Author: NAZMEEN PARWEEN

ବିଜେପି ସରକାରର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ନିଜକୁ ମହିମାମଣ୍ଡନ କରିବାକୁ ଯେଉଁ ଅପଚେଷ୍ଟା କରିଛି, ତାହା ଆଜି ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାରୀ ବାହାବାହି ଭିତରେ ଲଜ୍ଜାହୀନ ଭାବେ କୁହାଯାଉଛି ଯେ, ରାଜ୍ୟ ସରକାର କେବଳ ମଦ ଦୋକାନ ଲଟେରୀ ଆପ୍ଲିକେସନ୍ ଫି’ ବାବଦକୁ ସର୍ବକାଳୀନ ରେକର୍ଡ ଭାଙ୍ଗି ପ୍ରାୟ ୮୪୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି! କିନ୍ତୁ ପ୍ରଶ୍ନ ଉଠୁଛି—ଏହି ୮୪୦ କୋଟି ଟଙ୍କା କଣ ଓଡ଼ିଶାର ବିକାଶର ପ୍ରତୀକ, ନା ହଜାର ହଜାର ଗରିବ ଏବଂ ମଧ୍ୟବିତ୍ତ ପରିବାରର ଘର ଉଜାଡ଼ିବାର ଏକ ଆବେଦନ ପତ୍ର? ଦୋକାନ ଖୋଲି ମଦ ବିକ୍ରି ହେବା ତ ଦୂରର କଥା, କେବଳ ଲାଇସେନ୍ସ ପାଇଁ ଆବେଦନ କରିବା ବାବଦକୁ ଓଡ଼ିଶା ସରକାରଙ୍କ ଖାତାକୁ ଏକାସଙ୍ଗେ ଏତେ ବଡ଼ ରାଜସ୍ୱ ଆସିଛି, ଯାହା ଶୁଣିଲେ ଆପଣ ମଧ୍ୟ ଦାନ୍ତରେ ଆଙ୍ଗୁଠି ଦେବେ। ରାଜ୍ୟରେ…

Read More