ବିଶ୍ଵ ଲୋକସଂଖ୍ୟାକୁ ନେଇ ରୋଚକ ପୂର୍ଣ୍ଣ ତଥ୍ୟ ଆସିଛି। ବିବରଣୀ ଅନୁସାରେ ବିଶ୍ୱର ସବୁଠାରୁ ବେଶୀ ଜନସଂଖ୍ୟା ବିଶିଷ୍ଟ ଦେଶ ହେଲେ ଚୀନ ଏବଂ ଭାରତ । ଉଭୟ ଦେଶ ବିଶ୍ୱର ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ବୋଲି ପୂର୍ବରୁ ବି ମାନ୍ୟତା ହାସଲ କରି ଆସିଛନ୍ତି। ଚୀନରେ ସବୁଠାରୁ ଅଧିକ ଲୋକ ବାସ କରୁଥିବା ବେଳେ ଭାରତର ସମୁଦାୟ ଜନସଂଖ୍ୟା ଦ୍ୱିତୀୟ ସ୍ଥାନରେ ରହିଛି । ନୂଆ ଅକଳନ ଅନୁଯାୟୀ ଏହି ରେକର୍ଡ ବଦଳିବାପାଇଁ ଯାଉଛି। କିଛି ବର୍ଷ ପରେ ଜନସଂଖ୍ୟାର ଚିତ୍ରରେ ପରିବର୍ତ୍ତନ ଆସିବ। ଜାତିସଂଘର ଏକ ରିପୋର୍ଟ ମୁତାବକ ଚୀନକୁ ଖୁବ କମ ଦିନରେ ଟପିଯିବ ଭାରତ । ଅର୍ଥାତ ବିଶ୍ୱର ସର୍ବାଧିକ ଜନସଂଖ୍ୟା ରାଷ୍ଟ୍ର ତାଲିକାରେ ଶୀର୍ଷରେ ଭାରତ ରହିବାକୁ । ମିଳିଥିବା ସୂଚନା ମୁତାବକ ବର୍ଷ ଶେଷ ସୁଦ୍ଧା ବିଶ୍ୱରେ ସମୁଦାୟ ଜନସଂଖ୍ୟା ୮ ଶହ କୋଟି ଟପିବାକୁ ଯାଉଛି ।
ମହାଦେଶୀୟ ତଥ୍ୟକୁ ହିସାବକୁ ନେଲେ ବର୍ତ୍ତମାନ ୪୭୦ କୋଟି ଲୋକଙ୍କୁ ନେଇ ଏସିଆ ମହାଦେଶ ବିଶ୍ୱରେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଭୂଖଣ୍ଡ । ଅର୍ଥାତ୍ ସମଗ୍ର ବିଶ୍ୱରେ ଯେତିକି ଲୋକ ବାସ କରନ୍ତି ତାହାର ୬୧ ପ୍ରତିଶତ ଲୋକ କେବଳ ଏସିଆ ମହାଦେଶରେ ହିଁ ବାସ କରୁଛନ୍ତି । ଏହାପରେ ରହିଛି ଆଫ୍ରିକା । ଆଫ୍ରିକା ମହାଦେଶର ଜନସଂଖ୍ୟା ୧୩୦ କୋଟି ଅର୍ଥାତ ୧୭ ପ୍ରତିଶତ । ଆଫ୍ରିକା ପରେ ତୃତୀୟ ସ୍ଥାନରେ ରହିଛି ୟୁରୋପ ମହାଦେଶ । ୟୁରୋପର ଜନସଂଖ୍ୟା ୭୫ କୋଟି ଅର୍ଥାତ ସମୁଦାୟ ଜନସଂଖ୍ୟାର ୧୦ ପ୍ରତିଶତ । ଚତୁର୍ଥ ସ୍ଥାନରେ ଲାଟିନ ଆମେରିକା ରହିଛି । ବର୍ତ୍ତମାନ ଏହି ମହାଦେଶରେ ସମୁଦାୟ ୬୫ କୋଟି ଲୋକ ଅର୍ଥାତ ୮ ପ୍ରତିଶତ ଜନସଂଖ୍ୟା ରହିଛି । ସେହିପରି ୩୭ କୋଟି ଜମସଂଖ୍ୟା ବିଶିଷ୍ଟ ଉତ୍ତର ଆମେରିକା ପରେ ମାତ୍ର ୪ କୋଟି ଜନସଂଖ୍ୟା ବିଶିଷ୍ଟ ଓସିନିଆ ରହିଛି ।
ବିଶ୍ୱ ଜନସଂଖ୍ୟା ଆକଳନ ରିପୋର୍ଟ ମୁତାବକ ବର୍ତ୍ତମାନ ଚୀନର ଜନସଂଖ୍ୟା ୧୫୦ କୋଟି । ଯାହା ବିଶ୍ୱରେ ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାବରେ ପରିଗଣିତ । ୧୪୫ କୋଟି ସହ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଯଦି ଏହି ହିସାବକୁ ପ୍ରତିଶତରେ ଦେଖାଯାଏ, ତେବେ ଚୀନର ଜନସଂଖ୍ୟା ୧୯ ପ୍ରତିଶତ ରହିଥିବାବେଳେ ଭାରତର ଜନସଂଖ୍ୟା ରହିଛି ୧୮ ପ୍ରତିଶତ ।
ତେବେ ସଂଯୁକ୍ତ ରାଷ୍ଟ୍ରର ସୂଚନା ମୁତାବକ ଜନସଂଖ୍ୟା ଆକଳନ ଅନୁସାରେ ୨୦୫୦ ମସିହାରେ ଚୀନ ତାହାର ସମୁଦାୟ ଜନସଂଖ୍ୟାରେ ବ୍ରେକ ଲଗାଇବାକୁ ଯାଉଛି । ଅର୍ଥାତ ୨୦୫୦ ମସିହା ସୁଦ୍ଧା ୩.୧୪ କୋଟି ଅବା ୨.୨ ପ୍ରତିଶତ ଜନସଂଖ୍ୟା ହ୍ରାସ ଘଟାଇବାକୁ ଯାଉଛି । ସେପଟେ ଭାରତରେ ବୃଦ୍ଧି ଘଟୁଥିହା ଜନସଂଖ୍ୟାକୁ ଲକ୍ଷ୍ୟ କରି ରିପୋର୍ଟ କହିଛି ୨୦୩୦ ମସିହା ସୁଦ୍ଧା ଭାରତ ଚୀନକୁ ଅତିକ୍ରମ କରି ବିଶ୍ୱର ଜନସଂଖ୍ୟା ବିଶିଷ୍ଟ ଦେଶ ଭାହେ ପ୍ରଥମ ସ୍ଥାନ ଦଖଲ କରିବ ।
ଜନସଂଖ୍ୟା ବଢ଼ିବାରେ ୮ ଦେଶର ଯୋଗଦାନ ସବୁଠାରୁ ଅଧିକ ରହିବ। ସେଗୁଡ଼ିକ ହେଉଛି ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ଇଜିପ୍ଟ, ଇଥିଓପିଆ, ଭାରତ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ ଏବଂ ତାଞ୍ଜାନିଆ ଅନ୍ତର୍ଭୁକ୍ତ। ଯେ କୌଣସି ଦେଶର ବିକାଶ ଓ ଅଗ୍ରଗତି ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ନିତାନ୍ତ ଆବଶ୍ୟକ।ସେହି ଦୃଷ୍ଟିରୁ ଯୋଜନା ପ୍ରଣୟନକାରୀ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ଦରକାର।
Also Readhttps://purvapaksa.com/student-union-elections-campuses-turn-tense-and-violent/


