ଚଳିତ ବର୍ଷ ପ୍ରଯୁକ୍ତି ଜଗତରେ ଏକ ଲକ୍ଷରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ଏବର୍ଷ ସାରା ବିଶ୍ୱରେ ଛଟେଇର ପ୍ରଭାବ ଥିଲା। ଲେଅଫ୍ସ ଡଟ୍ ଏଫ୍ୱାଇଆଇ ତଥ୍ୟ ଅନୁସାରେ ୨୦୨୫ରେ ବର୍ତ୍ତମାନ ସୁଦ୍ଧା ୨୧୮ଟି ପ୍ରଯୁକ୍ତି କମ୍ପାନି ୧,୧୨,୭୩୨ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଅଧିକାଂଶ କମ୍ପାନି ବ୍ୟବସାୟ ପରିବେଶରେ ପରିବର୍ତ୍ତନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରଭାବ ପାଇଁ କର୍ମଚାରୀ ସଂଖ୍ୟା କମ୍ କରିଥିବା କହିଛନ୍ତି। ଆମାଜନ, ଇଣ୍ଟେଲ୍ ଓ ଟିସିଏସ୍ ଭଳି କମ୍ପାନି କର୍ମଚାରୀ ହ୍ରାସ କରିଛନ୍ତି।

ଆମାଜନ ଏହାର ୧୪ ହଜାର କର୍ପୋରେଟ୍ କର୍ମଚାରୀଙ୍କୁ ଛଟେଇ କରିଛି। କ୍ଲାଉଡ୍, ପରିଚାଳନା ଓ ମାନବ ସମ୍ବଳ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଚିପ୍ ନିର୍ମାତା ଇଣ୍ଟେଲ୍ ଚଳିତ ବର୍ଷ ୨୪ ହଜାର ପାଖାପାଖି କର୍ମଚାରୀଙ୍କୁ ଛଟେଇ କରିଛି। ଏହାପରେ କମ୍ପାନିର କର୍ମଚାରୀ ସଂଖ୍ୟା ୭୫ ହଜାରକୁ ହ୍ରାସ ପାଇଛି। କେବଳ ଆମେରିକା ଏହି କମ୍ପାନି ୫୦୦୦ କର୍ମଚାରୀଙ୍କୁ ବିଦା କରିଥିଲା। ଭାରତୀୟ ଆଇଟି କମ୍ପାନି ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ୧୨ ହଜାର କର୍ମଚାରୀଙ୍କୁ ବିଦା କରିଛି। ଫଳ ସ୍ୱରୂପ, ୨୦୨୨ ପରେ ପ୍ରଥମ ଥର ପାଇଁ ଟିସିଏସ୍ର କର୍ମଚାରୀ ସଂଖ୍ୟା ୬୦ ହଜାର ତଳକୁ ହ୍ରାସ ପାଇଛି।
ଅନ୍ୟତମ ଆଇଟି ଓ କନ୍ସଲଟିଂ କମ୍ପାନି ଆକ୍ସେଞ୍ଚର ଏହାର ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିଛି। ଫଳରେ କମ୍ପାନିର ମୋଟ୍ କର୍ମଚାରୀ ସଂଖ୍ୟା ୭୯୧,୦୦୦ରୁ ହ୍ରାସ ପାଇ ୭୭୯,୦୦୦ ରହିଯାଇଛି। ବିଶ୍ୱସ୍ତରୀୟ ସଫ୍ଟୱେର୍ କମ୍ପାନି ମାଇକ୍ରୋସଫ୍ଟ ଏହାର ୯୦୦୦ କର୍ମଚାରୀଙ୍କୁ ବିଦା କରିବା ପରେ ସାରା ବିଶ୍ୱରେ ଏହାର କର୍ମଚାରୀ ସଂଖ୍ୟା ୨,୨୦,୦୦୦କୁ ହ୍ରାସ ପାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ କ୍ଲାଉଡ୍ କମ୍ପ୍ୟୁଟିଂରେ ନିବେଶ ବଢ଼ାଇବା ପାଇଁ ପାଣ୍ଠି ଜରୁରି ଥିବାରୁ କମ୍ପାନି ଏହାର କର୍ମଚାରୀ କମ୍ କରୁଛି।
ସେହିପରି, ଏଆଇ ପ୍ରଭାବରେ ‘ସେଲ୍ଫଫୋର୍ସ’ ପକ୍ଷରୁ ୪୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଏଥି ସହିତ କମ୍ପାନିର ମୋଟ୍ କର୍ମଚାରୀ ସଂଖ୍ୟା ୯୦୦୦କୁ ଖସିଆସିଛି। ସମ୍ପୂର୍ଣ୍ଣ ରୂପେ ଏଆଇ ପ୍ରଭାବ ପାଇଁ କମ୍ପାନିରେ କର୍ମଚାରୀ କମିଛନ୍ତି। ଏହାର ଅଧିକାଂଶ ‘ଗ୍ରାହକ ସହାୟତା’ କାର୍ଯ୍ୟ ଏବେ ଏଆଇ ଜରିଆରେ ହେଉଛି। ‘ସିସ୍କୋ’ରେ ମଧ୍ୟ ୪୨୫୦ କର୍ମଚାରୀଙ୍କୁ ଛଟେଇ ହୋଇଛନ୍ତି। ଗୁଗଲ୍ରେ ମଧ୍ୟ ବ୍ୟାପକ ଛଟେଇ ହୋଇଛି। ଫେସ୍ବୁକ୍, ହ୍ୱାଟ୍ସଆପ୍ ଓ ଇନ୍ଷ୍ଟାଗ୍ରାମ ଭଳି ଆପ୍ ପରିଚାଳନା କରୁଥିବା ସଂସ୍ଥା ‘ମେଟା’ରେ ମଧ୍ୟ ୬୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଓରାକଲ୍ରେ ୧୦୧ ଛଟେଇ ହୋଇଛି। ୟୁନାଇଟେଡ୍ ପାର୍ସଲ୍ ସର୍ଭିସ୍ ୪୮ ହଜାର କର୍ମଚାରୀଙ୍କୁ ଛଟେଇ କରିଛି। କାର୍ ନିର୍ମାତା ଫୋର୍ଡ ୧୩୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା ରଖିଛି। ପିଡବ୍ଲ୍ୟୁସି ବିଶ୍ୱବ୍ୟାପୀ ୫୬୦୦ ଓ ପାରାମାଉଣ୍ଟ ଗ୍ଲୋବାଲ୍ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିଛି।
also read https://purvapaksa.com/tribals-ready-for-another-fight/
Tribals ready for another fight ।। ଆଦିବାସୀମାନେ ଆଉ ଏକ ଲଢ଼େଇ ପାଇଁ ପ୍ରସ୍ତୁତ


