Author: NAZMEEN PARWEEN

ଓଡ଼ିଶା ରାଜନୀତିରେ ଏପ୍ରିଲ ୧୬ ତାରିଖରେ ଯେଉଁ ବଡ଼ ଝଡ଼ ସୃଷ୍ଟି ହୋଇଥିଲା ତାହା ଏବେ ମହାବାତ୍ୟା ଆଡ଼କୁ ମୁହାଁଇଛି। ଯେଉଁ ଖେଳ ରାଜ୍ୟସଭା ନିର୍ବାଚନ ଦିନ ଆରମ୍ଭ ହୋଇଥିଲା, ତାହା ଏବେ ବିଧାନସଭାର ବାଚସ୍ପତିଙ୍କ କକ୍ଷରେ ପହଞ୍ଚିଛି। ବିରୋଧୀ ଦଳ ବିଜେଡି ଏବେ ‘ଆଣ୍ଟି-ଡିଫେକ୍ସନ ଲ’ ବା ଦଳବଦଳ ବିରୋଧୀ ଆଇନର ବ୍ରହ୍ମାସ୍ତ୍ର ଧରି ବାହାରିଛି। ବିଜେଡିର ଏକ ଶକ୍ତିଶାଳୀ ପ୍ରତିନିଧି ଦଳ ୨୭ ଏପ୍ରିଲରେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ଦଳର ୮ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଛନ୍ତି। କାରଣ? ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ। ଦଳ କହୁଛି, ଏମାନେ କେବଳ ଦଳର ନିର୍ଦ୍ଦେଶ ଅବମାନନା କରିନାହାଁନ୍ତି, ବରଂ ନିଜ ଆଚରଣ ଦ୍ୱାରା ଦଳର ସଦସ୍ୟତା ନିଜେ ଛାଡ଼ିଛନ୍ତି।  ରାଜନୈତିକ ଷଡ଼ଯନ୍ତ୍ର ନା ଆଦର୍ଶର ଲଢ଼େଇ? ସମ୍ବିଧାନର ଦଶମ ଅନୁସୂଚୀ ବା Tenth Schedule କୁହେ ଯେ, ଯଦି କୌଣସି ନିର୍ବାଚିତ ପ୍ରତିନିଧି ନିଜ…

Read More