Christmas Decorations : ଆସୁଛି ଖ୍ରୀଷ୍ଟମାସ । ସେଥିପାଇଁ ଲୋକମାନେ ନିଜ ଘରକୁ ଅନେକ ସୁନ୍ଦର ଭାବରେ ସଜେଇଥାନ୍ତି ।
ଏହି ପର୍ବ ଦିୱାଲୀ ସହିତ ସମାନ ଏବଂ ଆପଣ ଏହାର ସୁନ୍ଦର ସାଜସଜ୍ଜା ସବୁ ସ୍ଥାନରେ ଦେଖିପାରିବେ । ବିଶେଷ କଥା ହେଉଛି ଏହି ପର୍ବରେ ପିଲାମାନେ ଏବଂ ତାଙ୍କ ପିତାମାତା ଏକତ୍ର ନିଜ ଘରକୁ ବିଭିନ୍ନ ଉପାୟରେ ସଜାନ୍ତି । ଏହି ପର୍ଯ୍ୟାୟରେ, ଆଜି ଆମେ ଶିଖିବା କିପରି ଖ୍ରୀଷ୍ଟମାସରେ ଘରକୁ କିପରି ସଜାଇବେ।
ଖ୍ରୀଷ୍ଟମାସ ଟ୍ରି
ଖ୍ରୀଷ୍ଟମାସରେ ପ୍ରଥମ ସାଜସଜ୍ଜା ହେଉଛି ଖ୍ରୀଷ୍ଟମାସ ଗଛ ବା ଟ୍ରି । ଖ୍ରୀଷ୍ଟମାସ ଟ୍ରି ସଜାଇବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଖ୍ରୀଷ୍ଟମାସ ଟ୍ରି ଦରକାର। ଏହା ପରେ, ଆପଣ ଏଥିରେ ବରଫ ଦେଖାଇବା ପାଇଁ କପା କିମ୍ବା ସୂତାର ସାହାଯ୍ୟ ନେଇ ପାରିବେ । ଏହା ପରେ ଆପଣ ଏହା ଉପରେ ଏକ ବଡ଼ ଷ୍ଟାର, ଘଣ୍ଟି, ବଲ, ଚକଲେଟ, ଟୋପି, ଘର ଆଦି ରଖିପାରିବେ।
ଦ୍ୱିତୀୟରେ, ଆପଣ ଏହାକୁ ଆଲୋକିତ କରିବା ପାଇଁ ଏଥିରେ ବିଭିନ୍ନ ରଙ୍ଗର ବଲ ବା ଲାଇଟ ଲଗାଇ ପାରିବେ। ତା’ପରେ ଏହାର ଚାରିପାଖରେ ଏକ ସାଣ୍ଟା କ୍ୟାପ୍ , ଛୋଟ ଛୋଟ ଟ୍ରି, ଟୋପି ରଖିପାରିବେ। ସେହି ଟ୍ରିରେ କିଛି ଉପହାର ବାନ୍ଧନ୍ତୁ କିମ୍ବା ଆପଣ ଏହାର ଚାରିପାଖରେ ବଡ଼ ଉପହାର ମଧ୍ୟ ରଖିପାରିବେ ଯାହା ବହୁତ ସୁନ୍ଦର ଦେଖାଯାଏ।
ଷ୍ଟାର ଲାଇଟ ଥିବା ପରଦା ଲଗାନ୍ତୁ
ଆଜିକାଲି ବଜାରରେ କିମ୍ବା ଅନଲାଇନ ଷ୍ଟାର୍ ଲାଇଟ୍ ପରଦା ପ୍ରଚୁର ପରିମାଣରେ ଉପଲବ୍ଧ ହୋଇଥାଏ। ବିଶେଷ କରି ଖ୍ରୀଷ୍ଟମାସ ପାଇଁ ଏହାକୁ ବ୍ୟବହାର କରାଯାଏ । ଆପଣ ଏହାକୁ ନିଜ ଘରର ସମସ୍ତ ପରଦା ଉପରେ ଲଗାଇ ପାରିବେ। ଏହା ବ୍ୟତୀତ, ଆପଣ ଏହାକୁ ଆପଣଙ୍କ ଘର ସାମ୍ନାରେ ଟାଙ୍ଗି ପାରିବେ ଯାହା ବହୁତ ସୁନ୍ଦର ଦେଖାଯାଇଥାଏ । ଏହା ବ୍ୟତୀତ ଆପଣ ଏହାକୁ କବାଟରେ ସଜାଇ ପାରିବେ।
ସାଣ୍ଟା କ୍ୟାପ୍
ଖ୍ରୀଷ୍ଟମାସ ପାଇଁ ସାଣ୍ଟା କ୍ୟାପ୍ ସର୍ବୋତ୍ତମ ଏବଂ ଆପଣ ଏହା ସହିତ ନିଜ ଘରକୁ ସଜାଇ ପାରିବେ । ଆପଣ ପ୍ରତ୍ୟେକ ଆକାରର ଛୋଟ ସାଣ୍ଟା କ୍ୟାପ୍ କିଣି ଘରର ବିଭିନ୍ନ ସ୍ଥାନରେ ରଖିପାରିବେ । ଏମାନେ ବହୁତ ସୁନ୍ଦର ଦେଖାଯାନ୍ତି। ଆପଣ ସେମାନଙ୍କୁ ଘରର ବିଭିନ୍ନ ସ୍ଥାନରେ ସଜାଇ ପାରିବେ ।
ଖ୍ରୀଷ୍ଟମାସ କେକ୍
ଶେଷରେ ଖ୍ରୀଷ୍ଟମାସ କେକ୍ ଆଣିବାକୁ ଭୁଲିବେ ନାହିଁ । ପ୍ରତ୍ୟେକ ଉତ୍ସବରେ ଖାଇବା ମୁଖ୍ୟ ଆକର୍ଷଣ ସାଜିଥାଏ । ତେଣୁ ଏହି ଦିନରେ ସମସ୍ତ ପ୍ରକାରର ଖାଦ୍ୟ ଆଣିବେ । ସୁନ୍ଦର ପ୍ଲେଟରେ ତାହାକୁ ସଜେଇ ଘରର ମଝିରେ ବା ରୋଷେଇ ଘରର ସାମ୍ନାରେ ରଖନ୍ତୁ ।
ALSO READ: https://purvapaksa.com/asia-richest-village-madhapar/