ଜିଲ୍ଲାରେ ଏହା ବେଶ୍ ଏକ ବଡ଼ ପର୍ବ। ସାଧାରଣ ବର୍ଗର ଲୋକଙ୍କ ଅପେକ୍ଷା, ଆଦିବାସୀ ଶ୍ରେଣୀର ଲେକେ ବେଶି ଆନନ୍ଦ ଉଠାନ୍ତି ଏ ପର୍ବରେ । ପ୍ରାୟ ଏକ ସପ୍ତାହ ଧରି ଚାଲେ ଏ ପରବ। କିଛି ଦିନ ତଳୁ ପ୍ରସ୍ତୁତି ଆରମ୍ଭ ହୁଏ । ଘର ଲିପାପୋଛା ହୁଏ। ନୂଆ ପୋଷାକ ଆସେ । ପିଠା ପଣାର ଆୟୋଜନ କରାଯାଏ ।

ହେଲେ ଘୁଙ୍ଗି ଗାଁର ସ୍ଵର୍ଗତ ଈଶ୍ୱର ଜୁଆଙ୍ଗର ବାପ, ମା’ ଛେଉଣ୍ଡ ପିଲା, ଅଧା ଭଙ୍ଗା ଦଦରା ଘରେ ରହୁଥିବା ସୁରେନ ଜୁଆଙ୍ଗର ଛୁଆ କେମିତି ପାଳିବେ ଏ ମହାନ ଗଣ ପର୍ବ ? ପିନ୍ଧିବେ କ’ଣ ? ଖାଇବେ କ’ଣ? ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଆଶା”ର ମନରେ ଏ ପ୍ରଶ୍ନ । “ଆଶା”ର ସ୍ଵେଚ୍ଛାସେବୀ ମାନେ ବାହାର କଲେ ଏହାର ସମାଧାନ।
ସ୍ଵର୍ଗତ ଈଶ୍ୱର ଜୁଆଙ୍ଗର ଚାରି ଛେଉଣ୍ଡ ପିଲାଙ୍କୁ ମକର ସଂକ୍ରାନ୍ତି ଉପଲକ୍ଷେ ପୋଷାକ, ସ୍ଵେଟର, ଶାଲ୍, କମ୍ବଳ ସହିତ ଖାଦ୍ୟ ସାମଗ୍ରୀ, ପ୍ରସାଧନ ସାମଗ୍ରୀ, ଚପଲ, ସପ ସାଙ୍ଗକୁ ଆଉ କିଛି ଜିନିଷ ଯୋଗାଇ ଦେବାକୁ ଆଶା ସ୍ଥିର କଲା। ସେହିପରି ସୁରେନ ଜୁଆଙ୍ଗ ର ଚାରି ପିଲାଙ୍କ ପାଇଁ ସ୍ଵେଟର, କମ୍ବଳ ସହିତ ତା’ ସ୍ତ୍ରୀକୁ ଶାଲ୍ ଦେବାକୁ ଆଶା ନିଷ୍ପତ୍ତି ନେଲା । ଏହାବାଦ୍ ନଟ ଜୁଆଙ୍ଗର ଚାରି ଭିନ୍ନକ୍ଷମ ପିଲାଙ୍କୁ କମ୍ବଳ ଯୋଗାଇ ଦେବାକୁ ଠିକ୍ କରାଯାଇଛି। ଏଥିସହିତ ଗାଁର ସାରା ଛତିଶ ଗୋଟି ପରିବାରକୁ କମ୍ବଳ ଦିଆଯିବ।
ଆଜି “ଆଶା”ର ଏକ ସ୍ଵେଚ୍ଛାସେବୀ ଦଳ ଘୁଙ୍ଗି ଗାଁକୁ ଯାଇ ଏସବୁ ଜିନିଷ ବିଚରଣ କରିବା ସହିତ ଗ୍ରାମ ବାସୀଙ୍କୁ ଏକ ହସ, ଖୁସି ଓ ଆନନ୍ଦର ମକର ସକାଶେ ଶୁଭେଚ୍ଛା ଜଣାଇଛନ୍ତି । ସ୍ଵେଚ୍ଛାସେବୀଙ୍କ ମଧ୍ୟରେ ଥିଲେ ସର୍ବଶ୍ରୀ ରମେଶ ଚନ୍ଦ୍ର ନାଏକ, ରାଜ କିଶୋର ବାରିକ୍, ବନମାଳୀ ମହାନ୍ତ, ଦୁଃଶାସନ ମହାନ୍ତ, ତୁଷାର ଭୁଷଣ ମହାନ୍ତ, ରାମଚନ୍ଦ୍ର ମହାନ୍ତ, ବିଜୟ କୁମାର ଘଣା, ସନ୍ତୋଷ କୁମାର ଘଣା, ହିରୋ ମହାକୁଡ, ଶ୍ରୀମତୀ ମିନତୀ ମହାନ୍ତ, ଶ୍ରୀମତୀ ସତ୍ୟଭାମା ମହାନ୍ତ ଓ ଶ୍ରୀମତୀ ସୁଲୋଚନା ମହାନ୍ତ ପ୍ରଭୃତି।
also read https://purvapaksa.com/odisha-police-si-recruitment-scam-3/
https://purvapaksa.com/odisha-police-si-recruitment-scam-3/


