Author: NAZMEEN PARWEEN

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୬ ସିଜିନ୍‌ରେ ଏକ ବଡ଼ ଧରଣର ଉଲଟଫେର ଦେଖିବାକୁ ମିଳିଛି। କ୍ରିକେଟ ଜଗତର ଅନ୍ୟତମ ଶ୍ରେଷ୍ଠ ଫିନିସର ଏମ୍.ଏସ୍. ଧୋନିଙ୍କ ନାମରେ ଦୀର୍ଘ ୧୫ ବର୍ଷ ଧରି ରହିଥିବା ଏକ ଅନନ୍ୟ ରେକର୍ଡକୁ କୋଲକାତା ନାଇଟ୍ ରାଇଡର୍ସର ତାରକା ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂହ ଧୂଳିସାତ କରିଦେଇଛନ୍ତି। ରବିବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍‌ରେ ରିଙ୍କୁଙ୍କ ବ୍ୟାଟ୍‌ରୁ ବର୍ଷିଥିବା ରନ୍ ବର୍ଷା କେବଳ କେକେଆରକୁ ବିଜୟ ଆଡ଼କୁ ନେଇନାହିଁ, ବରଂ ଆଇପିଏଲ୍ ଇତିହାସର ପରିସଂଖ୍ୟାନକୁ ମଧ୍ୟ ବଦଳାଇ ଦେଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚ୍‌ରେ ରିଙ୍କୁ ସିଂହ ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ମାତ୍ର ୫୧ଟି ବଲ୍‌ର ସମ୍ମୁଖୀନ ହୋଇ ୮୩ ରନ୍‌ର ଏକ ଅପରାଜିତ ଓ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ୭ଟି ଚୌକା ଏବଂ ୫ଟି ଗଗନଚୁମ୍ବୀ ଛକା ସାମିଲ ଥିଲା। ଏହି…

Read More