Author: NAZMEEN PARWEEN

ପଶ୍ଚିମବଙ୍ଗରେ ରାଜନୈତିକ ପରିବର୍ତ୍ତନ ପରେ ସୀମା ଅଞ୍ଚଳରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେପି ଶାସନକୁ ଆସିବା ପରେ ଅବୈଧ ଅନୁପ୍ରବେଶ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ଘୋଷଣା ହେବା ସହିତ କିଛି ସୀମା ଅଞ୍ଚଳରେ ଭୟ ଓ ଅସ୍ଥିରତାର ପରିବେଶ ସୃଷ୍ଟି ହୋଇଥିବା ଦାବି କରାଯାଉଛି। ସ୍ଥାନୀୟ ସୂତ୍ର ଅନୁସାରେ, ଉତ୍ତର 24 ପରଗଣା ଏବଂ ମୁର୍ଶିଦାବାଦ ଭଳି ସୀମାବର୍ତ୍ତୀ ଅଞ୍ଚଳରେ କିଛି ପରିବାର ହଠାତ୍ ଘର ଛାଡ଼ୁଥିବା ଦେଖାଯାଇଛି। କେହି ବ୍ୟାଗ ନେଇ, କେହି ପରିବାର ସହ ଅଞ୍ଚଳ ଛାଡ଼ୁଥିବା ଘଟଣା ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ବଢ଼ିଛି। ଏହା ପରେ ପ୍ରଶ୍ନ ଉଠୁଛି—ଯଦି ସେମାନେ ବୈଧ ଭାରତୀୟ ନାଗରିକ, ତେବେ ଭୟ କାହିଁକି? “ଆସାମ ମଡେଲ” ଉପରେ କାର୍ଯ୍ୟାନୁଷ୍ଠାନର ସଙ୍କେତ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ Suvendu Adhikari କହିଛନ୍ତି ଯେ, ଆସାମର NRC ମଡେଲ ଭଳି ଅବୈଧ ଅନୁପ୍ରବେଶ ବିରୋଧରେ ଅଭିଯାନ ଚାଲିପାରେ। ସେହି…

Read More