Sindoor: ହିନ୍ଦୁ ଧର୍ମରେ ସିନ୍ଦୁର ବିବାହର ଶୁଭ ସଙ୍କେତ ବୋଲି ବିବେଚନା କରାଯାଏ।
ହିନ୍ଦୁ ଧର୍ମରେ ବିବାହ ପରେ ବିବାହିତ ମହିଳାମାନେ ସିନ୍ଦୁର ଲଗେଇଥାନ୍ତି । ଏହାକୁ ଅତି ପବିତ୍ର ବୋଲି ବିବେଚନା କରାଯାଏ। ଧାର୍ମିକ ଦୃଷ୍ଟିକୋଣରୁ ସିନ୍ଦୋର କେବଳ ମହିଳାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ ନାହିଁ ବରଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହାର ବିଶେଷ ଗୁରୁତ୍ୱ ମଧ୍ୟ ରହିଛି।
ଭାରତୀୟ ସଂସ୍କୃତିରେ ସିନ୍ଦୁର ପ୍ରୟୋଗ କରିବାର ପରମ୍ପରା ବହୁତ ପୁରୁଣା । ରାମାୟଣରୁ ମହାଭାରତ ଅବଧି ପର୍ଯ୍ୟନ୍ତ ସିନ୍ଦୁର ବିଷୟରେ ଉଲ୍ଲେଖ ଅଛି । ବିବାହ ସମୟରେ ବର ସାତ ବଚନ ସହ କନ୍ୟାର ମଥାରେ ସିନ୍ଦୁର ଲଗେଇଥାଏ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଜଣେ ମହିଳା ନିଜ ମଥାରେ ଯେତେ ଦିନ ସିନ୍ଦୁର ଲଗାନ୍ତି, ସ୍ୱାମୀଙ୍କ ଜୀବନ ସେତେ ଅଧିକ ହୋଇଥାଏ।
ସେଥିପାଇଁ ବିବାହିତ ମହିଳାମାନେ ପ୍ରତିଦିନ ନିଜକୁ ସିନ୍ଦୁର ସହିତ ସଜାନ୍ତି । ସିନ୍ଦୁର ସଧବା ନାରୀର ମଥାରେ ଲାଗିବା ବ୍ୟତୀତ ଘରେ ସୁଖ ଶାନ୍ତି ମଧ୍ୟ ବୃଦ୍ଧି କରିଥାଏ । ତେବେ ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ସିନ୍ଦୂରର ମାହାତ୍ମ୍ୟ କଣ ରହିଛି ।
- ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ଅଳ୍ପ କିଛି ସିନ୍ଦୂର ପାଣିରେ ମିଶାନ୍ତୁ । ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁରରେ ସ୍ୱସ୍ତିକ୍ ଚିହ୍ନ ତିଆରି କରନ୍ତୁ । ଏହା କରିବା ଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ । ଏହିଭଳି କରିବା ଦ୍ୱାରା ଘରେ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଭଲ ରହିଥାଏ ।
- ଘରର ମୁଖ୍ୟ ଦ୍ୱାରରେ ତେଲରେ ସିନ୍ଦୂର ମିଶାଇ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ । ଏହାକୁ କ୍ରମାଗତ ଭାବରେ ୪୦ ଦିନ କରିବା ଦ୍ୱାରା ଘରେ ଥିବା ବାସ୍ତୁ ଦୋଷ ଦୂର ହୋଇଥାଏ ।
- ହିନ୍ଦୁ ଧର୍ମ ଅନୁଯାୟୀ ଦେବତାମାନଙ୍କର ପୂଜା ମଧ୍ୟ ବିନା ସିନ୍ଦୂରରେ ଅସମ୍ପୂର୍ଣ୍ଣ ହୋଇଥାଏ । ଅର୍ଥ ହାନୀ ହେଉଥିଲେ ଏହି ସମସ୍ୟାକୁ ଦୂର କରିବା ପାଇଁ ପାଞ୍ଚ ମଙ୍ଗଳବାର ଏବଂ ଶନିବାର ଦିନ ତେଲ ସହିତ ସିନ୍ଦୁର ମିଶ୍ରଣ କରି ଭଗବାନ ହନୁମାନଙ୍କୁ ଚଢାନ୍ତୁ । ଏହା କରିବା ଦ୍ୱାରା ବ୍ୟବସାୟରେ ଅଗ୍ରଗତି ହେବ ଏବଂ ଅର୍ଥ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଯିବ ।
- ଘରେ କାହାର ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହୁଥିଲେ ,ରୋଗୀ ଉପରେ ସିନ୍ଦୁରକୁ ବୁଲାଇ ଏହାକୁ ଜଳରେ ପ୍ରବାହିତ କରିବା ଦ୍ୱାରା ରୋଗରୁ ଶୀଘ୍ର ମୁକ୍ତି ମିଳିଥାଏ ।
- ଘରର ମୁଖ୍ୟ ଦ୍ୱାରରେ ସିନ୍ଦୂର ଚଢା ହୋଇଥିବା ପ୍ରଭୁ ଶ୍ରୀଗଣେଶଙ୍କର ମୂର୍ତ୍ତି ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ରହିଥାଏ ।
- ପୂଜା ସମୟରେ ମୁଣ୍ଡରେ ଲାଲ୍ ତିଳକ ବା ସିନ୍ଦୁର ଲଗାଇ ପୂଜା କଲେ ଶୁଭ ଫଳ ମିଳିଥାଏ । ମନରେ ଏକାଗ୍ରତା ଓ ଶାନ୍ତି ଆସିଥାଏ ।
ALSO READ: https://purvapaksa.com/how-to-make-kadha/
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କାଢା, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ କାଢା