ରାଜନୀତିର ପଶାପାଲିର ରାଜଧାନୀ ଭୁବନେଶ୍ଵରର ବିକାଶ। ବେଶ୍ କିଛିମାସ ହେବ ରାସ୍ତାଘାଟଠାରୁ ଆରମ୍ଭ କରି ୱାର୍ଡ଼ର ବିକାଶ କାର୍ଯ୍ୟ ଗତି ଧରୁନି। କେଉଁ ପୂର୍ବ କାର୍ଯ୍ୟାଳୟ ଅଧାପନ୍ତୁରିଆ ଅବସ୍ଥାରେ ପଡ଼ିଛି ତ କେଉଁ ରାସ୍ତାଘାଟ, ନାଳ, ପାର୍କ ଓ ଅନ୍ୟାନ୍ୟ ବିକାଶ କାମ ଅଟକିଛି। ଏହାକୁ ନେଇ ପ୍ରତିଥର କର୍ପୋରେସନ୍ ବୈଠକରେ ତୁମ୍ବି ତୋଫାନ ହେଉଛି । କର୍ପୋରେଟରମାନେ ଜବାବ ମାଗୁଛନ୍ତି। କିନ୍ତୁ ମେୟର ସବୁଥର ଅନୁଦାନ ନଥିବା କହି ହାତ ଟେକି ଦେଉଛନ୍ତି। ରାଜଧାନୀ ରାସ୍ତା ଘାଟ ଦେଖିଲେ ଲୋକ ଛେପ ପକାଉଛନ୍ତି। ଖାଲଖମା ସାଙ୍ଗକୁ ରାସ୍ତାରେ ପାଣି ଜମି ଅବସ୍ଥା ଖରପା ହେଉଛି। ମୁକୁଳା ଡ୍ରେନ ବର୍ଷା ଦିନରେ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହ ମଶାଙ୍କ ଆକ୍ରମଣ ମଧ୍ୟ ଅସ୍ତବ୍ୟସ୍ତ କରୁଛି।
ରାଜ୍ୟ ସରକାରଙ୍କୁ ଚିଠି ଲେଖିଛୁ ଅନୁଦାନ ମିଳିଲେ କାମ ହେବ ବୋଲି ସଫେଇ ଦେଉଛନ୍ତି। କିନ୍ତୁ ସବୁର ମୂଳରେ ଗତବର୍ଷର ପ୍ରାୟ ୩୦୦ କୋଟି ଟଙ୍କାର ବ୍ୟୟ ଭାର ବୋଲି ଜଣାପଡ଼ିଛି।କର୍ପୋରେଟରମାନେ କହୁଛନ୍ତି ଯେ ବିଗତ ବର୍ଷଗୁଡ଼ିକରେ ବଜେଟ୍ରେ ଏଭଳି ସମସ୍ୟା ନ ଥିଲା। କିନ୍ତୁ ଯେବେଠୁ ସରକାର ବଦଳିଲା ଏହି ସମସ୍ୟା ଦେଖାଦେଉଛି। ସତେ ଯେପରି ଭୁବନଶ୍ଵରର ବିକାଶ ପାଇଁ କେହି ଦାୟୀ ନୁହଁନ୍ତି।
ଗୋଟିଏ କାର୍ଯକ୍ରମ ପାଇଁ ଆସୁଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ ହେଉଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ଅଭିଯୋଗ ମଧ୍ୟ ହେଉଛି। ମେୟର ସୁଲୋଚନା ଦାସ କହିଛନ୍ତି, ସରକାର ଦେଇଥିବା ପୂର୍ବବର୍ଷର ପ୍ରାୟ ୩୦୦ କୋଟି ଟଙ୍କା ଜାଗା ମିଶନ ଓ ସହର ସଫାସୁତୁରା ଆଦି କାମରେ ଖର୍ଚ୍ଚ ହୋଇଥିଲା। ଏହି ଟଙ୍କାର ଅଭାବ ରହିଛି ଯାହାକୁ ଦେବାକୁ ସରକାରଙ୍କୁ ଚିଠି ଲେଖିଛୁ। ତେବେ ବିଏମ୍ସି ନିଜ କାନ୍ଧରୁ ଦୋଷ ଖସେଇ ଦେଇଛି ହେଲେ ଲୋକଙ୍କ ଅସୁବିଧା କିଏ ଆଉ କେବେ ଦୂର କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Also Read https://purvapaksa.com/educate-girls-wins-ramon-magsaysay-award-2025/


