Author: NAZMEEN PARWEEN

ଦେଶର ରାଜନୈତିକ ଏବଂ ସାମାଜିକ ପରିପ୍ରେକ୍ଷୀରେ ବଲିଉଡ୍ ପ୍ରତି ଲୋକଙ୍କର ଏକ ଭିନ୍ନ ଆକର୍ଷଣ ରହିଥାଏ। କିନ୍ତୁ ଯେତେବେଳେ ଜାତୀୟ ନିରାପତ୍ତା ଏବଂ ଆନ୍ତର୍ଜାତୀକ ସଙ୍କଟ କଥା ଉଠେ, ସେତେବେଳେ ଏହି ଚେହେରାଗୁଡ଼ିକର ଅସଲ ମୁଖା ଖୋଲିଯାଏ। ଦେଶର ଶାନ୍ତି ଓ ସ୍ଥିରତା ସମୟରେ ଯେଉଁମାନଙ୍କୁ ଭାରତର ମାଟି ‘ବୋର’ ଲାଗେ, ସେମାନେ ଆଜି ଯୁଦ୍ଧ ଜର୍ଜରିତ ଆକାଶ ତଳେ ବଙ୍କର ଖୋଜୁଛନ୍ତି। ଇରାନ-ଇସ୍ରାଏଲ୍ ମଧ୍ୟରେ ଘୋଟି ଆସିଥିବା ଯୁଦ୍ଧର କଳାବାଦଲ ଏବଂ ଖାଡ଼ି ଦେଶମାନଙ୍କରେ ସୃଷ୍ଟି ହୋଇଥିବା ଅସ୍ଥିରତା ଏବେ ବଲିଉଡ୍‌ର ସେହି ତଥାକଥିତ ସୁପରଷ୍ଟାର୍‌ମାନଙ୍କୁ ଏକ ବଡ଼ ଶିକ୍ଷା ଦେଇଛି, ଯେଉଁମାନେ ବିଦେଶର ପବନରେ ନିଜକୁ ଅଧିକ ‘ଆଧୁନିକ’ ମନେ କରୁଥିଲେ। ୧. ବିଳାସର ପ୍ରାସାଦରୁ ବଙ୍କରର ଅନ୍ଧାର: ଦୁବାଇର ସେହି ‘ଦ୍ୱିତୀୟ ଘର’ ବଲିଉଡ୍‌ର ବାଦଶାହା କୁହାଯାଉଥିବା ଶାହରୁଖ ଖାନଙ୍କଠାରୁ ଆରମ୍ଭ କରି ନୂଆ ପିଢ଼ିର ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ପର୍ଯ୍ୟନ୍ତ— ସମସ୍ତଙ୍କ ପାଇଁ…

Read More