Author: NAZMEEN PARWEEN

ଭାରତ-ବାଲାଂଦେଶ ସୀମାକୁ ନେଇ ପୁଣିଥରେ ଜାତୀୟ ସୁରକ୍ଷା ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ପଶ୍ଚିମବଙ୍ଗରେ BJP ସରକାର ଗଠନ ପରେ ସୀମା ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ନିଆଯାଇଥିବା ଖବର ଆସୁଛି। ଭାରତ-ବାଲାଂଦେଶ ସୀମାର ସେହି ୫୬୯ କିଲୋମିଟର ଅଞ୍ଚଳ, ଯେଉଁଠାରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାଡ଼ ହୋଇନଥିଲା, ସେଠାରେ ଏବେ ତ୍ୱରିତ ଗତିରେ ସୀମା ବାଡ଼ ନିର୍ମାଣ କରାଯିବ। ସୂଚନା ଅନୁସାରେ, BSF କୁ ଜମି ହସ୍ତାନ୍ତର ପ୍ରକ୍ରିୟା ୪୫ ଦିନ ମଧ୍ୟରେ ସମାପ୍ତ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଦୀର୍ଘ ବର୍ଷ ଧରି ଯେଉଁ ଅଞ୍ଚଳଗୁଡ଼ିକ ଅନୁପ୍ରବେଶ, ଚୋରାଚାଳାନ ଓ ଅବୈଧ ନେଟୱର୍କ ପାଇଁ ସେନ୍ସିଟିଭ୍ ଭାବେ ଚିହ୍ନଟ ହୋଇଆସୁଥିଲା, ସେଠାରେ ଏବେ କଠୋର ସୁରକ୍ଷା ବ୍ୟବସ୍ଥା ହେବାକୁ ଯାଉଛି। କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ୫୬୯ କିମି ସୀମା? ଭାରତ-ବାଲାଂଦେଶ ସୀମାର ମୋଟ ଲମ୍ବାଇ ପ୍ରାୟ ୪୦୯୬ କିଲୋମିଟର। ଏଥିରୁ ପ୍ରାୟ ୨୨୧୬ କିଲୋମିଟର ସୀମା ପଶ୍ଚିମବଙ୍ଗ ଭିତରେ…

Read More