ସ୍ମାର୍ଟଫୋନ୍ ପ୍ରେମୀଙ୍କ ପାଇଁ Oppo ପୁଣି ଏକ ଜବରଦସ୍ତ ଉପହାର ଆଣିଛି । ଭାରତୀୟ ବଜାରରେ Oppo ତାହାର K14 ସିରିଜର ପ୍ରଥମ ସ୍ମାର୍ଟଫୋନ୍ Oppo K14x 5G କୁ ଅଫିସିଆଲ୍ ଭାବେ ଲଞ୍ଚ କରିଛି। ଶକ୍ତିଶାଳୀ ବ୍ୟାଟେରୀ, ଫାଷ୍ଟ ଚାର୍ଜିଂ, 5G ସପୋର୍ଟ ଏବଂ ଆକର୍ଷଣୀୟ ଡିଜାଇନ୍ ସହିତ ଏହି ଫୋନ୍ ମିଡ୍-ରେଞ୍ଜ ସେଗ୍ମେଣ୍ଟରେ ବଡ଼ ଧମାକା କରିବାକୁ ପ୍ରସ୍ତୁତ।

ନିକଟରେ Flipkart ସହ ଏକ ଇ-କମର୍ସ ପ୍ଲାଟଫର୍ମରେ Oppo K14x 5G ପାଇଁ ଏକ ଡେଡିକେଟେଡ୍ ମାଇକ୍ରୋସାଇଟ୍ ଲାଇଭ୍ କରାଯାଇଥିଲା, ଯେଉଁଠାରେ ଫୋନ୍ର ଡିଜାଇନ୍, ସ୍ପେସିଫିକେସନ୍ ଓ ଫିଚର୍ସ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି। Oppo ସ୍ପଷ୍ଟ କରିଛି ଯେ ଏହି ହ୍ୟାଣ୍ଡସେଟ୍ ଦୁଇଟି ଆକର୍ଷଣୀୟ କଲର୍—Prism Violet ଏବଂ Ice Blue—ରେ ଉପଲବ୍ଧ ହେବ।
ଡିଜାଇନ୍ ଏବଂ ବ୍ୟାଟେରୀ
Oppo K14x 5G ର ଡିଜାଇନ୍ ଖୁବ୍ ପ୍ରିମିୟମ୍ ଦେଖାଯାଏ। ପଛପଟେ ଏକ ପିଲ୍-ଶେପ୍ଡ କ୍ୟାମେରା ରହିଛି, ଯେଉଁଠାରେ ଡୁଆଲ୍ ରିଅର୍ କ୍ୟାମେରା ସେଟଅପ୍ ଦିଆଯାଇଛି। ଫୋନ୍ର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର 65୦୦mAh ବ୍ୟାଟେରୀ, ଯାହା ଦୀର୍ଘ ସମୟ ଚାଲିବାର ଗାରାଣ୍ଟି ଦିଏ। ଏହା ସହିତ 45W ୱାୟର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିବ, ଯାହା ଅତ୍ୟନ୍ତ ଦ୍ରୁତ ଚାର୍ଜିଂ ଅନୁଭବ ଦେବ।
ଡିସପ୍ଲେ ଏବଂ ପରଫର୍ମାନ୍ସ
Oppo K14x 5G ରେ ୬.୭୫-ଇଞ୍ଚ HD+ ଡିସପ୍ଲେ ଦିଆଯାଇଛି, ଯାହା 120Hz ରିଫ୍ରେସ୍ ରେଟ୍ ସପୋର୍ଟ କରେ। ଏହାର ପିକ୍ ବ୍ରାଇଟନେସ୍ ୧୧୨୫ ନିଟ୍ସ ଥିବାରୁ ଧୁପରେ ମଧ୍ୟ ସ୍କ୍ରିନ୍ ସ୍ପଷ୍ଟ ଦେଖାଯିବ। ପରଫର୍ମାନ୍ସ ପାଇଁ ଏଥିରେ MediaTek Dimensity 6300 5G ଚିପସେଟ୍ ବ୍ୟବହାର କରାଯାଇଛି, ଯାହା ଦୈନନ୍ଦିନ କାମ, ଗେମିଂ ଓ ମଲ୍ଟିଟାସ୍କିଂକୁ ସ୍ମୁଥ୍ କରିଥାଏ।
କ୍ୟାମେରା ଏବଂ ସଫ୍ଟୱେର

ଫଟୋଗ୍ରାଫି ପ୍ରେମୀଙ୍କ ପାଇଁ Oppo K14x 5G ରେ ୫୦MP AI ପ୍ରାଥମିକ କ୍ୟାମେରା ସହିତ ଡୁଆଲ୍ ରିଅର୍ କ୍ୟାମେରା ସେଟଅପ୍ ମିଳିଛି। AI ଫିଚର୍ସ ଯୋଗୁଁ ଫଟୋର କ୍ୱାଲିଟି ଆହୁରି ଭଲ ହେବ। ସଫ୍ଟୱେର ଦିଗରୁ, ଏହି ସ୍ମାର୍ଟଫୋନ୍ Android 15 ଉପରେ ବେସ୍ଡ ColorOS 15 ରେ ଚାଲିଥାଏ, ଯାହା ଉପଭୋକ୍ତାଙ୍କୁ ନୂଆ ଫିଚର୍ସ ଓ ସ୍ମୁଥ୍ UI ଅନୁଭବ ଦେବ।
ମୂଲ୍ୟ ଏବଂ ଉପଲବ୍ଧତା
Oppo ଏପର୍ଯ୍ୟନ୍ତ Oppo K14x 5G ର ଅଫିସିଆଲ୍ ମୂଲ୍ୟ ଘୋଷଣା କରିନାହିଁ। ହେଲେ ରିପୋର୍ଟ ଅନୁସାରେ ଏହାର ମୂଲ୍ୟ ପ୍ରାୟ ୧୫,୦୦୦ ଟଙ୍କା ଆଖପାଖରେ ରହିପାରେ। ଏହି ଫୋନ୍ Flipkart ଏବଂ Oppo India Online Store ମାଧ୍ୟମରେ ବିକ୍ରି ପାଇଁ ଉପଲବ୍ଧ ହେବ।
ଶକ୍ତିଶାଳୀ ବ୍ୟାଟେରୀ, 5G କନେକ୍ଟିଭିଟି ଓ ଆଧୁନିକ ଫିଚର୍ସ ସହିତ Oppo K14x 5G ଏକ ଦମଦାର୍ ମିଡ୍-ରେଞ୍ଜ ସ୍ମାର୍ଟଫୋନ୍ ଭାବେ ସାବିତ୍ର ହୋଇପାରେ। ଯଦି ଆପଣ ଏକ ନୂଆ ଫୋନ୍ କିଣିବା ପ୍ଲାନ୍ କରୁଛନ୍ତି, ତେବେ Oppo K14x 5G ଆପଣଙ୍କ ପାଇଁ ଏକ ଭଲ ଅପ୍ସନ୍ ହୋଇପାରେ।
also read https://purvapaksa.com/love-crime/
https://purvapaksa.com/love-crime/


