Author: NAZMEEN PARWEEN

ପଶ୍ଚିମବଙ୍ଗର ନିର୍ବାଚନୀ ରାଜନୀତିରେ ଏବେ ତିନୋଟି ନାଁ ବିଶେଷ ଚର୍ଚ୍ଚାରେ — ରତ୍ନା ଦେବନାଥ, ରେଖା ପାତ୍ର ଓ କଲିତା ମାଝୀ। ଏମାନେ କେବଳ ନୂଆ ବିଧାୟିକା ନୁହେଁ, ବରଂ ସଂଘର୍ଷ, ଅନ୍ୟାୟ ବିରୋଧରେ ଲଢେଇ ଏବଂ ସାଧାରଣ ଲୋକଙ୍କ ଆଶାର ପ୍ରତୀକ ଭାବେ ଉଭେଇ ଆସିଛନ୍ତି। ଏହି ତିନି ମହିଳାଙ୍କର କାହାଣୀ ଦେଖାଇଛି ଯେ, ଗଣତନ୍ତ୍ରରେ ଜଣେ ସାଧାରଣ ଲୋକ ମଧ୍ୟ ନିଜ ସଂଘର୍ଷ ଓ ସାହସର ଶକ୍ତିରେ ରାଜନୀତିର କେନ୍ଦ୍ରବିନ୍ଦୁକୁ ପହଞ୍ଚିପାରନ୍ତି। ରତ୍ନା ଦେବନାଥ: ନ୍ୟାୟ ପାଇଁ ଜଣେ ମା’ର ସଂଗ୍ରାମ ରତ୍ନା ଦେବନାଥଙ୍କ ନାଁ ପ୍ରଥମେ ସାମ୍ନାକୁ ଆସିଥିଲା RG Kar ମେଡିକାଲ କଲେଜର ଚର୍ଚ୍ଚିତ ଘଟଣା ପରେ। ତାଙ୍କ ଝିଅଙ୍କ ସହ ଘଟିଥିବା ନିର୍ମମ ଘଟଣା ସାରା ଦେଶକୁ ହତବାକ୍ କରିଦେଇଥିଲା। ରତ୍ନା ଅଭିଯୋଗ କରିଥିଲେ ଯେ, ଘଟଣାର ସଠିକ୍ ତଦନ୍ତ ହୋଇନଥିଲା ଏବଂ ତାଙ୍କ ସ୍ୱରକୁ ଦମନ କରିବାକୁ ଚେଷ୍ଟା ହୋଇଥିଲା। ପୋଲିସ ଓ…

Read More