Pakhala Divas: ଆଜି ମାର୍ଚ୍ଚ ମାର୍ଚ୍ଚ ୨୦ । ବେଶ୍ କିଛି ବର୍ଷ ହେବ ମାର୍ଚ୍ଚ ୨୦ରେ ରାଜ୍ୟରେ ପଖାଳ ଦିବସ ପାଳିତ ହୋଇଆସୁଛି। ପ୍ରାୟ ସମସ୍ତଙ୍କ ଘରେ ଆଜି କଂସାଏ ପଖାଳ ସାଙ୍ଗକୁ ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ତିଆରି ହୋଇଥିବ । ଘରେ ବଡ଼ ଠାରୁ ଛୋଟ ସମସ୍ତେ ଏକାଠି ହୋଇ ପଖାଳ ଖାଇ ଆଜିର ଦିନକୁ ଖୁସିର ସହ ପାଳନ କରୁଛନ୍ତି ।
କି ଧନୀ କି ଗରିବ, ଏହାକୁ ସମସ୍ତେ ବେଶ୍ ଆଡ଼ମ୍ବରରେ ପାଳନ କରିଥାନ୍ତି । ମାତ୍ର କିଛିଜଣ ପଖାଳପ୍ରେମୀ ଆରମ୍ଭ କରିଥିବା ଏହି ଦିବସ ଆଜି ରାଜ୍ୟବ୍ୟାପୀ ବେଶ୍ ଧୁମଧାମରେ ପାଳନ କରାଯାଉଛି ।

ପଖାଳ ସଭିଙ୍କର ପ୍ରିୟ ଖାଦ୍ୟ ମଧ୍ୟ ରୁ ଗୋଟିଏ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ । କେବେଳ ମଣିଷ ନୁହେଁ ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ । ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ବିଭିନ୍ନ ପଖାଳ ଭୋଗ। ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା ।
ଓଡ଼ିଆ ଜାତିର ସ୍ୱାଦ, ଓଡ଼ିଆଙ୍କ ପରିଚୟ, ଓଡ଼ିଆଙ୍କ ପ୍ରାଣ, ଷାଠିଏ ପଉଟିର ଅଂଶ ପଖାଳ । ସଞ୍ଜ ହେଉ କି ସକାଳ ଓଡିଆଙ୍କ ପ୍ରିୟ ପଖାଳ । ଡହ ଡହ ଖରାରେ ପେଟକୁ ବାସି ତୋରାଣି ଗଲେ ହୁଏ ଆତ୍ମା ଶାନ୍ତ । ଚାଷୀ ଭାଇ କୁହେ ପଖାଳ ଖାଇଲେ ଶକ୍ତି ଆସେ, ଅଳସୁଆ କହେ ପଖାଳ ଖାଇଲେ ନିଦ ଆସେ । ଅହଂକାରୀ କହେ ପଖାଳ ଗରିବଙ୍କ ଖାଦ୍ୟ ମଧ୍ୟରେ ଆସେ କିନ୍ତୁ ଡାକ୍ତର କୁହନ୍ତି ପଖାଳରୁ ପୋଷଣ ଆସେ ।

ଓଡ଼ିଶାରେ ପଖାଳର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଥିପାଇଁ ଓଡ଼ିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ। ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି । ଆଗକାଳରେ ସିନା ପଖାଳ ସହ ଶୁଖୁଆ ଥିଲା ପାରମ୍ପରିକ ସାଥୀ। ଏବେ କିନ୍ତୁ ପଖାଳ ସହ ଚୂନା ମାଛଭଜା ଓ ଛତୁ ସହ ବିଭିନ୍ନ ପ୍ରକାରର ଖାଦ୍ୟ ଆଦି ପରଷା ଯାଉଛି। ସୋସିଆଲ ମିଡିଆରେ ବି ଟ୍ରେଣ୍ଡ କରୁଛି ପଖାଳ ଦିବସ ।

ସେଲିବ୍ରିଟିଙ୍କଠୁ ଆରମ୍ଭ କରି ରାଜନେତା ଆଜି ଖାଉଛନ୍ତି ପଖାଳ । କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି, ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଅନେକ ଲୋକ ପଖାଳକୁ ସେତେ ହିଁ ଆନନ୍ଦର ସହ ଖାଇ ଥାନ୍ତି ।
ଏହା ଏକ ଏପରି ବିଷୟ ଯାହା ବିଷୟରେ କହିଲେ ସମୟ ତା ସରି ଯିବ ହେଲେ ଶବ୍ଦ ସରିବନି। ସେଥିପାଇଁ ତ କୁହନ୍ତି, ଓଡ଼ିଆମାନଙ୍କ ପାଇଁ ପଖାଳ କେବଳ ଏକ ଖାଇବା ନୁହେଁ ବରଂ ଏହା ଆମର ଇମୋସନ ।
ALSO READ: https://purvapaksa.com/admission-for-class-1-and-shisu-vatika-will-be-held-on-april-2/

