Author: NAZMEEN PARWEEN

ଭାରତର ରାଜନୀତିରେ ଗୋଟେ ସମୟ ଥିଲା, ଯେତେବେଳେ “ସରକାର” ମାନେ କଂଗ୍ରେସ ଏବଂ ଦିଲ୍ଲୀର ଶକ୍ତି ମାନେ ଗାନ୍ଧୀ ପରିବାର ବୋଲି ଧରାଯାଉଥିଲା। ସ୍ୱାଧୀନତା ପରେ ଦଶକ ଦରି ଭାରତୀୟ ରାଜନୀତିର କେନ୍ଦ୍ରବିନ୍ଦୁ ଥିବା କଂଗ୍ରେସ ଆଜି ଅନେକ ରାଜ୍ୟରେ ନିଜ ଅସ୍ତିତ୍ୱ ରକ୍ଷା ପାଇଁ ଲଢ଼ୁଛି। ଏହି ପରିସ୍ଥିତିରେ ଗୋଟେ ପ୍ରଶ୍ନ ପୁଣି ଜୋରଦାର ଭାବେ ଉଠୁଛି — କଂଗ୍ରେସ ସତରେ ପୁଣି ଫେରିପାରିବ କି, ନା ଭାରତର ସବୁଠୁ ପୁରୁଣା ଦଳ ଧୀରେ ଧୀରେ ଇତିହାସର ଅଂଶ ହେଉଛି? ସ୍ୱାଧୀନତାରୁ ସର୍ବଶକ୍ତିଶାଳୀ ଦଳ ପର୍ଯ୍ୟନ୍ତ ୧୯୪୭ରେ ଭାରତ ସ୍ୱାଧୀନ ହେବା ପରେ ଗଣତନ୍ତ୍ରର ନୂଆ ଅଧ୍ୟାୟ ଆରମ୍ଭ ହେଲା ଏବଂ ସେହି ଅଧ୍ୟାୟର ପ୍ରଥମ ନାମ ଥିଲା କଂଗ୍ରେସ। ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ଦଳ ଦେଶର ରାଜନୈତିକ ଓ ପ୍ରଶାସନିକ ଦିଗ ନିର୍ଦ୍ଦେଶନା କଲା। ଗାଁରୁ ସହର ପର୍ଯ୍ୟନ୍ତ, କୃଷକରୁ ମଧ୍ୟବର୍ଗ ପର୍ଯ୍ୟନ୍ତ, କଂଗ୍ରେସର ପ୍ରଭାବ ସ୍ପଷ୍ଟ ଥିଲା।…

Read More