ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରେ ଏବଂ ସେଥିରୁ ବିଭିନ୍ନ ଯୋଗ ଗଠିତ ହୁଏ । ଏହି କ୍ରମରେ ଆସନ୍ତା ୧୫ ତାରିଖରେ ପଡୁଥିବା ମହାଶିବରାତ୍ରୀ ଦିନ ଏକ ଅତ୍ୟନ୍ତ ଦୁର୍ଲଭ ଜ୍ୟୋତିଷୀୟ ସଂଯୋଗ ଘଟୁଛି । ଏହି ଦିନ ବୁଦ୍ଧାଦିତ୍ୟ ଯୋଗ, ଶୁକ୍ରାଦିତ୍ୟ ଯୋଗ ଓ ଲକ୍ଷ୍ମୀ ନାରାୟଣ ରାଜଯୋଗ—ଏମିତି ୩ଟି ଶୁଭ ଯୋଗ ଏକାସାଥିରେ ଗଠିତ ହେଉଛି। ଜ୍ୟୋତିଷୀମାନଙ୍କ ମତାନୁସାରେ ଏପରି ସଂଯୋଗ ପ୍ରାୟ ୭୦୦ ବର୍ଷ ପରେ ଘଟୁଛି।

ଯଦି କୌଣସି ଜାତକରେ ଶୁକ୍ର, ବୁଧ ଓ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ଥାଏ, ତେବେ ଏହି ଯୋଗର ପ୍ରଭାବରେ ସେ ବ୍ୟକ୍ତି ଜୀବନରେ ଦ୍ରୁତ ଅଗ୍ରଗତି କରିପାରିବେ ଏବଂ ଧନ-ଐଶ୍ୱର୍ଯ୍ୟର ଅଧିକାରୀ ହେବେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ପାଇଁ ଏହି ମହାଶିବରାତ୍ରୀ ଶୁଭ ସଂକେତ ନେଇ ଆସୁଛି ।
ମେଷ ରାଶି:
ମେଷ ରାଶିଙ୍କ ପାଇଁ ଏହି ତିନି ଦୁର୍ଲଭ ଯୋଗ ଭାଗ୍ୟୋଦୟ କରିବ । ଆର୍ଥିକ ସ୍ଥିତିରେ ସ୍ପଷ୍ଟ ସୁଧାର ଆସିବ । କର୍ମକ୍ଷେତ୍ରରେ ଲାଗିଥିବା ବିବାଦର ଶେଷ ହେବ ଓ ପ୍ରମୋସନ୍ ପାଇବାର ସମ୍ଭାବନା ରହିଛି । ବିଦେଶ ଯାତ୍ରାର ଯୋଗ ଦୃଢ଼ ହେବ । ବ୍ୟବସାୟୀମାନେ ନୂଆ ପ୍ରକଳ୍ପ ଆରମ୍ଭ କଲେ ଲାଭ ପାଇବେ । ପୁରୁଣା ବିନିଯୋଗରୁ ଲାଭ ଓ ବାକି ଟଙ୍କା ଆଦାୟ ହେବାର ସମ୍ଭାବନା ରହିଛି ।
ମିଥୁନ ରାଶି:
ମିଥୁନ ରାଶି ପାଇଁ ଏହି ସଂଯୋଗ ବହୁତ ଫଳଦାୟକ ରହିବ। ଅଧୂରା ପ୍ରୋଜେକ୍ଟ ସଫଳତାର ସହିତ ସମାପ୍ତ ହେବ। ଆର୍ଥିକ ଦୃଷ୍ଟିରୁ ସମୟ ଅନୁକୂଳ ରହିବ। ବ୍ୟବସାୟରେ ଥିବା ମାନ୍ଦାବସ୍ଥାର ଶେଷ ହେବ। ଅବିବାହିତମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପୈତୃକ ସମ୍ପତ୍ତିରୁ ଲାଭ ଓ ବିନିଯୋଗରେ ଭଲ ଫଳ ମିଳିବ।
ମକର ରାଶି:
ମକର ରାଶିଙ୍କ ପାଇଁ ଏହି ଯୋଗ ଭାଗ୍ୟ ଖୋଲିଦେବ। ପରିବାରିକ ବିବାଦର ସମାଧାନ ହେବ। ଚାକିରିରେ ପଦୋନ୍ନତି କିମ୍ବା ନୂଆ ଅଫର ମିଳିପାରେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବାମାନେ ସଫଳତା ମିଳିବ। ନୂଆ ଘର ବା ଗାଡ଼ି କିଣିବାର ଯୋଗ ରହିଛି। ବ୍ୟବସାୟ ବିସ୍ତାର ଓ ସେୟାର ମାର୍କେଟରେ ଲାଭ ସମ୍ଭାବନା ରହିଛି, ଯଦିଓ ସ୍ୱାସ୍ଥ୍ୟ ଦିଗରେ ସତର୍କ ରହିବା ଆବଶ୍ୟକ।
କନ୍ୟା ରାଶି:
କନ୍ୟା ରାଶିଙ୍କୁ ଏହି ଯୋଗ ଧନଲାଭ ଦେଇପାରେ। ରିଏଲ୍ ଏଷ୍ଟେଟ୍ ଓ ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ଓ ବରିଷ୍ଠଙ୍କ ପ୍ରଶଂସା ମିଳିବ। କୋର୍ଟ-କଚେରୀ ମାମଲାରେ ସକାରାତ୍ମକ ରାୟ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ପୁରୁଣା ରୋଗରୁ ମୁକ୍ତି ମିଳିପାରେ।
କୁମ୍ଭ ରାଶି:
କୁମ୍ଭ ରାଶିଙ୍କ ଭାଗ୍ୟ ମଧ୍ୟ ଚମକିପାରେ। କାର୍ଯ୍ୟକ୍ଷେତ୍ରରେ ସମ୍ମାନ ଓ ଚାକିରି ବଦଳ ପାଇଁ ଭଲ ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରନ୍ତି। ବ୍ୟବସାୟରେ ଗ୍ରାହକ ବୃଦ୍ଧି ଓ ଲାଭ ହେବ। ପରିବାରର ସମର୍ଥନ ଓ ପ୍ରେମଜୀବନରେ ସୁଖଦ ଅନୁଭବ ମିଳିବ।ଏହିପରି ମହାଶିବରାତ୍ରୀରେ ଗଠିତ ଏହି ଦୁର୍ଲଭ ରାଜଯୋଗ କିଛି ରାଶି ପାଇଁ ଶୁଭ ସମୟ ଆଣିପାରେ ବୋଲି ଜ୍ୟୋତିଷ ମତ ପ୍ରକାଶ କରୁଛି।
also read https://purvapaksa.com/babri-masjid-construction/
ପଶ୍ଚିମବଙ୍ଗରେ ବାବ୍ରି ମସଜିଦ ନିର୍ମାଣ ଆରମ୍ଭ ।। Babri Masjid construction


