ଏବେ ବି ଏମ୍ସ (AIIMS) ହସପିଟାଲରେ ସ୍ଥିତି ସୁଧୁରୁନି! ବରଂ ଦିନକୁ ଦିନ ପରିସ୍ଥିତି ଆହୁରି ଜଟିଳ ଏବଂ ରହସ୍ୟମୟ ହେବାରେ ଲାଗିଛି। ବିନା ଯାଞ୍ଚରେ, ବିନା ସ୍ୱଚ୍ଛତାରେ ଚାଲିଛି ପୋଷ୍ଟିଂ। ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ବି ଏମ୍ସ କର୍ତ୍ତୁପକ୍ଷଙ୍କର ଚେତା ପଶୁନି। ସେମାନଙ୍କର ଏହି ନିଦା ବିଷ୍ଣୁ ନିଦ୍ରା ଏବେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଆଜି ଆମେ ଆପଣଙ୍କ ସାମ୍ନାରେ ଆଉ କିଛି ନୂଆ ତଥ୍ୟ, କିଛି ଗୁରୁତ୍ୱପୂର୍ଣ୍ଣ ଅନଲାଇନ୍ ଟ୍ରାଞ୍ଜେକ୍ସନ ଏବଂ ଦସ୍ତାବିଜ୍ ରଖିବାକୁ ଯାଉଛୁ। ଯାହାପରେ ଆପଣ ଜାଣିପାରିବେ କେମିତି ମୋଟା ଅଙ୍କର ଟଙ୍କା ନେଇ, କୌଣସି ଯାଞ୍ଚ ନ କରି ଚାକିରି ବିକ୍ରି କରାଯାଉଛି।
କେମିତି ଏମ୍ସ ଭୁବନେଶ୍ୱରରେ ଚାକିରି ନାଁରେ ଚାଲିଛି ଏକ ମହାଠକେଇ? ସେହି ୭୦ ଜଣଙ୍କ ତାଲିକା ପଛର କଳା ସତ ପ୍ରକୃତରେ କ’ଣ? ସେମାନଙ୍କ ଭିତରୁ କାହାରିକୁ ଚାକିରି ଦେବା ନାଁରେ କ’ଣ ଏହି ମହାଡିଲ୍ ହୋଇଥିଲା? କ’ଣ ଏହା କେବଳ ଜଣେ ବ୍ୟକ୍ତିର ଠକେଇ, ନା ଏହାର ପଛରେ ସକ୍ରିୟ ରହିଛି ଏକ ବିରାଟ ବେଆଇନ ରାକେଟ୍?
‘ବମ୍ବେ ଇଣ୍ଟିଗ୍ରେଟେଡ୍ ସିକ୍ୟୁରିଟି (ଇଣ୍ଡିଆ) ଲିମିଟେଡ୍’ (BIS) ର ଡାଇରେକ୍ଟର ସଞ୍ଜୁ ସିଂ ଏବଂ ଡେପୁଟି ମ୍ୟାନେଜର ବିଜୟ ବାରିକ।
ସୂଚନା ଅନୁଯାୟୀ, ଏଇମାନଙ୍କ କୁଚକ୍ରି ନୀତି ଯୋଗୁଁ କାଳେ ଏମ୍ସରେ ଆଟେଣ୍ଡାଣ୍ଟ ନିଯୁକ୍ତିରେ ବ୍ୟାପକ ହେରଫେର କରାଯାଉଛି। ଯୋଗ୍ୟ ଏବଂ ମେଧାବୀ ପ୍ରାର୍ଥୀମାନଙ୍କୁ ବାଦ୍ ଦିଆଯାଇ, ବିନା କାଗଜପତ୍ର ଯାଞ୍ଚରେ ଲାଭ ଦେଖି ଚାକିରି ବଣ୍ଟାଯାଉଛି। କିନ୍ତୁ ସବୁଠାରୁ ବଡ଼ ସନ୍ଦେହ ସୃଷ୍ଟି ହେଉଛି ଏମ୍ସର ଡାଇରେକ୍ଟର ଡାକ୍ତର ଆଶୁତୋଷ ବିଶ୍ୱାସ ଏବଂ ମେଡିକାଲ୍ ସୁପରିଟେଣ୍ଡଣ୍ଟ ଡାକ୍ତର ପ୍ରଭାଷ ତ୍ରିପାଠୀଙ୍କ ଭୂମିକାକୁ ନେଇ! ଚର୍ଚ୍ଚା ହେଉଛି ଯେ, ଏମାନେ ବି କାଳେ ଏହି BIS କମ୍ପାନିର କାରସାତି ପଛରେ ପରକ୍ଷେରେ ସାମିଲ ଅଛନ୍ତି କିମ୍ବା ସୁରକ୍ଷା ଯୋଗାଉଛନ୍ତି। ଆପଣଙ୍କ ସାମ୍ନାରେ ଆମେ କିଛି ଅନଲାଇନ୍ ଟ୍ରାଞ୍ଜେକ୍ସନର ଚିତ୍ର ମଧ୍ୟ ରଖୁଛୁ, ଯାହାକି ବିଜୟ ବାରିକ ଏବଂ ସଞ୍ଜୁ ସିଂ ଚାକିରି କରାଇଦେବା ନାଁରେ ବିଭିନ୍ନ ପ୍ରାର୍ଥୀଙ୍କଠାରୁ ଟଙ୍କା ନେଇଥିବା ନେଇ ସ୍ପଷ୍ଟ ଅଭିଯୋଗ ଆସୁଛି।
ଏକ ବହୁତ ବଡ଼ ଦସ୍ତାବିଜ୍ ଉପରେ ନଜର ପକାଇବା। ଏହା ପୂରା ଘଟଣାର ମୂଳ ପିଣ୍ଡ।
• ଅଗଷ୍ଟ ୨୦୨୬: AIIMS Bhubaneswar ପକ୍ଷରୁ ‘Bombay Integrated Security (India) Ltd.’ କୁ ଏକ ଚିଠି ଦିଆଗଲା। ସେହି ଚିଠି ଅନୁଯାୟୀ, ବାଲେଶ୍ୱର Satellite Centre ପାଇଁ ୧୦ ଜଣ Sanitary Attendant ଏବଂ ୫ ଜଣ Hospital Attendant—ଅର୍ଥାତ୍ ମୋଟ ୧୫ ଜଣଙ୍କ deployment ପାଇଁ ‘Competent Authority’ ରୁ ଅନୁମୋଦନ (Approval) ଦିଆଯାଇଥିବା କୁହାଯାଇଥିଲା।
• ଏପରିକି, existing sanctioned strength ଅଧୀନରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରିବା ଏବଂ qualified relievers ମାନଙ୍କର adequate pool ରଖିବାକୁ ମଧ୍ୟ ନିର୍ଦ୍ଦେଶ ଥିଲା। ସବୁଠାରୁ ବଡ଼ କଥା ହେଲା, ଏହା ସଂସ୍ଥା ପାଇଁ କୌଣସି additional financial implication (ଅତିରିକ୍ତ ଆର୍ଥିକ ବୋଝ) ବିନା କରିବାକୁ କୁହାଯାଇଥିଲା।
• କିନ୍ତୁ ଠିକ୍ ତା’ପରେ କ’ଣ ହେଲା? ୧ ସେପ୍ଟେମ୍ବର ୨୦୨୬: ଆସିଲା ଏକ ନୂଆ ଚିଠି!
ଏହି ନୂତନ ଚିଠିରେ ପୂର୍ବରୁ ୧୦ ଜଣ Sanitary Attendant ଓ ୫ ଜଣ Hospital Attendant deploy କରିବା ସମ୍ପର୍କିତ ସମସ୍ତ communication କୁ withdraw (ପ୍ରତ୍ୟାହାର) କରିନିଆଗଲା ବୋଲି କୁହାଗଲା।
• କାହିଁକି ପ୍ରତ୍ୟାହାର କରାଗଲା? କାରଣ ଭାବରେ ଦିଆଗଲା—“administrative reasons” (ପ୍ରଶାସନିକ କାରଣ) ଏବଂ “review of the manpower requirement.”
• AIIMS କହିବା ଅନୁସାରେ, ବର୍ତ୍ତମାନ Satellite Centre ର manpower requirement ଇନଷ୍ଟିଚ୍ୟୁଟ୍ ରେ already working manpower ଦ୍ୱାରା manage ହୋଇଯାଉଛି। ତେଣୁ ଅତିରିକ୍ତ manpower deployment ର ଆବଶ୍ୟକତା ନାହିଁ।
ଏଠାରୁ ହିଁ ଆରମ୍ଭ ହେଉଛି ସବୁଠାରୁ ବଡ଼ ପ୍ରଶ୍ନବାଚୀ!
୧. ଯଦି ପ୍ରକୃତରେ manpower ଆବଶ୍ୟକ ନଥିଲା, ତେବେ ଅଗଷ୍ଟ ମାସରେ ସେହି ୧୫ ଜଣଙ୍କ deployment କୁ କାହିଁକି approval ଦିଆଯାଇଥିଲା?
୨. Manpower requirement ର review ପ୍ରକୃତରେ କେବେ ହେଲା? ଏହି ସମୀକ୍ଷା କିଏ କଲା? ସମୀକ୍ଷା ରିପୋର୍ଟରେ କ’ଣ ବାହାରିଲା?
୩. ଆଉ ସବୁଠାରୁ ବଡ଼ କଥା—ଅନୁମୋଦନ (Approval) ଏବଂ ପ୍ରତ୍ୟାହାର (Withdrawal) ମଧ୍ୟରେ ଏମିତି କ’ଣ ବଦଳିଗଲା ଯେ ହଠାତ୍ ନିଷ୍ପତ୍ତି ବଦଳାଇବାକୁ ପଡ଼ିଲା?
୪. ଏହି ସମାନ୍ତରାଳ ନିଷ୍ପତ୍ତି ପଛରେ କାହାର ବ୍ୟକ୍ତିଗତ ବା ଗୋଷ୍ଠୀଗତ ସ୍ୱାର୍ଥ ଜଡ଼ିତ ରହିଛି?
ଏହି ଦସ୍ତାବିଜରେ ସିଧାସଳଖ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ଦୁର୍ନୀତିର ପ୍ରମାଣ ନ ଥାଇପାରେ, କିନ୍ତୁ ଗୋଟିଏ ସରକାରୀ ପ୍ରତିଷ୍ଠାନରେ ଏଭଳି ବାରମ୍ବାର ନିଷ୍ପତ୍ତି ବଦଳିବା ସାଧାରଣ କଥା ନୁହେଁ। ଏହା ପଛରେ ଏକ ବଡ଼ ଧରଣର ଗେମ୍ ଚାଲିଛି ବୋଲି ସ୍ପଷ୍ଟ ବାରି ହେଉଛି। ତେଣୁ ନିଷ୍ପତ୍ତି ବଦଳିବାର ପ୍ରକୃତ କାରଣ ସାର୍ବଜନୀନ କରାଯାଉ ଦାବି କରିବା ସମ୍ପୂର୍ଣ୍ଣ ସ୍ୱାଭାବିକ। ୧୫ ଜଣଙ୍କ deployment ପ୍ରଥମେ କାହିଁକି ମଞ୍ଜୁର ହେଲା, ପୁଣି କାହିଁକି ପ୍ରତ୍ୟାହାର ହେଲା—ଏହାର ସ୍ପଷ୍ଟ ଏବଂ ସନ୍ତୋଷଜନକ ଉତ୍ତର ଏମ୍ସ କର୍ତ୍ତୁପକ୍ଷଙ୍କୁ ଦେବାକୁ ପଡ଼ିବ।
ଆଉ ଏକ ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି—ଏହି BIS ସଂସ୍ଥାର ଟେଣ୍ଡର ୨୦୨୩ ମସିହାରୁ ବାତିଲ ହୋଇସାରିଛି! ଟେଣ୍ଡର ବାତିଲ ହେବା ସତ୍ତ୍ୱେ ଏବେ ବି ଏହାକୁ ଏକ୍ସଟେନ୍ସନ (Extension) ଦିଆଯାଇ ଚଲାଯାଉଛି।
ଆଜି ଆମେ ସେ ଦିଗକୁ ଗଭୀରକୁ ଯାଉନାହୁ, କିନ୍ତୁ ଆମର ପରବର୍ତ୍ତୀ ଭିଡିଓରେ ଆମେ ପର୍ଦ୍ଦାଫାଶ୍ କରିବୁ—
• ଟେଣ୍ଡର ବାତିଲ ହେବା ସତ୍ତ୍ୱେ ଏହା କାହିଁକି ଚାଲିଛି?
• କାହା ଦୟାରୁ ଏହି ସଂସ୍ଥାକୁ ବାରମ୍ବାର ସୁରକ୍ଷା ଦିଆଯାଉଛି?
• ଏବଂ ଏହା ପଛରେ କେଉଁ ପ୍ରଭାବଶାଳୀ ରାଜନୈତିକ ଲିଙ୍କ୍ ବା ନେତାଙ୍କ ହାତ ରହିଛି?
ଆଜି ପାଇଁ ଆମେ ସିଧାସଳଖ ଏମ୍ସ ଡାଇରେକ୍ଟର ଏବଂ ମେଡିକାଲ୍ ସୁପରିଟେଣ୍ଡଣ୍ଟଙ୍କୁ ଏହି କଠିନ ପ୍ରଶ୍ନ ପଚାରୁଛୁ:
• କାହିଁକି ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ସଂସ୍ଥା ଉପରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉନି?
• ଟେଣ୍ଡର ବାତିଲ ହେବା ପରେ ମଧ୍ୟ ବାରମ୍ବାର ଏକ୍ସଟେନ୍ସନ କାହିଁକି ଦିଆଯାଉଛି?
• ଏଥିରେ ଆପଣମାନଙ୍କର ବ୍ୟକ୍ତିଗତ କିମ୍ବା ପ୍ରଶାସନିକ ସ୍ୱାର୍ଥ କ’ଣ ଅଛି?
ଆମର ଏହି ଖବର ପ୍ରସାରଣ ଲଗାତାର ଜାରି ରହିବ। ଏତିକିରେ ଏହି ଦୁର୍ନୀତିର ଗୁମର ସରୁନି; ଏହା ଏକ ଟ୍ରେଲର୍ ମାତ୍ର। ଆଗକୁ ଆମେ ଧୀରେ ଧୀରେ BIS ସଂସ୍ଥାର ଆହୁରି ଅନେକ କଳା ସତ ଏବଂ ଏମ୍ସ କର୍ତ୍ତୁପକ୍ଷଙ୍କ ଚଲାକିକୁ ଦେଶ ଓ ରାଜ୍ୟ ସାମ୍ନାରେ ପଦାରେ ପକାଇବୁ।


