Author: NAZMEEN PARWEEN

ଓଡ଼ିଶାର ଚାନ୍ଦିପୁର ଉପକୂଳ ନିକଟରେ ବଙ୍ଗୋପସାଗର ଅଞ୍ଚଳରେ ହୋଇଥିବା ଏକ ରହସ୍ୟମୟ ଦୀର୍ଘପଥ କ୍ଷେପଣାସ୍ତ୍ର ପରୀକ୍ଷାକୁ ନେଇ ଏବେ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ତୀବ୍ର ହୋଇଛି। ରକ୍ଷା ବିଶେଷଜ୍ଞମାନଙ୍କ ମତାନୁସାରେ, ଏହି ପରୀକ୍ଷା ଭାରତର ନୂତନ ପିଢ଼ିର Intercontinental Ballistic Missile (ICBM) ପ୍ରୋଗ୍ରାମ ସହ ଜଡିତ ହୋଇପାରେ। ସରକାର କିମ୍ବା DRDO ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ଜାରି ହୋଇନଥିବା ସତ୍ତ୍ୱେ, କିଛି ରିପୋର୍ଟରେ ଦାବି କରାଯାଇଛି ଯେ ଏହା ଅଗ୍ନି-୬ କିମ୍ବା ସେହି ଶ୍ରେଣୀର ଏକ ଅତ୍ୟାଧୁନିକ ଦୀର୍ଘପଥ ମିସାଇଲ ହୋଇପାରେ। ଏହାର ସମ୍ଭାବ୍ୟ ରେଞ୍ଜ ୧୦,୦୦୦ କିଲୋମିଟରରୁ ଅଧିକ ଥାଇପାରେ ବୋଲି ଅନୁମାନ କରାଯାଉଛି। ଯଦି ଏହି ସୂଚନା ସତ୍ୟ ସାବିତ ହୁଏ, ତେବେ ଭାରତ ସେହି କିଛି ଶକ୍ତିଶାଳୀ ଦେଶଙ୍କ ଶ୍ରେଣୀରେ ଯୋଗ ଦେଇପାରେ, ଯେଉଁମାନଙ୍କ ପାଖରେ ହଜାର ହଜାର କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ପରମାଣୁ ଅସ୍ତ୍ର ମାଧ୍ୟମରେ ଆଘାତ କରିବାର କ୍ଷମତା…

Read More