Author: Samir Rout

Indian-origin fanboy: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନରେ ପ୍ରସିଦ୍ଧ ଖେଳାଳି ନୋଭାକ ଜୋକୋଭିକ୍‍ ପ୍ରଥମ ରାଉଣ୍ଡରେ ନିଶେଷ ବାସଭାରେଡ୍ଡୀ ନାମକ ଜଣେ ଖେଳାଳିଙ୍କୁ ଭେଟିଥିଲେ। ଅବଶ୍ୟ ଜୋକୋଭିକ୍‍ ଏହି ମ୍ୟାଚ୍‍ ଜିତିଥିଲେ। ହେଲେ ଲଢୁଆ ପ୍ରଦର୍ଶନ ବଳରେ ନିଶେଷ ବହୁ ଟେନିସ ପ୍ରେମୀଙ୍କୁ ଆକର୍ଷିତ କରିଥିଲେ। ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ସାରିଥିବା ଜୋକୋଭିକଙ୍କ ଭଳି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳିଙ୍କ ବିପକ୍ଷରେ ପ୍ରଥମ ସେଟ ଜିତି ନିଶେଷ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିଲେ। ମ୍ୟାଚ ପରେ ମଧ୍ୟ ଜୋକୋଭିକ ତାଙ୍କୁ ପ୍ରଶଂସା କରିଥିଲେ। ଅସଲରେ ଦେଖିବାକୁ ଗଲେ ଏହି ୧୯ବର୍ଷିୟ ଯୁବ ଖେଳାଳି ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ଆସନ୍ତୁ ଏହି ଯୁବ ତାରକାଙ୍କ ବିଷୟରେ ଜାଣିବା । ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡସ୍ଲାମରେ ଆଉଜଣେ ଭାରତୀୟ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଟେନିସ୍ ଖେଳାଳି ନିଶେଷ ବାସଭାରେଡ୍ଡୀଙ୍କ ବୟସ ମାତ୍ର ୧୯ ବର୍ଷ ଏବଂ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଏଟିପି…

Read More