Author: NAZMEEN PARWEEN

ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତା ଅଞ୍ଚଳରେ ଘଟିଥିବା ଏକ ଚର୍ଚ୍ଚିତ ଘଟଣା ଓଡ଼ିଶାର ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ଏହି ଘଟଣାରେ GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବାବେଳେ, ଘଟଣାକୁ କେନ୍ଦ୍ର କରି ମହିଳା ନିର୍ଯାତନା ଅଭିଯୋଗ, ଭିଡ଼ ହିଂସା ଓ ପୋଲିସ୍ ବ୍ୟବସ୍ଥାର ଭୂମିକା ନେଇ ଚର୍ଚ୍ଚା ତୀବ୍ର ହୋଇଛି। ଘଟଣା କ’ଣ ଥିଲା? ମେ ୭ ତାରିଖରେ ବାଲିଅନ୍ତା ଅଞ୍ଚଳରେ ଦୁଇଜଣ ମହିଳା ସ୍କୁଟିରେ ଯାଉଥିବାବେଳେ ତାଙ୍କ ସହ ଅସଦାଚରଣ ହୋଇଥିବା ଅଭିଯୋଗ ଆସିଥିଲା। ଅଭିଯୋଗ ଅନୁସାରେ, GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଓମ ପ୍ରକାଶ ରାଉତ ମହିଳାମାନଙ୍କୁ ଅଶ୍ଳୀଳ କଥା କହିଥିଲେ ଏବଂ ଆକ୍ରମଣ କରିଥିଲେ। ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ମାଡ଼ ମାରାଯାଇଥିଲା, ଗଳା ଚେପାଯାଇଥିଲା ଏବଂ କପଡ଼ା ଚିରିଦିଆଯାଇଥିଲା। ଏହି ଅଭିଯୋଗ ଯଦି ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ଗୁରୁତର…

Read More