Author: NAZMEEN PARWEEN

ଓଡ଼ିଶାର ରାଜନୀତି ସବୁବେଳେ ନିଜର ଅଲଗା ଚରିତ୍ର ପାଇଁ ପରିଚିତ। ଏଠାରେ ରାଜନୈତିକ ଦଳମାନେ କେବଳ ସରକାର ଗଠନ କରିବାକୁ ନୁହେଁ, ଲୋକମାନଙ୍କ ଭିତରେ ଏକ ଦୀର୍ଘସ୍ଥାୟୀ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଶେଷ କିଛି ଦିନର ଘଟଣାବଳୀକୁ ଦେଖିଲେ ଏହା ସ୍ପଷ୍ଟ ଯେ ରାଜ୍ୟର ରାଜନୀତି ଏବେ ଏକ ନୂଆ ଦିଗରେ ଗତି କରୁଛି। ବିଶେଷକରି ବିଜୁ ଜନତା ଦଳ (ବିଜେଡି) ଏବଂ ବିଜେପି ମଧ୍ୟରେ ସମ୍ପର୍କ ଯେପରି ବଦଳୁଛି, ସେଥିରେ ଏକ ନୂଆ ରାଜନୈତିକ ଗଣିତ ଦେଖାଯାଉଛି। ଯେଉଁ ବିଜୁ ଜନତା ଦଳର ଜନ୍ମଲଗ୍ନରେ ଭାରତୀୟ ଜନତା ପାର୍ଟିର ସହାୟତା ରହିଥିଲା, ଆଜି ସେହି ଦଳ ବିଜେପି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ଭାବେ ଉଭା ହୋଇଛି। ଗୋଟିଏ ପଟେ କେନ୍ଦ୍ରୀୟ ନେତୃତ୍ୱଙ୍କ କୋହଳ ମନୋଭାବ ଏବଂ ଅନ୍ୟପଟେ ରାଜ୍ୟରେ ବିଜେଡିର ନୂଆ ରଣନୀତି—ଏହି ଦୁଇଟି ଘଟଣା ଏବେ ଓଡ଼ିଶା ବିଜେପି ଶିବିରରେ କମ୍ପନ ସୃଷ୍ଟି…

Read More