Author: NAZMEEN PARWEEN

ଭାରତୀୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ରାଜ୍ୟ ପଶ୍ଚିମବଙ୍ଗରେ ଏବେ ‘ସବୁ କିଛି ଠିକ୍ ଚାଲିନାହିଁ’। ଯେଉଁ ମାଟିରେ ଦିନେ ‘ମା-ମାଟି-ମାନୁଷ’ର ନାରା ଦେଇ ମମତା ବାନାର୍ଜୀ କ୍ଷମତାକୁ ଆସିଥିଲେ, ଆଜି ସେହି ମାଟିର ଗଣତାନ୍ତ୍ରିକ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ ସାମ୍ନାକୁ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ବାର୍ତ୍ତା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ବାର୍ତ୍ତା କୌଣସି ଜନ କଲ୍ୟାଣକାରୀ ଘୋଷଣା ନୁହେଁ, ବରଂ ଏଥିରେ ରହିଛି ଏକ ଗୂଢ଼ ଶବ୍ଦର ଧମକ, ଯାହା ବଙ୍ଗଳାର ହିନ୍ଦୁ ଏବଂ ସାଧାରଣ ଜନତାଙ୍କ ମନରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହେଉଛି। ୧. ‘ଆମି ଯଦି ନା ଥାକି…’: ଏହା କଣ କେବଳ ଭାବପ୍ରବଣତା? ନିକଟରେ ଏକ ସଭାରେ ମମତା ବାନାର୍ଜୀ ବଙ୍ଗାଳୀ ଭାଷାରେ କହିଛନ୍ତି, “ଆମି ଆର ବୋଲବୋ ନା, ଆପନାରା ସବାଇ ଭାଲୋ ଆଛେନ୍? ଯଦି ଆମି ନା ଥାକି…” (ଅର୍ଥାତ୍, ମୁଁ…

Read More