Author: NAZMEEN PARWEEN

ଆଧୁନିକ ଗଣତାନ୍ତ୍ରିକ ରାଜନୀତିରେ ଏକ ପୁରୁଣା ପ୍ରଶ୍ନ ପୁଣି ଥରେ ନୂଆ ରୂପରେ ଉଭା ହୋଇଛି: ରାଜନୀତିରେ ପ୍ରକୃତ ଶତ୍ରୁ କିଏ? ସାମ୍ନା ପଟେ ଥିବା ବିରୋଧୀ ଦଳ, ନା ପଛପଟୁ ଛୁରି ଚଳାଉଥିବା ନିଜ ଦଳର ସହକର୍ମୀ? ଭାରତର ସବୁଠାରୁ ପୁରୁଣା ରାଜନୈତିକ ଦଳ ‘ଭାରତୀୟ ଜାତୀୟ କଂଗ୍ରେସ’ ପାଇଁ ଏହି ପ୍ରଶ୍ନଟି ଆଜି ସବୁଠାରୁ ପ୍ରାସଙ୍ଗିକ। ଯେଉଁ ସମୟରେ ଦଳକୁ ସଂଗଠିତ ହୋଇ ବିରୋଧୀଙ୍କ ସହ ଲଢ଼ିବା କଥା, ସେହି ସମୟରେ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ଚାଲିଥିବା ‘କୁରୁକ୍ଷେତ୍ର’ ଦଳର ଭବିଷ୍ୟତ ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କର୍ଣ୍ଣାଟକରୁ ତେଲେଙ୍ଗାନା ଏବଂ ହିମାଚଳରୁ ଓଡ଼ିଶା— ସବୁଠି ଗୋଟିଏ ଚିତ୍ର: ନେତା ବଡ଼, ଦଳ ଗୌଣ। କର୍ଣ୍ଣାଟକର ଶକ୍ତି ସଂଘର୍ଷ: ସୁଶାସନ ନା ଗୁପ୍ତଚରଗିରି? କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ଆଶା କରାଯାଉଥିଲା ଯେ ରାଜ୍ୟରେ ଏକ ସ୍ଥିର ସରକାର ଚାଲିବ। କିନ୍ତୁ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା…

Read More