Author: NAZMEEN PARWEEN

ଅମିତ ଶାହଙ୍କ ଆଶୀର୍ବାଦ ପାଇଲେ କି ମୋହନ ମାଝୀ ? ଓଡ଼ିଶା ବିଜେପିରେ ବଦଳୁଛି କି ଶକ୍ତି ସମୀକରଣ ? ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟି ସରକାରକୁ ନେଇ ଏବେ ସବୁଠାରୁ ବଡ଼ ରାଜନୈତିକ ପ୍ରଶ୍ନ ହେଉଛି—ଏବେ କି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ? ଗତ କିଛି ମାସ ଧରି ଏହି ପ୍ରଶ୍ନ ନେଇ ଦଳୀୟ ମହଳରୁ ଆରମ୍ଭ କରି ପ୍ରଶାସନିକ କରିଡୋର ପର୍ଯ୍ୟନ୍ତ ବହୁ ଚର୍ଚ୍ଚା ହୋଇଛି। କେବେ କୁହାଗଲା ନୂଆ ମୁହଁ ଆସିବେ, କେବେ କୁହାଗଲା କିଛି ମନ୍ତ୍ରୀଙ୍କ ଛୁଟି ହେବ, ପୁଣି କେବେ ଚର୍ଚ୍ଚା ହେଲା କେନ୍ଦ୍ରୀୟ ନେତୃତ୍ୱ ଅସନ୍ତୁଷ୍ଟ ଥିବାରୁ ମୋହନ ସରକାରରେ ବଡ଼ ପରିବର୍ତ୍ତନ ହେବ। କିନ୍ତୁ ପ୍ରତ୍ୟେକ ଥର ଚର୍ଚ୍ଚା ଯେପରି ହଠାତ୍ ଉଠୁଥିଲା, ସେପରି ହିଁ ଶାନ୍ତ ହୋଇଯାଉଥିଲା। ଏହାର ମୂଳ କାରଣ କ’ଣ ? ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କି ସତରେ…

Read More