ବିମାନବନ୍ଦରର ଗୋଟିଏ ଦୃଶ୍ୟକୁ ନେଇ ଓଡ଼ିଶା ରାଜନୀତିରେ ତୀବ୍ର ଚର୍ଚ୍ଚା: ମୋହନ ମାଝୀଙ୍କ ସ୍ୱାଧୀନ ଛବି ଉପରେ ପ୍ରଶ୍ନ
ଭୁବନେଶ୍ୱର ବିମାନବନ୍ଦରରେ ଘଟିଥିବା ମାତ୍ର କିଛି ସେକେଣ୍ଡର ଏକ ଦୃଶ୍ୟ ଏବେ ଓଡ଼ିଶା ରାଜନୀତିରେ ବଡ଼ ବିତର୍କର କାରଣ ସାଜିଛି। BJPର ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ଓଡ଼ିଶା ଗସ୍ତ ସମୟରେ ଘଟିଥିବା ଏହି ଘଟଣାକୁ ନେଇ ବିରୋଧୀ ଦଳରୁ ଆରମ୍ଭ କରି ରାଜନୀତିକ ବିଶ୍ଳେଷକ ପର୍ଯ୍ୟନ୍ତ ଅନେକ ପ୍ରଶ୍ନ ଉଠାଇଛନ୍ତି।
ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ସେହି ମୁହୂର୍ତ୍ତ, ଯେତେବେଳେ ବିମାନବନ୍ଦରରେ ସ୍ୱାଗତ ପରେ ନିତିନ ନବୀନ ନିଜ ଉତ୍ତରୀୟ ଖୋଲି ସୁରକ୍ଷାକର୍ମୀ କିମ୍ବା ସହଯୋଗୀଙ୍କୁ ନଦେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତକୁ ଦେଇଥିଲେ। ଏହି ଦୃଶ୍ୟକୁ ନେଇ ସୋସିଆଲ ମିଡିଆ ଓ ରାଜନୀତିକ ମହଳରେ ଭିନ୍ନ ଭିନ୍ନ ଅର୍ଥ କାଢ଼ାଯାଉଛି।
“ସାଧାରଣ ଘଟଣା” ନା “ଶକ୍ତି ପ୍ରଦର୍ଶନ”?
BJP ପକ୍ଷରୁ ଏହାକୁ ସାଧାରଣ protocolର ଅଂଶ ବୋଲି ଦେଖାଯାଉଥିବାବେଳେ ବିରୋଧୀ ଦଳ ଏବଂ କିଛି ରାଜନୀତିକ ବିଶ୍ଳେଷକ ଏହାକୁ “symbolic submission” ବା ଶକ୍ତି ପ୍ରଦର୍ଶନର ଚିତ୍ର ଭାବେ ବ୍ୟାଖ୍ୟା କରୁଛନ୍ତି।
ସେମାନଙ୍କ ମତରେ, ମୁଖ୍ୟମନ୍ତ୍ରୀ କେବଳ ଦଳୀୟ ନେତା ନୁହଁନ୍ତି, ସେ ରାଜ୍ୟର ସାମ୍ବିଧାନିକ ମୁଖ୍ୟ। ତେଣୁ ତାଙ୍କ ସହିତ ହେଉଥିବା ପ୍ରତ୍ୟେକ ବ୍ୟବହାରକୁ ଲୋକେ ରାଜ୍ୟର ସମ୍ମାନ ସହ ଯୋଡ଼ିଦେଖନ୍ତି।
ବିରୋଧୀ ଦଳର କିଛି ନେତା ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ମୋହନ ମାଝୀଙ୍କ ସ୍ୱାଧୀନ ରାଜନୀତିକ authority ଉପରେ ପ୍ରଶ୍ନ ସୃଷ୍ଟି କରିଛି। କେହି କହୁଛନ୍ତି ଯେ, “ଓଡ଼ିଶା ସରକାର ଦିଲ୍ଲୀର remoteରେ ଚାଲୁଛି,” ଆଉ କେହି ଏହାକୁ ରାଜ୍ୟ BJPର ଦୁର୍ବଳ ସ୍ଥିତିର ପ୍ରତୀକ ବୋଲି କହୁଛନ୍ତି।
ମୋହନ ମାଝୀଙ୍କ ନେତୃତ୍ୱ ଉପରେ ଚର୍ଚ୍ଚା
ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ସମୟରେ BJP ଜଣେ ତୁଳନାମୂଳକ ଲୋ-ପ୍ରୋଫାଇଲ୍ ଆଦିବାସୀ ନେତାଙ୍କୁ ଆଗକୁ ଆଣିଥିବା ନେଇ ରାଜନୀତିକ ମହଳରେ ଚର୍ଚ୍ଚା ହୋଇଥିଲା। ଦଳ ଏହାକୁ “ଜନଜାତି ସମାଜର ପ୍ରତିନିଧିତ୍ୱ” ଭାବେ ପ୍ରଜେକ୍ଟ କରିଥିଲା।
କିନ୍ତୁ ସରକାର ଗଠନ ପରେ ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କେନ୍ଦ୍ରୀୟ ନେତୃତ୍ୱର ପ୍ରଭାବ ଅଧିକ ଥିବା ନେଇ ଚର୍ଚ୍ଚା ଚାଲିଆସୁଛି। କିଛି ମନ୍ତ୍ରୀଙ୍କର ସିଧାସଳଖ ଦିଲ୍ଲୀ ସଂଯୋଗ ଥିବା କଥା ମଧ୍ୟ ରାଜନୀତିକ ମହଳରେ କୁହାଯାଉଛି।
ଏହି ପରିପ୍ରେକ୍ଷିତରେ ବିମାନବନ୍ଦରର ଏହି ଘଟଣା ମୋହନ ମାଝୀଙ୍କ independent imageକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି।
ନବୀନ ପଟ୍ଟନାୟକଙ୍କ ସହ ତୁଳନା
ଏହି ଘଟଣା ପରେ ରାଜନୀତିକ ମହଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ Naveen Patnaikଙ୍କ ସହ ତୁଳନା ମଧ୍ୟ ଆରମ୍ଭ ହୋଇଛି।
ବିଶ୍ଳେଷକମାନଙ୍କ ମତରେ, Naveen Patnaikଙ୍କ ନେତୃତ୍ୱ ଶୈଳୀ “controlled, disciplined and powerful” ଥିଲା ଏବଂ କେନ୍ଦ୍ରୀୟ ନେତାମାନେ ମଧ୍ୟ protocol ଭାଙ୍ଗିବାର ସାହସ କରୁନଥିଲେ।
ଏବେ ପ୍ରଶ୍ନ ଉଠୁଛି ଯେ, ମୋହନ ମାଝୀ ସେହିପରି authority establish କରିପାରିଛନ୍ତି କି ନାହିଁ।
ନନ୍ଦିନୀ ଶତପଥୀଙ୍କ ଉଦାହରଣ ମଧ୍ୟ ଚର୍ଚ୍ଚାରେ
କିଛି ରାଜନୀତିକ ବିଶ୍ଳେଷକ ଏହି ପରିପ୍ରେକ୍ଷିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ Nandini Satpathyଙ୍କ ଉଦାହରଣ ମଧ୍ୟ ଦେଉଛନ୍ତି। ସେମାନଙ୍କ ମତରେ, ଦିଲ୍ଲୀର ଚାପ ଥିଲେ ମଧ୍ୟ ନନ୍ଦିନୀ ଶତପଥୀ ନିଜର ରାଜନୀତିକ ମର୍ଯ୍ୟାଦା ସହ compromise କରିନଥିଲେ।
ଏହି ତୁଳନା ଏବେ ରାଜନୀତିକ ଆଲୋଚନାକୁ ଆଉ ଗଭୀର କରିଦେଇଛି।
ଆଦିବାସୀ ପ୍ରତୀକ ଓ ଭାବନାର ରାଜନୀତି
ମୋହନ ମାଝୀଙ୍କୁ ଅନେକେ କେବଳ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବରଂ ଆଦିବାସୀ ପ୍ରତିନିଧିତ୍ୱର ପ୍ରତୀକ ଭାବରେ ମଧ୍ୟ ଦେଖୁଛନ୍ତି। ଜଗନ୍ନାଥ ସଂସ୍କୃତି ସହ ଜନଜାତି ସମାଜର ଐତିହାସିକ ସମ୍ପର୍କକୁ ମଧ୍ୟ ଏହି ଚର୍ଚ୍ଚା ସହ ଯୋଡ଼ାଯାଉଛି।
ଏହି ଘଟଣା ପରେ ଅନେକେ ଉତ୍କଳଘଣ୍ଟ ଯଦୁମଣି ମହାପାତ୍ରଙ୍କ ପ୍ରସିଦ୍ଧ ବ୍ୟଙ୍ଗ ପଙ୍କ୍ତି — “ହେ ରାଜା କି କଲ, ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ” — କୁ ମଧ୍ୟ ଉଦ୍ଧୃତ କରୁଛନ୍ତି। ରାଜନୀତିକ ମହଳରେ ଏହାକୁ “ଉଚ୍ଚ ଆସନର ମର୍ଯ୍ୟାଦା” ସହ ଯୋଡ଼ି ବ୍ୟାଖ୍ୟା କରାଯାଉଛି।
BJP ପାଇଁ ଚେତାବନୀ?
ଓଡ଼ିଶାରେ ପ୍ରଥମ ଥର ପାଇଁ BJP ସରକାର ଗଠନ କରିଥିବାବେଳେ ଲୋକଙ୍କ ଆଶା ମଧ୍ୟ ବହୁତ ବଡ଼। କିନ୍ତୁ ସରକାର ଗଠନର କିଛି ଦିନ ମଧ୍ୟରେ ଏଭଳି perception ତିଆରି ହେବା ଦଳ ପାଇଁ ଚ୍ୟାଲେଞ୍ଜ ହୋଇପାରେ ବୋଲି ବିଶ୍ଳେଷକମାନେ କହୁଛନ୍ତି।
ସେମାନଙ୍କ ମତରେ, ବିରୋଧୀ ଦଳ ଏବେ “powerless chief minister” narrativeକୁ ଆଉ ଆକ୍ରାମକ ଭାବେ ଆଗକୁ ନେଇପାରନ୍ତି।
ଆଗକୁ କଣ?
ବିମାନବନ୍ଦରର ଏହି ଛୋଟ ଦୃଶ୍ୟ ଏବେ ବଡ଼ ରାଜନୀତିକ ବିତର୍କର ରୂପ ନେଇଛି। କେହି ଏହାକୁ ସାଧାରଣ protocol କହୁଥିବାବେଳେ ଅନ୍ୟମାନେ ଏହାକୁ ଓଡ଼ିଶାର ସମ୍ମାନ ସହ ଯୋଡ଼ି ଦେଖୁଛନ୍ତି।
ଏହି ଘଟଣା ପରେ ମୋହନ ମାଝୀଙ୍କ ନେତୃତ୍ୱ ଓ ସ୍ୱାଧୀନ ରାଜନୀତିକ ଛବି ଉପରେ ଚର୍ଚ୍ଚା ଆଉ ତୀବ୍ର ହୋଇଛି। ଏବେ ଦେଖିବାକୁ ରହିଲା, ସେ ନିଜର ସ୍ୱତନ୍ତ୍ର political authorityକୁ କିପରି ମଜବୁତ କରନ୍ତି ଏବଂ BJP ଏହି narrativeକୁ କିପରି handle କରେ।
AlsoRead; https://purvapaksa.com/will-bjp-attack-annamalai-again/
କ’ଣ ବିଜେପି ପୁଣି ଥରେ ଅନ୍ନାମଲାଇଙ୍କ ଉପରେ ବାଜି ଲଗାଇବ? || Will BJP attack Annamalai again?


