Author: NAZMEEN PARWEEN

ଦିଲ୍ଲୀରୁ, କୋଲକାତା, ଭୁବନେଶ୍ୱର— ରାଜନୈତିକ ପାଣିପାଗ ଏବେ ଅତ୍ୟନ୍ତ ଉଷ୍ମ। ଭାରତୀୟ ଜନତା ପାର୍ଟିର ‘ଅପରେସନ୍ ଲୋଟସ୍’ ଏବେ ଏକ ନୂଆ ରୂପରେ ସାମ୍ନାକୁ ଆସିଛି, ଯାହାକୁ ରାଜନୈତିକ ସମୀକ୍ଷକମାନେ ‘ରାଘବ ସମୀକରଣ’ ବୋଲି କହୁଛନ୍ତି। ଆମ୍ ଆଦମୀ ପାର୍ଟି (AAP)ର ଶୀର୍ଷ ନେତୃତ୍ୱରେ ଫାଟ ଏବଂ ରାଜ୍ୟସଭା ସାଂସଦମାନଙ୍କର ଗଣ-ଦଳବଦଳ ସଙ୍କେତ କେବଳ ଦିଲ୍ଲୀ ନୁହେଁ, ବରଂ ଓଡ଼ିଶାର ଆଞ୍ଚଳିକ ଦଳ ବିଜୁ ଜନତା ଦଳ (ବିଜେଡି) ଓ ପଶ୍ଚିମବଙ୍ଗର ଆଞ୍ଚଳିକ ତୃଣମୂଳ କଂଗ୍ରେସ (ଟିଏମସି) ପାଇଁ ମଧ୍ୟ ଏକ ବଡ଼ ଚେତାବନୀ ସାଜିଛି। ଦିଲ୍ଲୀ ରାଜନୀତିରେ ପୁଣି ଚର୍ଚ୍ଚାକୁ ଆସିଛି ଆମ୍‍ ଆଦମୀ ପାର୍ଟି। କାରଣ ଯେଉଁ ନେତାଙ୍କ ଉପରେ ଏ ପାର୍ଟି ଭରସା କରି ଦାୟିତ୍ୱ ଦେଲା ସେ ପାର୍ଟି ପାଇଁ କାଳ ସର୍ପ ସାଜିଥିବା ନଜରକୁ ଆସିଛି। ପୁଣି ଜଣେ ନୁହେଁ, ଦୁଇଜଣ ନେତା ନୁହଁନ୍ତି, ଏବେ ରାଜ୍ୟସଭାରେ ଥିବା ଦଳର ୧୦ ଜଣ ସାଂସଦଙ୍କ…

Read More