ସୁସ୍ଥ ଜୀବନ ପାଇଁ ପର୍ଯ୍ୟାପ୍ତ ନିଦ ଅତ୍ୟନ୍ତ ଆବଶ୍ୟକ। ନିଦ ଶରୀରକୁ ବିଶ୍ରାମ ଦେବା ସହ ମନ ଓ ମସ୍ତିଷ୍କକୁ ସତେଜ କରିଥାଏ। କିନ୍ତୁ ଯଦି ଆପଣଙ୍କ ରାତିରେ ବାରମ୍ବାର ନିଦ ଭାଙ୍ଗୁଛି, ତେବେ ଏହାକୁ କେବଳ ସାଧାରଣ ସମସ୍ୟା ଭାବେ ଅଣଦେଖା କରିବା ଭୟାବହ ପରିଣାମ ଆଣିପାରେ। ନିକଟରେ ପ୍ରକାଶିତ ଏକ ମେଡିକାଲ ରିସର୍ଚ୍ଚ ରିପୋର୍ଟ ଏହି ଦିଗରେ ଗଭୀର ସତର୍କବାଣୀ ଦେଇଛି।
:max_bytes(150000):strip_icc()/sleep-insomnia-AdobeStock_279764198-28e7ca58aa8d42caa1e9ada2ceb8f25d.jpg)
ରିପୋର୍ଟ ଅନୁଯାୟୀ, ଯେଉଁ ଲୋକମାନଙ୍କର ରାତିରେ ବାରମ୍ବାର ନିଦ ଭାଙ୍ଗେ, ସେମାନଙ୍କ ହୃଦୟ ସ୍ୱାସ୍ଥ୍ୟ ଉପରେ ଏହା ଗମ୍ଭୀର ପ୍ରଭାବ ପକାଇଥାଏ। ଯଦି ଏହି ସମସ୍ୟା ଦୀର୍ଘ ସମୟ ଯାଏ ଚାଲିଥାଏ, ତେବେ ହୃଦ୍ରୋଗ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ଗମ୍ଭୀର ରୋଗର ଆଶଙ୍କା ଅନେକ ଗୁଣା ବଢ଼ିଯାଏ।
ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନ ମୁତାବକ, ପ୍ରତ୍ୟେକ ସ୍ୱସ୍ଥ ବ୍ୟକ୍ତିଙ୍କୁ ଦିନକୁ କମ୍ସେକମ୍ ୭ରୁ ୮ ଘଣ୍ଟା ଗଭୀର ନିଦ ଆବଶ୍ୟକ। କିନ୍ତୁ ଯେଉଁମାନେ ରାତିରେ ବାରମ୍ବାର ନିଦରେ ବାଧା ଅନୁଭବ କରନ୍ତି, ସେମାନଙ୍କ କ୍ଷେତ୍ରରେ ରକ୍ତଚାପ ବୃଦ୍ଧି ହେବାର ଆଶଙ୍କା ବହୁତ ଅଧିକ ରହିଥାଏ।ବିଶେଷଜ୍ଞମାନଙ୍କ ମତରେ, ନିଦ ସମୟରେ ହୃଦୟ ବିଶ୍ରାମ ନେଇଥାଏ ଓ ରକ୍ତଚାପ ସ୍ୱାଭାବିକ ସ୍ତରରେ ରହିଥାଏ।
କିନ୍ତୁ ନିଦ ଯେତେବେଳେ ବାରମ୍ବାର ଭାଙ୍ଗିଯାଏ, ସେତେବେଳେ ହୃଦୟ ଉପରେ ଅତିରିକ୍ତ ଚାପ ପଡ଼େ। ଏହା ଶରୀରରେ ପ୍ରଦାହ (ଇନ୍ଫ୍ଲାମେସନ୍) ସୃଷ୍ଟି କରିପାରେ, ଯାହା ହୃଦଘାତର ଆଶଙ୍କାକୁ ବଢ଼ାଇ ଦେଇଥାଏ।
ରିସର୍ଚ୍ଚରେ ଏହା ମଧ୍ୟ ଜଣାପଡ଼ିଛି ଯେ, ଯେଉଁ ଲୋକଙ୍କର ରାତିରେ ୨୩ ଥରରୁ ଅଧିକ ନିଦ ବାଧାପ୍ରାପ୍ତ ହୁଏ, ସେମାନଙ୍କ କ୍ଷେତ୍ରରେ ହୃଦରୋଗର ଆଶଙ୍କା ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଏ। ଏହା ସହିତ ମସ୍ତିଷ୍କର କାର୍ଯ୍ୟକ୍ଷମତା ମଧ୍ୟ ପ୍ରଭାବିତ ହୁଏ, ଯାହାର ଫଳରେ ସ୍ମୃତିଶକ୍ତି ଦୁର୍ବଳ ହେବା, ଧ୍ୟାନ କେନ୍ଦ୍ରିତ କରିବାରେ ଅସୁବିଧା ଓ ମାନସିକ ଅସ୍ଥିରତା ଦେଖାଦିଏ।ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଯେ, ମାନସିକ ଚାପ, ଅତିରିକ୍ତ ଚିନ୍ତା, ଅନିୟମିତ ଜୀବନଶୈଳୀ ଓ ମୋବାଇଲ୍ ବ୍ୟବହାର ଏହାର ପ୍ରମୁଖ କାରଣ।

ତେଣୁ ଶୋଇବା ପୂର୍ବରୁ ମନକୁ ସ୍ଥିର ରଖିବା, ମୋବାଇଲ୍ରୁ ଦୂରେ ରହିବା ଓ ନିୟମିତ ନିଦ ଅଭ୍ୟାସ ଗଢ଼ିତୋଳିବା ଅତ୍ୟନ୍ତ ଆବଶ୍ୟକ।ଯଦି ଆପଣ ବାରମ୍ବାର ରାତିରେ ଉଠିଯାଉଛନ୍ତି, ତେବେ ଏହାକୁ ହେୟଜ୍ଞାନ କରନ୍ତୁ ନାହିଁ। ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, କାରଣ ଭଲ ନିଦ ହିଁ ସୁସ୍ଥ ଜୀବନର ମୂଳ ଆଧାର।
also read https://purvapaksa.com/us-india-trade-deal-announcement/
US-India Trade Deal Announcement ।। ମୋଦି ଜଣେ ଭଲ ବନ୍ଧୁ …. ଆମେରିକୀୟ ଚାଲରେ ପଡ଼ିବ ନାହିଁ ଭାରତ


