Author: NAZMEEN PARWEEN

ଭୁବନେଶ୍ୱର ଉପକଣ୍ଠରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ—ଯେଉଁଠାରେ ଏକ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରାୟ ୨୦ ଘଣ୍ଟା ଧରି ଜଳିଥିଲା—କେବଳ ଗୋଟିଏ ଘଟଣା ନୁହେଁ; ଏହା ଆମ ସହର ଯୋଜନା, ନିର୍ମାଣ ଅନୁମତି ଓ ଅଗ୍ନିନିରାପତ୍ତା ବ୍ୟବସ୍ଥାର ଗୁରୁତର ଦୁର୍ବଳତାକୁ ପ୍ରକାଶ କରିଦେଇଛି। ଘଟଣା ପରେ ଅଗ୍ନିଶମ ବିଭାଗ, ନଗର ଯୋଜନା କର୍ତ୍ତୃପକ୍ଷ ଓ ପ୍ରଶାସନ ଚେତାବନୀ ଦେଇଥିଲେ ବି ଗୋଟିଏ ପ୍ରଶ୍ନ ସାର୍ବଜନୀନ ଭାବେ ଉଠିଛି—ଆମ ସହରର ବଡ଼ବଡ଼ ସୌଧଗୁଡ଼ିକ ସତରେ କେତେ ସୁରକ୍ଷିତ? ଏହା କେବଳ ଅଗ୍ନିକାଣ୍ଡର ପ୍ରସଙ୍ଗ ନୁହେଁ। କିଛିଦିନ ପୂର୍ବରୁ କଟକରେ ଏକ ପୁରୁଣା ଆପାର୍ଟମେଣ୍ଟର ବାଲ୍କୋନି ଭୁଶୁଡ଼ି କିଛି ଲୋକ ମୃତାହତ ହେବାର ଘଟଣା ମଧ୍ୟ ସହରୀୟ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ସୃଷ୍ଟି କରିଥିଲା। ଏକ ପଟେ ଅଗ୍ନିକାଣ୍ଡ, ଅନ୍ୟପଟେ ବିପଦସଂକୁଳ ଗୃହ—ଏହି ଦୁଇଟି ଘଟଣା ଏକ ସାଧାରଣ ସୂତ୍ରକୁ ଇଙ୍ଗିତ କରୁଛି: ନିୟମ ଉଲ୍ଲଂଘନ, ଅନୁମତିରେ ଅସଂଗତି ଓ ଯାଞ୍ଚ ପ୍ରଣାଳୀର ଦୃବଳତା। ଅଗ୍ନିନିରାପତ୍ତା:…

Read More