Author: NAZMEEN PARWEEN

ଯେଉଁ ଦଳର ଗୋଟିଏ ସଙ୍କେତରେ ସାରା ଓଡ଼ିଶା ଚାଲୁଥିଲା, ସେହି ଦଳ ଏବେ ତାସଘର ପରି ଭୁଶୁଡ଼ିବାରେ ଲାଗିଛି। ଭଦ୍ରକରୁ ବାଲେଶ୍ୱର, ରାୟଗଡ଼ାରୁ ପାଟକୁରା—ସବୁଠି ଏବେ ବିଦ୍ରୋହର ନିଆଁ। କାହିଁକି ‘ମୁରବୀଶୂନ୍ୟ’ ହୋଇପଡ଼ିଲା ବିଜେଡି? କାହିଁକି ନିଷ୍ଠାପର କର୍ମୀମାନେ ଦଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି?  ଭଦ୍ରକ—ବିଜେଡିର ଶକ୍ତିଶାଳୀ ଗଡ଼। କିନ୍ତୁ ଏହି ଗଡ଼ରୁ ଆଜି ୫୦୦ରୁ ଅଧିକ ନିର୍ବାଚିତ ପ୍ରତିନିଧି ଏବଂ ପ୍ରମୁଖ ନେତା ସମୂହ ଇସ୍ତଫା ଦେଇଛନ୍ତି। ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ବିଦାୟ ଦଳ ପାଇଁ କେବଳ ଏକ କ୍ଷତି ନୁହେଁ, ବରଂ ଏକ ଚେତାବନୀ। “ଦଳରେ ଆଜି ଚକ୍ରାନ୍ତକାରୀମାନଙ୍କର ରାଜ୍ ଚାଲିଛି। ଯେଉଁମାନେ ଧାମନଗର ଉପନିର୍ବାଚନରେ ଦଳକୁ ହରାଇଥିଲେ, ସେମାନେ ଆଜି ନିଷ୍ପତ୍ତି ନେଉଛନ୍ତି। ଆମ ଭଳି ପୁରୁଣା କର୍ମୀଙ୍କ ସ୍ୱର ଶୁଣିବାକୁ କେହି ନାହିଁ।” ସମାନ ସ୍ୱର ଶୁଣିବାକୁ ମିଳିଛି ରବୀନ୍ଦ୍ର ଜେନା ଏବଂ ସୁବାସିନୀ ଜେନାଙ୍କ ମୁହଁରୁ। ଅଭିଯୋଗ…

Read More