Author: NAZMEEN PARWEEN

ତାମିଲନାଡୁରେ ବିଜେପି ପାଇଁ “ଟ୍ରମ୍ପକାର୍ଡ” ଅନ୍ନାମଲାଇ? ନିର୍ବାଚନ ପରେ ବଢ଼ୁଛି ଚର୍ଚ୍ଚା ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ରାଜ୍ୟର ରାଜନୀତିରେ ଏକ ନୂଆ ସମୀକରଣ ଦେଖାଦେଇଛି। ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଥଲପତିଙ୍କ ଦଳ ଭାରି ସଫଳତା ହାସଲ କରିଥିବାବେଳେ, ବିଜେପିର ରଣନୀତି ଏବଂ କେ. ଅନ୍ନାମଲାଇଙ୍କ ଭୂମିକାକୁ ନେଇ ଏବେ ରାଜନୈତିକ ମହଳରେ ବିଶେଷ ଚର୍ଚ୍ଚା ଚାଲିଛି। ବିଜୟଙ୍କ ଉଦୟ, DMK-AIADMK କୁ ଝଟକା ତାମିଲନାଡୁ ନିର୍ବାଚନରେ ବିଜୟ ଥଲପତିଙ୍କ ଦଳ ୧୦୮ଟି ଆସନ ଜିତି ରାଜ୍ୟର ରାଜନୀତିରେ ଏକ ବଡ଼ ଶକ୍ତି ଭାବେ ଉଭୁକି ଆସିଛି। ଏହି ଫଳାଫଳ DMK ଏବଂ AIADMK ଭଳି ପାରମ୍ପରିକ ଦଳମାନଙ୍କ ପାଇଁ ବଡ଼ ଝଟକା ବୋଲି ଦେଖାଯାଉଛି। ଅନ୍ୟପଟେ, ବିଜେପି AIADMK ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। କିନ୍ତୁ ଏହି ମେଣ୍ଟ ଦଳକୁ ଆଶାକରା ସଫଳତା ଦେଇପାରିଲା ନାହିଁ। ବିଜେପିର ଭୋଟ୍ ପ୍ରତିଶତ ମାତ୍ର ୩.୬% ରହିଥିବାବେଳେ, ଦଳ…

Read More