Author: NAZMEEN PARWEEN

ଓଡ଼ିଶାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ନିଯୁକ୍ତିରେ ବ୍ରେକ୍? ବିଜେପି ଭିତରେ ବଢ଼ୁଛି ଅପେକ୍ଷା ଓ ଅସନ୍ତୋଷ ଓଡ଼ିଶାରେ ମୋହନ ଚରଣ ମାଝୀ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ ନିଯୁକ୍ତିକୁ ନେଇ ଦୀର୍ଘଦିନ ଧରି ଚାଲୁଥିବା ଚର୍ଚ୍ଚା ଏବେ ହଠାତ୍ ନିରବ ହୋଇଯାଇଛି। ଶାସକ ଦଳର ଅନେକ ବିଧାୟକ ଓ ସଂଗଠନୀୟ ନେତା ଆଶାରେ ଥିବାବେଳେ, “ଆର୍ଥିକ କଟକଣା”ର ସଙ୍କେତ ସମସ୍ତ ରାଜନୈତିକ ଗଣିତକୁ ପ୍ରଭାବିତ କରିଛି। ରାଜନୈତିକ ମହଳରେ ଏବେ ପ୍ରଶ୍ନ ଉଠୁଛି—ସରକାର ସତରେ ଖର୍ଚ୍ଚ କମେଇବା ପାଇଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ନିଯୁକ୍ତି ଅଟକାଇଦେଇଛି କି, ନା ଏହା ପଛରେ ଆଉ କୌଣସି ବଡ଼ ରାଜନୈତିକ ରଣନୀତି ରହିଛି? ଶାସକ ଦଳରେ ବଢ଼ିଥିଲା ଆଶା ଓଡ଼ିଶାରେ ବିଜେପି ସରକାର ଗଠନ ପରେ ଦଳର ଅନେକ ନେତା ଓ ବିଧାୟକ ମନ୍ତ୍ରୀପଦ, ନିଗମ ଅଧ୍ୟକ୍ଷ ପଦ ଓ ବୋର୍ଡ ଚେୟାରମ୍ୟାନ ପଦବୀ ପାଇଁ ଆଶା ରଖିଥିଲେ। ବିଶେଷକରି…

Read More