ଯେତେବେଳେ ଆମେ ‘ଆତଙ୍କବାଦ’ କିମ୍ବା ‘କଟ୍ଟରପନ୍ଥୀ’ ଶବ୍ଦ ଶୁଣୁ, ଆମ ଆଖି ଆଗରେ ସାଧାରଣତଃ ଜଣେ ପୁରୁଷର ଚେହେରା ଆସିଥାଏ । ଆମେ ଭାବୁଥିଲେ ଶିକ୍ଷା ଏବଂ ଚାକିରି ମଣିଷକୁ ସଂସ୍କାରୀ କରେ, କିନ୍ତୁ ଯଦି କର୍ପୋରେଟ୍ ବୋର୍ଡରୁମ୍ ଏବଂ ବଡ଼ ବଡ଼ ହସ୍ପିଟାଲ୍ ଭିତରେ ବିଷାକ୍ତ ବିଚାରଧାରା ଜନ୍ମ ନିଏ, ତେବେ ଦେଶ କେତେ ସୁରକ୍ଷିତ?
ଛତ୍ରପତି ସମ୍ଭାଜୀ ନଗରରୁ ଗିରଫ ହୋଇଥିବା TCSର କର୍ମଚାରୀ ନିଦା ଖାନ୍ ଏବଂ ଲକ୍ଷ୍ନୌର ଡାକ୍ତର ଶାହୀନ୍ଙ୍କ ମାମଲା ଏବେ ଦେଶର ସୁରକ୍ଷା ଏଜେନ୍ସିଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। କ’ଣ ଏହି ‘ମୋମିନାତ୍’ ନେଟୱର୍କ? କିଭଳି ମହିଳାମାନେ ଏହି ‘ସିଷ୍ଟମାଟିକ୍ ରେଡିକାଲିଜିମ୍’ର ଅଂଶ ପାଲଟୁଛନ୍ତି?

ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି TCS ଭଳି ଏକ ସମ୍ମାନଜନକ ସଂସ୍ଥାରେ କାମ କରୁଥିବା ନିଦା ଖାନ୍ଙ୍କ ଗିରଫଦାରୀ । ନିଦାଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ନିଜର ପଦବୀର ବ୍ୟବହାର କରି କମ୍ପାନୀରେ ଥିବା ହିନ୍ଦୁ ଏବଂ ଦଳିତ ଝିଅମାନଙ୍କୁ ଟାର୍ଗେଟ୍ କରୁଥିଲେ । ସେମାନଙ୍କୁ ବୁର୍ଖା ପିନ୍ଧିବା ପାଇଁ ବାଧ୍ୟ କରିବା ସହ ଧର୍ମ ପରିବର୍ତ୍ତନ ପାଇଁ ଉସକାଉଥିଲେ ।
ଏହାକୁ ବିଶେଷଜ୍ଞମାନେ ‘ହ୍ୱାଇଟ୍ କଲର ଜିହାଦ୍’ ବୋଲି କହୁଛନ୍ତି । ଏହି ଲୋକମାନେ ପାଠ ପଢ଼ିଛନ୍ତି, ଏସି କ୍ୟାବିନରେ ବସୁଛନ୍ତି, କିନ୍ତୁ ସେମାନଙ୍କ ମୁଣ୍ଡରେ ଚାଲିଛି ଦେଶ ବିରୋଧୀ ଏବଂ ସମାଜରେ ଫାଟ ସୃଷ୍ଟି କରିବାର ଏଜେଣ୍ଡା।

ନିଦା ଖାନ୍ ଏକା ନୁହଁନ୍ତି, ଏହି ନେଟୱର୍କର ଅନ୍ୟ ଏକ ବଡ଼ ନାମ ହେଉଛି ଡାକ୍ତର ଶାହୀନ ଶାହିଦ୍ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଶାହୀନ ଲକ୍ଷ୍ନୌର ଏକ ମେଡିକାଲ୍ କଲେଜର ଜଣେ ଲେକ୍ଚରର ଏବଂ ଜଣେ ପ୍ରତିଷ୍ଠିତ ଡାକ୍ତର ଥିଲେ । କିନ୍ତୁ ତାଙ୍କର ଅସଲ ପରିଚୟ ଥିଲା ‘ଜୈଶ-ଏ-ମହମ୍ମଦ’ର ‘ମୋମିନାତ୍’ ୱିଙ୍ଗର ମୁଖ୍ୟ।
ଶାହୀନ ‘ମିଶନ ଡି-୬’ (Mission D6) ନାମକ ଏକ ମଡ୍ୟୁଲ୍ ଚଲାଉଥିଲେ, ଯେଉଁଠାରେ ସେ ଶିକ୍ଷିତ ପ୍ରଫେସନାଲମାନଙ୍କ ମନରେ ବିଷ ଭରୁଥିଲେ। ଯେଉଁ ଡାକ୍ତରଙ୍କ କାମ ଜୀବନ ବଞ୍ଚାଇବା, ସେ ଲାଲ୍ କିଲ୍ଲା ବ୍ଲାଷ୍ଟ ମଡ୍ୟୁଲ୍ ସହ ଜଡିତ ଥିବା ଏବଂ ବିସ୍ଫୋରକ ସଂଗ୍ରହ କରିବାରେ ବ୍ୟସ୍ତ ଥିଲେ। ଏହା ସେହି ମିଥ୍ୟାକୁ ଭାଙ୍ଗୁଛି ଯେ ଶିକ୍ଷା ଦ୍ୱାରା କଟ୍ଟରପନ୍ଥୀ ଚିନ୍ତାଧାରା ଶେଷ ହୋଇଯାଏ।
ଏହି ଧାରାରେ ଆଉ ଏକ ନାମ ହେଉଛି କାଶ୍ମୀରର ଆସିଆ ଅନ୍ଦ୍ରାବୀ । ‘ଦୁଖତରାନ-ଏ-ମିଲ୍ଲତ’ର ମୁଖ୍ୟ ଆସିଆଙ୍କୁ ନିକଟରେ ୨୦୨୬ ମାର୍ଚ୍ଚ ମାସରେ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛି । ଆସିଆ କେବେ ବନ୍ଧୁକ ଧରିନଥିଲେ, କିନ୍ତୁ ସେ ନିଜର କଥା ଏବଂ ମଦ୍ରାସାଗୁଡିକୁ ଅସ୍ତ୍ର ଭାବେ ବ୍ୟବହାର କରି କାଶ୍ମୀରର ଏକ ପୁରା ପିଢିକୁ ଭାରତ ବିରୋଧରେ ଛିଡା କରିଥିଲେ।
କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ମହିଳାମାନଙ୍କ କାମ କୌଣସି ଗୋଟିଏ ଘଟଣା ନୁହେଁ, ବରଂ ଏହା ଭାରତ ବିରୋଧରେ ଏକ ନିରନ୍ତର ଯୁଦ୍ଧ ବା ‘Continuous War’.।

ସବୁଠାରୁ ଚିନ୍ତାର ବିଷୟ ହେଉଛି, ଗିରଫ ହେବା ପରେ ଏହି ମହିଳାମାନେ ନିଜର ‘ଲିଙ୍ଗ’ (Gender) ବା ମହିଳା ହେବାର ସୁଯୋଗ ନିଅନ୍ତି । ନିଦା ଖାନ୍ ଗିରଫଦାରୀରୁ ବଞ୍ଚିବା ପାଇଁ ୨୫ ଦିନ ଧରି ଲୁଚି ରହିଲେ ଏବଂ କୋର୍ଟରେ ନିଜର ‘ପ୍ରେଗ୍ନାନ୍ସି’ ବା ଗର୍ଭବତୀ ହେବାର ବାହାନା କରି ଜାମିନ ମାଗିଲେ ।
କିନ୍ତୁ ୨ ମଇ ୨୦୨୬ରେ ନାସିକ୍ ସେସନ୍ସ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଦେଲେ । ଜଜ୍ ସ୍ପଷ୍ଟ କହିଲେ ଯେ, ଏହା ଏକ ସୁଚିନ୍ତିତ ‘ବ୍ରେନ୍ ୱାସିଂ’ ମାମଲା ଏବଂ ଦେଶ ବିରୋଧୀ ଷଡ଼ଯନ୍ତ୍ରରେ କୌଣସି ପ୍ରକାର ରିହାତି ମିଳିବ ନାହିଁ । ସେ ସଫୁରା ଜରଗର ହୁଅନ୍ତୁ କିମ୍ବା ନିଦା ଖାନ୍, ‘ୱିମେନ୍ କାର୍ଡ’ ଏବେ ଆଉ ଚଳିବ ନାହିଁ ।
ସୁରକ୍ଷା ଏଜେନ୍ସିଙ୍କ ପାଇଁ ଏହା ଏକ ‘Wake-up Call’ । ଆମେ କେତେ ଦିନ ଯାଏଁ ମହିଳାମାନଙ୍କୁ କେବଳ ପରିସ୍ଥିତିର ଶିକାର ବା ବିକଟିମ୍ ଭାବିବା? କଟ୍ଟରପନ୍ଥୀ ବିଚାରଧାରା ଏବେ ବୋର୍ଡରୁମ୍ ଏବଂ ହସ୍ପିଟାଲ୍ ୱାର୍ଡରେ ପହଞ୍ଚିଲାଣି। ଯଦି ଆମେ ଏହି ଅଦୃଶ୍ୟ ‘Sleeper Cells’ ଗୁଡିକୁ ନ ଚିହ୍ନିବା, ତେବେ ଆଗାମୀ ଦିନରେ ଏହା ଭୟଙ୍କର ରୂପ ନେଇପାରେ । କଟ୍ଟରପନ୍ଥୀର କୌଣସି ଲିଙ୍ଗ ନଥାଏ, ଏହା କେବଳ ଦେଶଦ୍ରୋହ ।
also read : https://purvapaksa.com/why-is-bangladesh-ignoring-indias-letter/
ଭାରତର ଚିଠିକୁ କାହିଁକି ବାଂଲାଦେଶର ଅଣଦେଖା? || Why is Bangladesh ignoring India’s letter?


