ଦିଲ୍ଲୀ ଦଙ୍ଗା ମାମଲାରେ ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ଅସ୍ୱୀକାର କରିଛନ୍ତି । ତେବେ ଏହି ମାମଲାର ଅନ୍ୟ ଅଭିଯୁକ୍ତ — ଗୁଲଫିଶା ଫାତିମା, ମୀରାନ ହାଇଦର, ଶିଫା-ଉର-ରେହମାନ, ମହମ୍ମଦ ସଲିମ ଖାନ ଓ ଶାଦାବ ଅହମ୍ମଦଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ବିଚାରପତି ଅରବିନ୍ଦ କୁମାର ଏବଂ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।
ଏହି ରାୟ ପରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଓ ବିଜେପି ନେତା କପିଲ ମିଶ୍ରା ଅଭିଯୁକ୍ତଙ୍କ ପକ୍ଷରେ ଲଢୁଥିବା ଓକିଲମାନଙ୍କୁ ଟାର୍ଗେଟ କରି କଟୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତମାନଙ୍କୁ ରକ୍ଷା କରିବା ପାଇଁ ଦେଶର କିଛି ପ୍ରମୁଖ ବରିଷ୍ଠ ଓକିଲ କୋର୍ଟରେ ହାଜର ହୋଇଥିଲେ ଏବଂ ବିଭିନ୍ନ ରାଜନୈତିକ ମହଳରୁ ସେମାନଙ୍କୁ ସମର୍ଥନ ମିଳିଥିଲା।

କପିଲ ମିଶ୍ରା କହିଛନ୍ତି—“ସୁପ୍ରିମକୋର୍ଟର ଏହି ନିଷ୍ପତ୍ତି ସ୍ପଷ୍ଟ କରୁଛି ଯେ ଦିଲ୍ଲୀ ଦଙ୍ଗା କୌଣସି ସାଧାରଣ ଘଟଣା ନୁହେଁ, ବରଂ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। ଯୋଜନାବଦ୍ଧ ଭାବରେ ଦିଲ୍ଲୀକୁ ନିଆଁରେ ଝାଙ୍କି ଦିଆଯାଇଥିଲା।”
କେଉଁ ଓକିଲ କେଉଁ ଅଭିଯୁକ୍ତଙ୍କ ପକ୍ଷରେ?
ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଦଙ୍ଗା ମାମଲାରେ—
• କପିଲ ସିବଲ — ଉମର ଖାଲିଦଙ୍କ ପକ୍ଷରେ
• ସିଦ୍ଧାର୍ଥ ଦବେ — ଶାର୍ଜିଲ ଇମାମଙ୍କ ପକ୍ଷରେ
• ଅଭିଷେକ ମନୁ ସିଂଘଭି — ଗୁଲଫିଶା ଫାତିମାଙ୍କ ପକ୍ଷରେ
• ସଲମାନ ଖୁର୍ସିଦ — ଶିଫା-ଉର-ରେହମାନଙ୍କ ପକ୍ଷରେ
• ସିଦ୍ଧାର୍ଥ ଅଗ୍ରୱାଲ — ମୀରାନ ହାଇଦରଙ୍କ ପକ୍ଷରେ
• ସିଦ୍ଧାର୍ଥ ଲୁଥ୍ରା — ଶାଦାବ ଅହମ୍ମଦଙ୍କ ପକ୍ଷରେ
• ଗୌତମ ଖଜାଞ୍ଚି — ମହମ୍ମଦ ସଲିମ ଖାନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ
ଅନ୍ୟପଟେ, ଦିଲ୍ଲୀ ପୋଲିସ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି. ରାଜୁ କୋର୍ଟରେ ପ୍ରତିନିଧିତ୍ୱ କରିଥିଲେ।
ଦଙ୍ଗାରେ ୫୩ ମୃତ, ୭୦୦ରୁ ଅଧିକ ଆହତ
ଉଲ୍ଲେଖଯୋଗ୍ୟ ଯେ, ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗାରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ହିଂସା ନାଗରିକତା ସଂଶୋଧନ ଆଇନ (CAA) ଓ ଜାତୀୟ ନାଗରିକ ପଞ୍ଜିକା (NRC) ବିରୋଧରେ ଚାଲିଥିବା ପ୍ରତିବାଦ ସମୟରେ ଘଟିଥିଲା। ପୂର୍ବରୁ ୨ ସେପ୍ଟେମ୍ବର ୨୦୨୫ରେ ଦିଲ୍ଲୀ ହାଇକୋର୍ଟ ଦଙ୍ଗା ଷଡ଼ଯନ୍ତ୍ର ମାମଲାରେ ଉମର ଖାଲିଦ ଓ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ଅସ୍ୱୀକାର କରିଥିଲେ। ଏହାପରେ ଅଭିଯୁକ୍ତମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।
also read https://purvapaksa.com/pre-sir-work-begins-in-odisha/
Pre-SIR work begins in Odisha ।। ଓଡ଼ିଶାରେ ପ୍ରି-ଏସଆଇଆର କାର୍ଯ୍ୟ ଆରମ୍ଭ


