Author: NAZMEEN PARWEEN

ଭାରତୀୟ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ପୁଣି ବଢ଼ିବାରେ ଲାଗିଛି। ଆଲ୍ଲାହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ଏକ ବଡ଼ ନିଷ୍ପତ୍ତି ଶୁଣାଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ରାୟବରେଲି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାଟି ହେଉଛି ରାହୁଲ ଗାନ୍ଧୀଙ୍କ ‘ଦ୍ୱୈତ ନାଗରିକତା’ ବା ବ୍ରିଟିଶ ନାଗରିକତାକୁ ନେଇ। ଯଦି ଏହି ଅଭିଯୋଗ ପ୍ରମାଣିତ ହୁଏ, ତେବେ କଣ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରହିବ? କଣ ଜଣେ ବିଦେଶୀ ନାଗରିକ ଭାରତର ସଂସଦରେ ବସିପାରିବେ?  ମାମଲାଟି ପ୍ରକୃତରେ କଣ? ଏହି ବିବାଦର ମୂଳ ୨୦୧୯ ମସିହାରୁ ଆରମ୍ଭ ହୋଇଥିଲା। ବିଜେପି ନେତା ବିଘ୍ନେଶ ଶର୍ମା କୋର୍ଟରେ ଏକ ଆବେଦନ କରି ଦାବି କରିଥିଲେ ଯେ, ରାହୁଲ ଗାନ୍ଧୀଙ୍କ ପାଖରେ ବ୍ରିଟେନର ନାଗରିକତା ଅଛି। ଆବେଦନକାରୀଙ୍କ ଅନୁସାରେ, ବ୍ରିଟେନର ଏକ କମ୍ପାନୀ…

Read More