ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜସ୍ଥାନର ଜୈସଲମେରରେ ଏକ ଐତିହାସିକ ଘଟଣାରେ ଅଂଶଗ୍ରହଣ କରିଛନ୍ତି। ସେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ହେଲିକପ୍ଟର ପ୍ରଚଣ୍ଡରେ ସଫଳ ଉଡ଼ାଣ କରି, ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ଏହି ଉପଲବ୍ଧି ଅର୍ଜନ କରିଛନ୍ତି। ଏହି ଉଡ଼ାଣ ଜୈସଲମେର ବାୟୁସେନା ଷ୍ଟେସନରୁ ପ୍ରାୟ ୨୫ ମିନିଟ୍ ପାଇଁ ଆକାଶରେ ହୋଇଥିଲା, ଯେଉଁଥିରେ ସେ କୋ-ପାଇଲଟ୍ ଆସନରେ ବସିଥିଲେ ଏବଂ ଗ୍ରୁପ୍ କ୍ୟାପଟେନ N.S. ବହୁଆ ହେଲିକପ୍ଟରକୁ ଚଳାଇଥିଲେ। ରାଷ୍ଟ୍ରପତିଙ୍କ ଏହି ଉଡ଼ାଣର ମୁଖ୍ୟ ଉଦ୍ଦେଶ୍ୟ ସ୍ୱଦେଶୀ ପ୍ରତିରକ୍ଷା ଶକ୍ତିର ପ୍ରଦର୍ଶନ ଏବଂ ବାୟୁସେନାର ମନୋବଳ ବୃଦ୍ଧି କରିବା ଥିଲା। ଏହି ସମୟରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏପି ସିଂ ମଧ୍ୟ ଅନ୍ୟ ହେଲିକପ୍ଟରରେ ସାଙ୍ଗରେ ଥିଲେ।

ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଖୋଇ-୩୦ MKI ଏବଂ ରାଫେଲ ଯୁଦ୍ଧ ବିମାନରେ ମଧ୍ୟ ଉଡ଼ାଣ କରିଥିବା ଅନୁଭବ ରହିଛି। ଏହି ‘ପ୍ରଚଣ୍ଡ’ ହେଲିକପ୍ଟର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ହାଲ ଦ୍ୱାରା ନିର୍ମିତ ବିଶ୍ୱର ଏକମାତ୍ର ଆଟାକ୍ ହେଲିକପ୍ଟର ଯାହା ୫,୦୦୦ ମିଟରରୁ ଅଧିକ ଉଚ୍ଚତାରେ ଅବତରଣ ଓ ଉଡ଼ାଣ କରିପାରେ।
ଆଜି ଏହି ହେଲିକପ୍ଟର ‘ବାୟୁଶକ୍ତି’ ଅଭ୍ୟାସରେ ଯୋଗଦେଉଛି ଯାହାରେ ରାଫେଲ, ସୁଖୋଇ-୩୦, ତେଜସ ଏବଂ ମିରାଜ୍-୨୦୦୦ ଭଳି ଘାତକ ବିମାନ ସାମିଲ ଅଛନ୍ତି। ଏହି ଅଭ୍ୟାସ ଦେଶର ସ୍ୱଦେଶୀ ଯୁଦ୍ଧ ସାଧନର କ୍ଷମତା ପ୍ରଦର୍ଶନ କରିବା ସହ ବାୟୁସେନାର ସଂଘଟନ ଏବଂ ନୀତିଗତ ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିବ।
ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି, ରାଷ୍ଟ୍ରପତିଙ୍କ ସଫଳ ଉଡ଼ାଣ ସୋମରିକ ମନୋବଳକୁ ନିଜସ୍ୱ ଭାବରେ ସୁଦୃଢ କରିଛି ଏବଂ ଦେଶର ସ୍ୱଦେଶୀ ଯୁଦ୍ଧ ହେଲିକପ୍ଟର ଉନ୍ନତି ଏବଂ କ୍ଷମତାକୁ ଆନ୍ତର୍ଜାତୀୟ ମଞ୍ଚରେ ପ୍ରଦର୍ଶିତ କରିଛି। ଏହା ସୋମରିକ ଶିକ୍ଷା ଏବଂ ଭବିଷ୍ୟତର ଯୁଦ୍ଧ ପ୍ରସ୍ତୁତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପାଦଚିହ୍ନ ହେବ। ଏହି ଘଟଣା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ନେତୃତ୍ୱରେ ଦେଶର ସ୍ୱଦେଶୀ ଯୁଦ୍ଧ ଶକ୍ତି ପ୍ରମାଣିତ କରିଛି ଏବଂ ସାର୍ବଜନୀନ ଭାବେ ଦେଶବାସୀଙ୍କ ମଧ୍ୟରେ ଗୌରବ ଏବଂ ଅଭିମାନ ଜନକ। ଏହି ସଫଳ ଉଡ଼ାଣ ସୋମରିକ ଶିକ୍ଷାର ଏକ ନୂତନ ଅଧ୍ୟାୟ ରଚିଛି।
also read https://purvapaksa.com/human-wildlife-conflict/
କୂଅରେ ପଡ଼ିଲା ହାତୀ ଛୁଆ , ତାପରେ ଏମିତି ହେଲା ।। Human Wildlife Conflict


