Author: NAZMEEN PARWEEN

ତାମିଲ ସିନେମାର ଲୋକପ୍ରିୟ ଅଭିନେତା ବିଜୟଙ୍କ ତାମିଳନାଡୁ ରାଜନୀତିରେ ଉଦୟ କେବଳ ଜଣେ ଅଭିନେତାଙ୍କର ରାଜନୀତିକ ପ୍ରବେଶ ଭାବେ ଦେଖାଯାଉନାହିଁ। ବିଶ୍ଳେଷକମାନଙ୍କ ମତରେ, ଏହା ଭାରତୀୟ ରାଜନୀତିରେ ଏକ ନୂଆ “generation shift” ର ସଙ୍କେତ ହୋଇପାରେ। ସିନେମାର “ଥଲପତି” ଭାବେ ପରିଚିତ ବିଜୟ ଏବେ ତାମିଳନାଡୁର ନୂଆ ରାଜନୀତିକ ମୁହଁ ଭାବେ ଉଭୁଇଛନ୍ତି। ତାଙ୍କର ଶପଥ ଗ୍ରହଣ ଶୈଳୀ, ପୋଶାକ ଏବଂ ପ୍ରଶାସନିକ ଭାଷା ସୋସିଆଲ ମିଡିଆ ଠାରୁ ରାଜନୀତିକ ମଞ୍ଚ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇଛି। DMK-AIADMK ରାଜନୀତିକୁ ଦେଲେ ଚ୍ୟାଲେଞ୍ଜ ଦୀର୍ଘ ଦଶକ ଧରି ତାମିଳନାଡୁର ରାଜନୀତି ମୁଖ୍ୟତଃ DMK ଓ AIADMK ଦଳକୁ କେନ୍ଦ୍ର କରି ଘୁରୁଥିଲା। କରୁଣାନିଧି, ଜୟଲଳିତା, ଏମ୍. କେ. ଷ୍ଟାଲିନ ଭଳି ନେତାମାନଙ୍କ ନାମ ବଦଳୁଥିଲା, କିନ୍ତୁ ରାଜନୀତିକ ସଂରଚନା ପ୍ରାୟ ସମାନ ରହିଥିଲା। କିନ୍ତୁ ୨୦୨୬ର ନିର୍ବାଚନରେ ବିଜୟଙ୍କ ଦଳ “ତାମିଲଗା ଭେକ୍ଟ୍ରି କାଗଜମ” (TVK) ଅପେକ୍ଷାକୃତ ଭାବେ ଶକ୍ତିଶାଳୀ…

Read More