ଆରମ୍ଭ ହୋଇଛି ରଥ ଟଣା । ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମନ୍ଦିର ବାହାରକୁ ଆସିଥିବା ବେଳେ ରଥଟଣା ଆରମ୍ଭ ହୋଇଛି । ଗଜପତି ମହାରାଜ ଛେରା ପହଁରା ଶେଷ କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା । ଶ୍ରଦ୍ଧାଳୁ ମାନେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣି ଟାଣି ନେଇଥିଲେ।
ମହାପ୍ରଭୁ ଜଗନ୍ନାଥ ପହଣ୍ଡିରେ ରତ୍ନବେଦୀରୁ ଭକ୍ତଙ୍କ ମେଳକୁ ଆସିଥିଲେ । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି ହୋଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିରାଜି ଥିଲେ । ଏହା ପରେ ବଡ଼ ଠାକୁର ବଳଦେବ ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିରାଜିଥିଲେ । ଏହାପରେ ଦେବୀ ସୁଭଦ୍ରା ପହଣ୍ଡିରେ ଆସିଥିଲେ । ଆଉ ଶେଷରେ ଜଗତର ନାଥ ଜଗନ୍ନାଥ ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସିଥିଲେ ।
ସେପଟେ ସୁରକ୍ଷା ବଳୟରେ ରହିଛି ପୁରୀ ସହର । ଏଥର ରଥଯାତ୍ରା ବେଳେ ମୁତୟନ ହୋଇଛନ୍ତି NSG ସ୍ନାଇପର୍ସ, ସୁରକ୍ଷା ନିୟନ୍ତ୍ରଣ ପାଇଁ ଅଛନ୍ତି ପ୍ରାୟ ୧୦ ହଜାର ପୋଲିସ । ଭୁବନେଶ୍ୱର ଓ କୋଣାର୍କରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା ସହ ସାରା ପୁରୀ ସହର ରହିବ AI ସିସିଟିଭି ନଜରରେ। ସବୁ ପ୍ରମୁଖ ସ୍ଥାନ ମାନଙ୍କୁ ମିଶାଇ ୨୭୫ଟି ସ୍ଥାନରେ ଲାଗିଛି CCTV। ବିଏସଏଫ୍, ସିଆରପିଏଫ ଓ ରାପିଡ୍ ଆକ୍ସନ ଫୋର୍ସକୁ ମିଶାଇ ୮ କଂପାନି ଫୋର୍ସ ରଥଯାତ୍ରାରେ ନିୟୋଜିତ ।
ALSO READ https://purvapaksa.com/how-did-foreigners-view-the-puri-rath-yatra/
How did foreigners view the Puri Rath Yatra? ବିଦେଶୀମାନେ ପୁରୀ ରଥ ଯାତ୍ରାକୁ କିପରି ଦେଖୁଥିଲେ?
