ଗଲୱାନ୍ ଓ ଡୋକଲାମର ମାଷ୍ଟରମାଇଣ୍ଡ୍ ଜେନେରାଲ୍ଙ୍କୁ ହଟାଇଲେ ସି. ଜିନପିଙ୍ଗ୍!
ଗଲୱାନ୍ ଘାଟିରେ ଭାରତୀୟ ସେନା ସହିତ ରକ୍ତାକ୍ତ ସଂଘର୍ଷର ଯୋଜନା କରିଥିବା ଏବଂ ଡୋକଲାମ୍ ବିବାଦ ପଛରେ ଥିବା ଚୀନର ସବୁଠାରୁ ଶକ୍ତିଶାଳୀ କମାଣ୍ଡର— ଜେନେରାଲ୍ ଝାଓ ଜୋଙ୍ଗକି ହଠାତ୍ କେଉଁଆଡ଼େ ଗାଏବ ହୋଇଗଲେ? କେବଳ ଝାଓ ଜୋଙ୍ଗକି ନୁହଁନ୍ତି, ଚୀନ୍ ସେନାର ୫୨ ପ୍ରତିଶତ ବରିଷ୍ଠ ଜେନେରାଲ୍ ଏବଂ ଟପ୍ ମିଲିଟାରୀ ଅଫିସରମାନଙ୍କୁସି ଜିନପିଙ୍ଗ୍ ହୁଏତ ବରଖାସ୍ତ କରିଛନ୍ତି ନଚେତ୍ ସେମାନଙ୍କୁ ଜେଲ୍ ପଛକୁ ପଠାଇ ଦେଇଛନ୍ତି।
କାହିଁକି ଚୀନ୍ ସେନାରେ ଏତେବଡ଼ ଧରପଗଡ଼ ଚାଲିଛି? କାହିଁକି ସି ଜିନପିଙ୍ଗ୍ ନିଜର ସବୁଠାରୁ ବିଶ୍ୱସ୍ତ ଜେନେରାଲ୍ମାନଙ୍କୁ ଗୋଟିଏ ପରେ ଗୋଟିଏ ରାସ୍ତାରୁ ହଟାଉଛନ୍ତି? ଆଉ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା— ଚୀନର ସୁପରସୋନିକ୍ ମିସାଇଲ୍ରେ ଇନ୍ଧନ ବଦଳରେ ପାଣି ଭର୍ତ୍ତି ହେବାର ସତ୍ୟତା କ’ଣ? ଆସନ୍ତୁ ଆଜିର ଏହି ବିଶ୍ଳେଷଣରେ ଖୋଲିବା ଚୀନ୍ ସେନା ଭିତରେ ଚାଲିଥିବା ଭୟଙ୍କର ଅସ୍ଥିରତା ଓ ଦୁର୍ନୀତିର ଗୁମର।
ଘଟଣାଟି ବୁଝିବାକୁ ହେଲେ ଆମକୁ ୨୦୧୬ ମସିହାକୁ ଫେରିବାକୁ ପଡ଼ିବ। ୨୦୧୬ରେ ଚୀନ୍ ନିଜର ସମଗ୍ର ସେନା ଅର୍ଥାତ୍ PLA କୁ ପୁନର୍ଗଠିତ କରି କେତେକ ଥିଏଟର କମାଣ୍ଡରେ ବିଭକ୍ତ କଲା। ଏହି ସବୁ କମାଣ୍ଡ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ।
ଏହି କମାଣ୍ଡର ଦାୟିତ୍ୱ କ’ଣ ଥିଲା ଜାଣନ୍ତି? ସମ୍ପୂର୍ଣ୍ଣ ଭାରତ ସୀମା (LAC) ଉପରେ ନଜର ରଖିବା ଏବଂ ଭାରତ ସହ ମୁକାବିଲା କରିବା। କାରଣ ଚୀନ୍ ଭଲଭାବେ ଜାଣିଛି ଯେ ଏସିଆ ମହାଦେଶରେ ଯଦି କୌଣସି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ତାକୁ ଆଖିରେ ଆଖି ମିଶାଇ ଚ୍ୟାଲେଞ୍ଜ ଦେଇପାରେ, ସେ ହେଉଛି କେବଳ ଭାରତ।
ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖ୍ୟ ଭାବେ ସି ଜିନପିଙ୍ଗ୍ ନିଯୁକ୍ତ କଲେ ନିଜର ସବୁଠାରୁ ଆକ୍ରମଣାତ୍ମକ ଏବଂ ବିଶ୍ୱସ୍ତ ଅଧିକାରୀ ଜେନେରାଲ୍ ଝାଓ ଜୋଙ୍ଗକିଙ୍କୁ। ଝାଓ ଜୋଙ୍ଗକି ଥିଲେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର କଠୋର ଆଦର୍ଶବାଦୀ ସୈନିକ।
୨୦୧୭ରେ ଯେତେବେଳେ ଡୋକଲାମ୍ ବିବାଦ ହେଲା, ସେତେବେଳେ ଚୀନ୍ ସେନାର ମଙ୍ଗ ଧରିଥିଲେ ଏହି ଝାଓ ଜୋଙ୍ଗକି। ଆଉ ୨୦୨୦ ଜୁନ୍ ମାସରେ ଗଲୱାନ୍ ଘାଟିରେ ଭାରତୀୟ ଯବାନମାନଙ୍କ ସହିତ ଯେଉଁ ବିଶ୍ୱାସଘାତକତାପୂର୍ଣ୍ଣ ସଂଘର୍ଷ ହୋଇଥିଲା, ତାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମଧ୍ୟ ଥିଲେ ସେ ନିଜେ।
ସେ ଗର୍ବର ସହ କହିଥିଲେ ଯେ ସେ ଭାରତକୁ “ସବକ” ଶିଖାଇବା ପାଇଁ ଏହି ଆକ୍ରମଣ ଯୋଜନା କରିଥିଲେ, ଯେପରି ଭାରତ ନିଜକୁ ଅଧିକ ଶକ୍ତିଶାଳୀ ନଭାବୁ। କିନ୍ତୁ ଭାରତୀୟ ସେନାର ବିହାର ରେଜିମେଣ୍ଟ ଯେଉଁ ପାଲଟା ଜବାବ ଦେଲା, ସେଥିରେ ଚୀନ୍ର ଅସଲ ମୁଖା ଖୋଲିଗଲା।
ଗଲୱାନ୍ ସଂଘର୍ଷ ପରେ ଜେନେରାଲ୍ ଝାଓ ଜୋଙ୍ଗକି ବେଜିଂରେ ନିଜ ନେତାମାନଙ୍କୁ ମିଛ ରିପୋର୍ଟ ଦେଇଥିଲେ ଯେ ଚୀନର କୌଣସି କ୍ଷତି ହୋଇନାହିଁ। କିନ୍ତୁ ଅନ୍ତର୍ଜାତୀୟ ଗଣମାଧ୍ୟମ ଏବଂ ଗୁଇନ୍ଦା ରିପୋର୍ଟରୁ ପର୍ଦ୍ଦାଫାସ ହେଲା ଯେ ସେଦିନ ଭାରତୀୟ ବୀର ଯବାନମାନଙ୍କ ପାଲଟା ପ୍ରହାରରେ ଚୀନର କମସେକମ୍ ୩୫ ରୁ ୪୦ ଜଣ ସୈନିକ ନିହତ ହୋଇଥିଲେ। ଚୀନ୍ ସରକାର ବାଧ୍ୟହୋଇ ମାତ୍ର ୪ ଜଣ ସୈନିକଙ୍କ ମୃତ୍ୟୁ ସ୍ୱୀକାର କରି ଲୋକଙ୍କ ଆଖିରେ ଧୂଳି ଦେବାକୁ ଚେଷ୍ଟା କରିଥିଲା।
ଆଜି ଏହି କଥା କାହିଁକି ଚର୍ଚ୍ଚାକୁ ଆସିଛି? କାରଣ ଗଲୱାନ୍ର ଏହି ଡ୍ରାମାବାଜ୍ ଜେନେରାଲ୍ ଝାଓ ଜୋଙ୍ଗକିଙ୍କୁ ଶି ଜିନପିଙ୍ଗ୍ କେବଳ ଚାକିରିରୁ ବାହାର କରିନାହାନ୍ତି, ବରଂ ସେ ଏବେ ସମ୍ପୂର୍ଣ୍ଣ ଭାବେ ଗାଏବ! ସେ ଜେଲରେ ଅଛନ୍ତି, ଗୃହବନ୍ଦୀ ଅଛନ୍ତି ନା ତାଙ୍କ ସହ କିଛି ଅଘଟଣ ଘଟିଛି, ଚୀନରେ କାହା ପାଖରେ ଏହାର ଉତ୍ତର ନାହିଁ।
ଚୀନ୍ ଇତିହାସ ସାକ୍ଷୀ ଅଛି— ଯେତେବେଳେ କମ୍ୟୁନିଷ୍ଟ ପାର୍ଟି ନିଜର କୌଣସି ବୈଦେଶିକ ମନ୍ତ୍ରୀ କିମ୍ବା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗାଏବ କରିଦିଏ, ସେଠାରେ ଜଣେ ଜେନେରାଲ୍ଙ୍କୁ ରାତାରାତି ଉଭାନ କରିଦେବା କୌଣସି ବଡ଼ କଥା ନୁହେଁ।
ଏଠାରେ ପ୍ରଶ୍ନ ଉଠୁଛି ଯେ ଶିସି ଜିନପିଙ୍ଗ୍ କେବଳ ଝାଓ ଜୋଙ୍ଗକିଙ୍କୁ କାହିଁକି ଟାର୍ଗେଟ୍ କଲେ? ପ୍ରକୃତରେ ଚୀନ୍ ସେନାରେ ଏବେ ଯେଉଁ ଖୋଳତାଡ଼ ଚାଲିଛି, ତାର କାରଣ ହେଉଛି— ଭୟଙ୍କର ଦୁର୍ନୀତି ଏବଂ ଅବିଶ୍ୱାସ।
ଚୀନର ରକେଟ୍ ଫୋର୍ସରେ ଏକ ଅଡିଟ୍ ବେଳେ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଲା ଯାହା ସାରା ବିଶ୍ୱକୁ ଚକିତ କରିଦେଇଥିଲା। ଯୁଦ୍ଧରେ ବ୍ୟବହୃତ ହେଉଥିବା ବଡ଼ ବଡ଼ ଡୋଙ୍ଗଫେଙ୍ଗ୍ ମିସାଇଲ୍ ଏବଂ ରକେଟ୍ରେ ଯେଉଁ ସ୍ୱତନ୍ତ୍ର ରକେଟ୍ ଇନ୍ଧନ ଭର୍ତ୍ତି ହେବା କଥା, ତାହାକୁ ଚୀନ୍ ସେନାର ବରିଷ୍ଠ ଅଧିକାରୀମାନେ ଚୋରାରେ ବିକ୍ରି କରି ଟଙ୍କା ଖାଇଯାଇଥିଲେ! ଆଉ ଯାଞ୍ଚରୁ ବଞ୍ଚିବା ପାଇଁ ସେହି ରକେଟ୍ ଭିତରେ ସାଧାରଣ ପାଣି ଭର୍ତ୍ତି କରି ରଖିଦେଇଥିଲେ!
ଯେତେବେଳେ ବେଜିଂରୁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଆସି ଯାଞ୍ଚ କଲେ, ସେମାନେ ଦେଖିଲେ ଯେ ଯେଉଁ ମିସାଇଲ୍ ବଳରେ ଚୀନ୍ ଆମେରିକା ଓ ଭାରତକୁ ଡରାଉଥିଲା, ସେଥିରୁ ଅଧିକାଂଶ ମିସାଇଲ୍ ତଳୁ ଉପରକୁ ଉଠିବା ଅବସ୍ଥାରେ ବି ନଥିଲା। ଏହି ଘଟଣା ପରେ ଶି ଜିନପିଙ୍ଗଙ୍କ ମୁଣ୍ଡ ଖରାପ ହୋଇଗଲା ଏବଂ ସେ ସେନାର ଶୀର୍ଷ ଅଧିକାରୀମାନଙ୍କ ଉପରେ ନିର୍ଦ୍ଦୟ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କଲେ।
କେବଳ ରକେଟ୍ ଫୋର୍ସ ନୁହେଁ, ଗତ କିଛି ମାସ ମଧ୍ୟରେ ଚୀନର ସବୁଠାରୁ ଶକ୍ତିଶାଳୀ ସାମରିକ ନେତାମାନଙ୍କୁ ରାସ୍ତାରୁ ହଟାଇ ଦିଆଯାଇଛି:
ଜେନେରାଲ୍ ଝାଙ୍ଗ ୟୁସିଆ ସେଣ୍ଟ୍ରାଲ୍ ମିଲିଟାରୀ କମିଶନର ଭାଇସ୍ ଚେୟାରମ୍ୟାନ୍, ଯିଏ ୟୁନିଫର୍ମ ପିନ୍ଧିଥିବା ଚୀନର ସର୍ବୋଚ୍ଚ ର୍ୟାଙ୍କିଙ୍ଗ୍ ସାମରିକ ଅଧିକାରୀ ଥିଲେ। ତାଙ୍କୁ ମଧ୍ୟ ହଠାତ୍ ପଦରୁ ହଟାଇ ଦିଆଯାଇଛି ଏବଂ ସେ ସର୍ବସାଧାରଣରୁ ନିଖୋଜ ଅଛନ୍ତି।
ଜେନେରାଲ୍ ଲ୍ୟୁ ଝେନଲି ଚୀନ୍ ସେନାର ଯୁଗ୍ମ ଷ୍ଟାଫ୍ ମୁଖ୍ୟ । ଅଗଷ୍ଟ ୨୮ ତାରିଖରେ ତାଙ୍କୁ ଚିଠି ଧରାଇ ବିଦା କରିଦିଆଗଲା।
ଜେନେରାଲ୍ ଜୁ କିଆନଶେଙ୍ଗ୍ ଷ୍ଟ୍ରାଟେଜିକ୍ ସପୋର୍ଟ ଫୋର୍ସର ମୁଖ୍ୟ, ତାଙ୍କୁ ମଧ୍ୟ ବରଖାସ୍ତ କରାଯାଇଛି।
ସାମ୍ନାକୁ ଆସିଥିବା ରିପୋର୍ଟ ଅନୁସାରେ, ସି ଜିନପିଙ୍ଗ୍ ଏପର୍ଯ୍ୟନ୍ତ ପ୍ରାୟ ୧୦୧ ଜଣ ସିନିୟର ଜେନେରାଲ୍ (ଟୁ-ଷ୍ଟାର୍, ଥ୍ରୀ-ଷ୍ଟାର୍ ଓ ଫୋର୍-ଷ୍ଟାର୍) ଙ୍କୁ ପଦରୁ ହଟାଇଛନ୍ତି କିମ୍ବା ନିଖୋଜ କରିଦେଇଛନ୍ତି। ଏହାର ଅର୍ଥ ଚୀନ୍ ସଶସ୍ତ୍ର ବାହିନୀର ପ୍ରାୟ ୫୨ ପ୍ରତିଶତ ବରିଷ୍ଠ ନେତୃତ୍ୱ ଏବେ ଗାଏବ!
ଏବେ ସବୁଠାରୁ ବଡ଼ ପ୍ରଶ୍ନ— ସି ଜିନପିଙ୍ଗ୍ ଏହା କାହିଁକି କରୁଛନ୍ତି?
ଏହାର ମୁଖ୍ୟ କାରଣ ହେଉଛି ଏକଛତ୍ରବାଦୀର ଭୟ। ଚୀନ୍ କୌଣସି ଗଣତାନ୍ତ୍ରିକ ଦେଶ ନୁହେଁ। ଗଣତନ୍ତ୍ରରେ ନିର୍ବାଚନ ହାରିଲେ ନେତା ବିରୋଧୀ ଦଳରେ ବସନ୍ତି। କିନ୍ତୁ ଚୀନ୍ରେ ଯଦି ଆପଣ କ୍ଷମତା ହରାନ୍ତି, ତେବେ ପରବର୍ତ୍ତୀ ଶାସକ ଆପଣଙ୍କୁ ସମାପ୍ତ କରିଦିଏ।
ଆପଣଙ୍କର ମନେଥିବ, କିଛିଦିନ ତଳେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ବୈଠକରେ ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓଙ୍କ ସହ କ’ଣ ହୋଇଥିଲା? ସମସ୍ତ କ୍ୟାମେରା ଆଗରେ ସୁରକ୍ଷାକର୍ମୀମାନେ ତାଙ୍କ ହାତ ଧରି ଘୋଷାଡ଼ି ବାହାରକୁ ବାହାର କରିଦେଇଥିଲେ।
ସି ଜିନପିଙ୍ଗ୍ ଭଲଭାବେ ଜାଣିଛନ୍ତି ଯେ ଯଦି ଚୀନ୍ ସେନାର କୌଣସି ଜେନେରାଲ୍ ତାଙ୍କ ବିରୋଧରେ ବିଦ୍ରୋହ କରନ୍ତି, ତେବେ ତାଙ୍କର ଅବସ୍ଥା ମଧ୍ୟ ସେୟା ହେବ। ତେଣୁ ଯେଉଁ ଅଧିକାରୀ ତାଙ୍କ ଆଦେଶକୁ ୧୦୦% ମାନୁନାହାନ୍ତି କିମ୍ବା ଟିକିଏ ବି ସନ୍ଦେହଜନକ ଲାଗୁଛନ୍ତି, ତାଙ୍କୁ ତୁରନ୍ତ ରାସ୍ତାରୁ ହଟାଇ ଦିଆଯାଉଛି।
ଏହି ସମଗ୍ର ଘଟଣାରୁ ଗୋଟିଏ କଥା ସ୍ପଷ୍ଟ— ଚୀନ୍ ସେନା ବାହାରୁ ଯେତେ ଶକ୍ତିଶାଳୀ ଦେଖାଯାଉଥିଲେ ମଧ୍ୟ, ଭିତରୁ ତାହା ଦୁର୍ନୀତି, ଅବିଶ୍ୱାସ ଏବଂ ଅସ୍ଥିରତାରେ ଜର୍ଜରିତ। ଯେଉଁ ସେନାର ଅଧାରୁ ଅଧିକ ଜେନେରାଲ୍ କାରାଗାରରେ କିମ୍ବା ଭୟରେ ବଞ୍ଚୁଛନ୍ତି, ସେହି ସେନା ଯୁଦ୍ଧ କିଭଳି ଲଢ଼ିବ?
ଭାରତ ପାଇଁ ଏହା ଏକ ବଡ଼ ରଣନୈତିକ ସୁଯୋଗ। ଭାରତୀୟ ସେନାର ବୀରତ୍ୱ ଓ ସୀମାରେ ଦୃଢ଼ ମନୋବଳ ଯୋଗୁଁ ଆଜି ଚୀନର ଯୋଜନା ଧୂଳିସାତ୍ ହୋଇଛି ଏବଂ ସେମାନଙ୍କ ନିଜ ଘରେ ଏବେ ଅନ୍ତର୍ଦ୍ୱନ୍ଦ୍ୱ ଚରମ ସୀମାରେ ପହଞ୍ଚିଛି।
https://purvapaksa.com/tremors-from-islamabad-to-beijing-indias-major-surgical-operation-in-pok-china-pak-conspiracy-exposed/


