ଓଡ଼ିଶାର ରାଜନୀତିରେ ଗତ କିଛିମାସ ଧରି ଯେପରି ଭୂମିକମ୍ପ ସଦୃଶ ପରିବର୍ତ୍ତନ ଘଟିଚାଲିଛି, ସେହି ପରିପ୍ରେକ୍ଷିରେ ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ବିବାଦ, ନେତୃତ୍ୱ ଓ ନୀତି ନେଇ ଅନେକ ପ୍ରଶ୍ନ ଉଠିବାଟା ସ୍ୱାଭାବିକ। ନୂଆପଡ଼ା ଉପନିର୍ବାଚନ ସହିତ ବିହାର ଫଳାଫଳ ଆସିଥିବା ଦିନରେ ବିଜେଡିର ମହିଳା ନେତ୍ରୀ ଏଲିନା ଦାସ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଯେପରି ଦଳର ଅନ୍ତର ଆଘାତ କରିବାକୁ ଅପଚେଷ୍ଠା କରିଛନ୍ତି, ସେଥିରୁ ଅନେକ ତରଙ୍ଗ ସୃଷ୍ଟି ହେବା ନିଶ୍ଚିତ।
ଏକ ସାଧାରଣ ନେତ୍ରୀ ଠାରୁ ଏପରି ଗୁରୁତର ପ୍ରଶ୍ନ ଉଠିବା ମାତ୍ର ରାଜନୀତିକ ଚର୍ଚ୍ଚାକୁ ନୁହେଁ- ଦଳର ଆଭ୍ୟନ୍ତରୀଣ ଶକ୍ତି ସଂଘର୍ଷ, ନୂଆ ନେତୃତ୍ୱ ଚିହ୍ନଟ ଓ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଭୂମିକା ଉପରେ ନୂତନ ଆଲୋକପାତ କରିଛି।
ଏହି ଆଲୋଚନାରେ ଯାହା ଆମେ ଦେଖୁଛେ ତାହା ଏଲିନାଙ୍କ ପୋଷ୍ଟ କେବଳ ଅସନ୍ତୋଷ ନା ଗୋଟିଏ ଗଭୀର ରାଜନୈତିକ ଯୁଦ୍ଧର ପ୍ରଚ୍ଛନ୍ନ ସଙ୍କେତ?
ଏଲିନାଙ୍କ ଅଭିଯୋଗ: “ବିଜୟ ପାଇଁ ନା ପରାଜୟ ଲୁଚାଇବାକୁ ନକଲି କାନ୍ଦ?”
ନିର୍ବାଚନ ଫଳାଫଳ ପ୍ରକାଶ ହେଉଥିବା ଦିନ ଏଲିନା ଦାସ କେତେକ ବିଜେଡି ନେତାଙ୍କ ଭିଡିଓ/ଫଟୋ ସେୟାର କରି ନିଜ ଦଳୀୟ ନେତାଙ୍କୁ ଏପରି ପ୍ରଶ୍ନ କରିଥିଲେ- ଏହି ଉତ୍ସାହ ,କୋଳାକୋଳି ଥିଲା କଣ ପାଇଁ
ଜିତେଇବା ପାଇଁ ନା ହରେଇବା ପାଇଁ
ଜାଣି ଥିଲ ନା ଜାଣି ଅଜଣା ହଉଥିଲ
ନିଜ ରାଜନୈତକ ଅସ୍ତିତ୍ୟକୁ ବଞ୍ଚାଇବା ପାଇଁ ଜଣେ ଜନନାୟକ ତଥା ଅଭୁଲା ବ୍ୟକ୍ତିତ୍ୱଙ୍କୁ ପ୍ରଚାର ପଡ଼ିଆକୁ ଓହ୍ଲେଇ ଲୋକହସା କଲ,
ଏହି ବୟସରେ ଜଣେ ବିଶେଷ ବ୍ୟକ୍ତିତ୍ୱକୁ ମାନସିକ ଓ ଶାରରୀକ ଚାପ ଦେଇ କି ଲାଭ ପାଇଲ?
*ଜୟ ଜଗନ୍ନାଥ*
*ମହାପ୍ରଭୁ ସମସ୍ତଙ୍କୁ ସତ୍ ବୁଦ୍ଧି ଦିଅନ୍ତୁ*
ଏ ତି ଗଲା ଗତକାଲିର କଥା।
ସେ ପୁଣି ଆଜି ଲେଖିଛନ୍ତି;
ଧାମନଗର ଉପ ନିର୍ବାଚନରୁ ଆରମ୍ଭ ବିଜେଡିର ପତନ …
କେହି କଲେ ନାହିଁ ମାନସ ମନ୍ଥନ …
ସେହି ନେତା ପୁଣି ନେଲେ ଦାୟିତ୍ଵ
ନୂଆପଡ଼ା ହେଲା ଧ୍ୱଂସ ବିଧ୍ୱସ୍ତ …
ପ୍ରକୃତରେ କଣ ଅଣଓଡ଼ିଆର ସବୁ ଦୋଷ?
ସବୁରି ମୂଳରେ କ୍ରୀତଦାସ
ହେ ମହାପ୍ରଭୁ କୋଟିଏ ବିଜେଡି କର୍ମୀଙ୍କୁ ସାହା ହୁଅ
ଏହି କୁଚକ୍ରୀ କୋଟେରି ଗ୍ରୁପ୍ ଭିତରୁ ଦଳକୁ ଉଦ୍ଧାର କର
ଜୟ ଜଗନ୍ନାଥ।
ରାଜନୀତିରେ ପ୍ରତ୍ୟେକ ଶବ୍ଦର ନିଜ ଉଦ୍ଦେଶ୍ୟ ଥାଏ। ଏଲିନାଙ୍କ ଏହି ଶବ୍ଦ ଏକ ସାଧାରଣ ଆକ୍ରୋଶ ନୁହେଁ। ଏହା ଦଳର ଭିତରେ ଚାଲୁଥିବା କ୍ଷମତା ଲଢ଼େଇ ଓ ନେତାମାନଙ୍କ ଦ୍ୱିତୀୟ ଚରିତ୍ରକୁ ଆଭାସ ଦେଉଛି। ଓଡ଼ିଆ ନେତାଙ୍କୁ ଗାଳି ଦେଇ ତାମିଲ ନେତା ତଥା ନବୀନଙ୍କ ବିଶ୍ୱସ୍ତ ସହାୟକକୁ ସୁରକ୍ଷା ଦେବାର ପ୍ରୟାସ ଭାବରେ ଦେଖାଯାଉଛି।
ନବୀନ ପଟ୍ଟନାୟକଙ୍କ ପ୍ରଚାରକୁ ନେଇ ପ୍ରଶ୍ନ
ସେ ଆଉ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ କରିଥିଲେ
“ଜଣେ ପ୍ରସିଦ୍ଧ ଜନନାୟକ, ସ୍ପଷ୍ଟ ଭାବରେ ନବୀନ ପଟ୍ଟନାୟକଙ୍କୁ କିଛି ନେତାଙ୍କ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଅତ୍ୟଧିକ ଶାରୀରିକ ଓ ମାନସିକ ଚାପରେ ପକାଇ ଦିଆଗଲା ବୋଲି କହିବାକୁ ଚାହିଁଛନ୍ତି। କିନ୍ତୁ ଏସବୁ କ’ଣ ପାଣ୍ଢିଆନଙ୍କ ବିନା ସମ୍ମତିରେ ହୋଇଛି କି ତାହା କହିବା ଆବଶ୍ୟକ।”
ଏଲିନାଙ୍କ ଭାଷା ଏପରି ଥିଲା କି ମନେହୁଏ- ନବୀନଙ୍କୁ ପ୍ରଚାର ମଞ୍ଚରେ ଆଣିବା, ଗୋଟିଏ ଦଳୀୟ କୌଶଳ ନୁହେଁ; ଗୋଟିଏ ବ୍ୟକ୍ତିଗତ ସାମ୍ରାଜ୍ୟକୁ ରକ୍ଷା କରିବାର ଶେଷ ପ୍ରୟାସ ଥିଲା।
କିନ୍ତୁ କାହିଁକି ଏଲିନା?
ଏଲିନା କେବେଠୁ ଏପରି ‘ନିର୍ଭୀକ’ ହେଲେ?
ଲଠାରେ ସବୁଠାରୁ ମହତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି
ସେ କାହିଁକି ହଠାତ୍ ବିପ୍ଳବୀ ସ୍ୱରରେ କହିବାକୁ ଲାଗିଲେ?
ସେ କ’ଣ ଦଳର ଜଣେ ପ୍ରଭାବଶାଳୀ ନେତ୍ରୀ? ସେ କି ଦଳର ନୀତି-ନିର୍ଣ୍ଣୟର କେନ୍ଦ୍ରବିନ୍ଦୁ? ସେ କି ଦଳ ଭିତରେ ଏକ ଆନ୍ଦୋଳନର ସ୍ୱର?
ଉତ୍ତର ସହଜ- ନା।
ବରଂ-
• ବିଜେଡି କ୍ଷମତାରୁ ଯିବା ପରେ ତାଙ୍କା ବ୍ୟବସାୟିକ ସାମ୍ରାଜ୍ୟ ନେଇ ଅନେକ ଅଭିଯୋଗ ଆସିଥିଲା।
• ପ୍ରଶାସନିକ ଚାପ ବି ପଡ଼ିଥିଲା।
• ଦଳୀୟ ସୁରକ୍ଷାବଳୟର ଅଭାବ ସେ ଆଗରୁ ନିଜର ବ୍ୟବସାୟ ଚଳାଇଥିଲେ।
ଏସବୁ କାରଣରୁ ସେ ନିଜକୁ ନିଜେ ଅସୁରକ୍ଷିତ ମନେ କରୁଥିବା କୁହାଯାଉଛି।
ତେବେ ପ୍ରଶ୍ନ ହେଉଛି—
ତାଙ୍କ ଏହି ସମୟରେ ସମାଲୋଚନା କାହାକୁ ବଞ୍ଚାଇବା ପାଇଁ?
ଏହା ଦଳ ପାଇଁ ନୁହେଁ। ନବୀନ ପଟ୍ଟନାୟକଙ୍କୁ ସେ ସୁରକ୍ଷା ଦେବାର ଆବଶ୍ୟକତା ନାହିଁ। ତେବେ ଅବଶ୍ୟ ଆଉ କାହାକୁ?
ଚର୍ଚ୍ଚାରେ ବିଜେଡିର ଛାୟା ମୁଖ୍ୟ ପାଣ୍ଡିଆନ
ଓଡ଼ିଶାର କୋଣଅନୁକୋଣରୁ ଆରମ୍ଭ କରି ବିଶ୍ଳେଷକ ମଞ୍ଚ ପର୍ଯ୍ୟନ୍ତ-ଗୋଟିଏ ନାମ ହଠାତ୍ ବହୁତ ଚର୍ଚ୍ଚା ହେଉଛ- ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ସେ ଜଣେ ପୂର୍ବ ଆଇଏଏସ ଅଫିସର। ନବୀନଙ୍କ ସବୁଠୁ ନିକଟ ସହକର୍ମୀ ବିଜେଡିର ପ୍ରତିପତିଶାଳୀ ନିଷ୍ପତ୍ତି କର୍ତ୍ତା। ପ୍ରଚାରକ ନୁହେଁ— ଶକ୍ତିର ସଂଚାଳକ।
ତାଙ୍କ ଭୂମିକାକୁ ନେଇ
• ଦଳଭିତରେ ଅସନ୍ତୋଷ
• ପୁରୁଣା ତଥା ବରିଷ୍ଠ ନେତାମାନଙ୍କର ମନରେ କ୍ଷୋଭ
• ନୂଆ ନେତୃତ୍ୱର ଅସ୍ପଷ୍ଟତା ରହିଛି।
ଏସବୁ ନେଇ ଗତ କିଛିମାସ ଧରି ଅନେକ କଥା ହେଉଛି।
ଏଲିନାଙ୍କ ପୋଷ୍ଟକୁ ଦେଖି ରାଜନୀତିକ ପର୍ଯ୍ୟବେକ୍ଷକମାନେ ଏହି ନୂଆ ତଥ୍ୟ ଉଠାଇଛନ୍ତି- ଏଲିନାଙ୍କ ସମାଲୋଚନା ବାସ୍ତବରେ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାର ଚେଷ୍ଟା କି?
ପ୍ରମାଣଗୁଡ଼ିକ ହେଲା-
1. ନବୀନଙ୍କ ଉପରେ ‘ଚାପ’ ଉଲ୍ଲେଖମାନେ ପାଣ୍ଡିଆନଙ୍କ ‘ଉତ୍ତରଦାୟିତ୍ୱ’ ପ୍ରଶ୍ନରୁ ଧ୍ୟାନ ହଟାଇବା?
ଏଲିନା କହିଥିଛନ୍ତି, ନବୀନଙ୍କୁ ହଇରାଣ କରାଯାଇଛି। କିନ୍ତୁ କାହା ଦ୍ୱାରା? ସଂକେତ ସ୍ପଷ୍ଟ-ପାଣ୍ଡିଆନ ନେତୃତ୍ୱର କ୍ୟାମ୍ପ ଦ୍ୱାରା।
କେହି ଯଦି ନବୀନଙ୍କ ସ୍ୱାସ୍ଥ୍ୟ ଓ ଚାପ ଉପରେ ପ୍ରଶ୍ନ କରେ; ତାହାର ଦାୟୀ କିଏ? ସହଜରେ ପାଣ୍ଡିଆନଙ୍କ ନାମ ଆସିବ।
ଏଲିନାଙ୍କ ଆକ୍ରମଣ- ପାଣ୍ଡିଆନକୁ ଲକ୍ଷ୍ୟ କରିବାଠାରୁ ପରିବର୍ତ୍ତେ ତାଙ୍କୁ ରକ୍ଷା କରିବାର ଚେଷ୍ଟା ଭଳି ଦେଖାଯାଉଛି।
2. ଦଳରେ ପାଣ୍ଡିଆନ ନେଇ ଉପୁଜିଥିବା ଅସନ୍ତୋଷକୁ ଅନ୍ୟ ଦିଗକୁ ନେବା?
ଏବେ ବିଜେଡି ଭିତରେ ପ୍ରଶ୍ନ- “ଦଳର ପୁରୁଖା ନେତାମାନେ କାହିଁକି ଦୂରେଇ ଗଲେ?” “ପାଣ୍ଡିଆନ କାହିଁକି ସବୁ ନିଷ୍ପତ୍ତିର ମଧ୍ୟବିନ୍ଦୁ?”
ଏଲିନା ଏହାର ଉତ୍ତର ନ ଦେଇ ସମସ୍ୟାକୁ ଅନ୍ୟ ଦିଗକୁ ଘୁଞ୍ଚାଇ ଦେବାକୁ ଅସଫଳ ପ୍ରୟାସ କରିଛନ୍ତି।
3. ସୋସିଆଲ ମିଡିଆରେ ‘ବଳିଦାନୀ’ ନ୍ୟାରେଟିଭ ସୃଷ୍ଟି?
ଏଲିନାଙ୍କ ଶବ୍ଦରେ ଥିଲା-
• ନବୀନ ଶାରୀରିକ ଚାପରେ
• ମାନସିକ ଚାପରେ
• କିଛି ଲୋକଙ୍କ ଅସ୍ତିତ୍ୱ ବଞ୍ଚାଇବାକୁ ବ୍ୟବହୃତ ଏହା ଏକ ପ୍ରଚାର ନୁହେଁ, ଏକ ନ୍ୟାରେଟିଭ ସେଟ୍।
ଏହି ନ୍ୟାରେଟିଭ ପାଣ୍ଡିଆନ ଉପରେ ଦଳୀୟ ଆକ୍ରମଣକୁ ରୋକିବାରେ ସହାୟକ ହେବ କି।
ଏଲିନାଙ୍କ ‘କୁମ୍ଭର କାନ୍ଦଣା’: ଦଳ ପାଇଁ ନା ନିଜର ସ୍ୱାର୍ଥ ପାଇଁ?
ଏକ ଧାରଣା ପ୍ରବଳ- ଏଲିନା ସୋସିଆଲ ମିଡିଆରେ ‘ବିଦ୍ରୋହୀ’ ହୋଇଛନ୍ତି କିନ୍ତୁ ସେ ଦଳ ପାଇଁ ଯୁଦ୍ଧ କରୁଛନ୍ତି ନାହାନ୍ତି।
ବରଂ
• ନିଜର ପ୍ରତିଷ୍ଠା
• ବ୍ୟବସାୟିକ ସୁରକ୍ଷା
• ପ୍ରଶାସନିକ ଚାପରୁ ମୁକ୍ତି
• ଏବଂ ବିଶେଷ କରି ପାଣ୍ଡିଆନଙ୍କ କ୍ୟାମ୍ପ ସହିତ ସମ୍ପର୍କ ମଜବୁତ କରିବା ଏହାହିଁ ବାସ୍ତବିକ ଲକ୍ଷ୍ୟ।
ରାଜନୀତିରେ କେହିଁ କାହାକୁ ଅନୁସରଣ କରେ କି ମାନସିକ ଆଦର୍ଶରୁ? ବହୁତ କମ୍ ଦେଖାଯାଏ। ସୁରକ୍ଷାର ଆବଶ୍ୟକତାରୁ? ଅଧିକ।
ଏଲିନାଙ୍କ ମାମଲାରେ ଏହି ସତ୍ୟ ଆଉ ସ୍ପଷ୍ଟ।
ପାଣ୍ଡିଆନଙ୍କ ଭବିଷ୍ୟତ ଆକାଂକ୍ଷା ଓ ଦଳର ଭିତରେ ତାଙ୍କୁ ନେଇ ସତର୍କତା
ପାଣ୍ଡିଆନଙ୍କ ଆକାଂକ୍ଷା କେତେ- ଏହା ମଧ୍ୟ ଏଠି ମୂଳ ତତ୍ତ୍ୱ।
• ବିଜେଡିକୁ ପୁନର୍ଗଠନ
• ଯୁବ ନେତୃତ୍ୱରେ ନୂତନ ପରୀକ୍ଷଣ
• ନବୀନଙ୍କ ଲାଗି ଲିଗାସି ପ୍ରୋଟେକ୍ସନ
• ଏବଂ ନିଜର ରାଜନୈତିକ ଉତ୍ଥାନ
ଏହି ଚାରି ବିଷୟ ଉପରେ ସେ ଅବିରାମ କାମ କରୁଛନ୍ତି।
ବିଜେଡିର ପୁରୁଖା ଓ ପ୍ରଭାବଶାଳୀ ନେତାମାନେ ଅସନ୍ତୁଷ୍ଟ କିନ୍ତୁ ପାଣ୍ଡିଆନଙ୍କୁ ବିରୋଧ କରିବାର ସାହସ କରୁନାହାନ୍ତି।
ସେଭଳି କ୍ଷେତ୍ରରେ ଏଲିନାଙ୍କ ପୋଷ୍ଟ ପରିସ୍ଥିତିକୁ ପରିବର୍ତ୍ତନ କରିନାହିଁ, କେବଳ ଆଲୋଚନାକୁ ତାଙ୍କ ଦିଗରୁ ଘୁଞ୍ଚାଇ ଦେଇଛି।
ଏଲିନା; ଜଣେ ଅସନ୍ତୁଷ୍ଟ ନେତ୍ରୀ, କିନ୍ତୁ ଅସଲ କଥା ଭିନ୍ନ
ସମସ୍ତ ପ୍ରସଙ୍ଗ ବିଶ୍ଳେଷଣ କରି ଏହା କହିପାରିବା
ଏଲିନାଙ୍କ ଆକ୍ରୋଶ ଦଳୀର ସୁରକ୍ଷା ପାଇଁ ନୁହେଁ।
ଏହା ପାଣ୍ଡିଆନଙ୍କୁ ଘେରି ରହିଥିବା ରାଜନୈତିକ ଚାପକୁ ବଳିଦାନ ମୋଡ଼ରେ ପ୍ରତିପାଦିତ କରିବାର ଅପଚେଷ୍ଟା।
ସେ ବିଦ୍ରୋହୀ ନୁହେଁ- ସେ ସଂକେତବାହକ।
ସେ ଦଳକୁ ସୁଧାରିବା ପାଇଁ ନୁହେଁ- ଦଳର କେନ୍ଦ୍ରୀୟ ନେତୃତ୍ୱ (ଅର୍ଥାତ ପାଣ୍ଡିଆନ କ୍ୟାମ୍ପ) ସହିତ ନିଜର ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏପରି ପୋଷ୍ଟ କରୁଛନ୍ତି।
ଓଡ଼ିଶାର ରାଜନୀତିରେ ଏହା ପ୍ରଥମ ଘଟଣା ନୁହେଁ- କିନ୍ତୁ ନୂଆପଡ଼ା ଫଳାଫଳ ଦିନେ ଏପରି ସମାଲୋଚନା ହେବା- ଦଳର ଆଭ୍ୟନ୍ତରୀଣ ସଂଘର୍ଷ ଦୁର୍ବଳ ହେଉଥିବାର ସୂଚନା।
ଭବିଷ୍ୟତରେ- ବିଜେଡିର ରାଜନୀତିରେ
• ପାଣ୍ଡିଆନଙ୍କ ଭୂମିକା
• ପ୍ରାଚୀନ ନେତାମାନଙ୍କର ପ୍ରତ୍ୟାଘାତ
• ଦଳର ପୁନର୍ଗଠନ ଏହାକୁ ନେଇ ଆଉ ବହୁତ ଚର୍ଚ୍ଚା ହେବ।
ଏଲିନାଙ୍କ ପୋଷ୍ଟ ସେଇ ଚର୍ଚ୍ଚାର ପ୍ରଥମ ସଙ୍କେତ ମାତ୍ର।
AlsoRead;https://purvapaksa.com/bjp-is-insulting-our-symbol-our-culture/
“BJP is insulting our symbol, our culture” || “ବିଜେପି ଆମର ପ୍ରତୀକ, ଆମର ସଂସ୍କୃତିକୁ ଅପମାନିତ କରୁଛି”

