Author: NAZMEEN PARWEEN

ବାଲିଘାଟରୁ କ୍ରସର ପର୍ଯ୍ୟନ୍ତ: ଅବୈଧ ଖଣି କାରବାରକୁ ନେଇ ଯାଜପୁରରେ ଉଠିଲା ପ୍ରଶ୍ନ, ରାଜସ୍ୱ କ୍ଷତି ନେଇ ବଢ଼ୁଛି ଚିନ୍ତା ଓଡ଼ିଶାରେ ଅବୈଧ ବାଲି ଉତ୍ତୋଳନ ଓ କ୍ରସର ବ୍ୟବସାୟକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ଯାଜପୁର ଜିଲ୍ଲାର ମନୋହରପୁର ଅଞ୍ଚଳରେ ଚାଲୁଥିବା ବାଲିଘାଟ କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ମହଳରେ ଗମ୍ଭୀର ପ୍ରଶ୍ନ ଉଠୁଛି। ଅଭିଯୋଗ ହେଉଛି, ଅବୈଧ ବାଲି ଚାଲାଣ ଓ କ୍ରସର ବ୍ୟବସାୟ ଫଳରେ ରାଜ୍ୟ ସରକାରଙ୍କ ରାଜସ୍ୱ କ୍ଷତି ହେଉଥିବା ସହ ପରିବେଶ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ବର୍ଷ ମଧ୍ୟରେ ବାଲି ଓ ଖଣି ବ୍ୟବସାୟ ସହ ଜଡ଼ିତ କିଛି ବ୍ୟକ୍ତିଙ୍କ ଆର୍ଥିକ ପ୍ରଭାବ ଅସାଧାରଣ ଭାବେ ବଢ଼ିଛି। ଏହି ପରିପ୍ରେକ୍ଷିତରେ ସନ୍ଦିପ ବରୁଣ ଜେନା ଓରଫ ବାବୁନି ଜେନାଙ୍କ ନାମ ସ୍ଥାନୀୟ ମହଳରେ ଚର୍ଚ୍ଚାରେ ରହିଛି। ଯଦିଓ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ…

Read More