Author: NAZMEEN PARWEEN

ରାଜନୀତିରେ କୌଣସି ତାରିଖ କଣ କାହା ପାଇଁ ‘କାଳ’ ସାଜିପାରେ? କୌଣସି ଏକ ନିର୍ଦ୍ଦିଷ୍ଟ ଦିନ କଣ ଗୋଟିଏ ବଡ଼ ଆଞ୍ଚଳିକ ଦଳର ଭାଗ୍ୟ ବଦଳାଇ ଦେଇପାରେ? ଆଜି ଆମେ ଆପଣଙ୍କୁ ଓଡ଼ିଶା ରାଜନୀତିର ସେହି ରହସ୍ୟମୟ ଏବଂ ଚାଞ୍ଚଲ୍ୟକର ସଂଯୋଗ ବିଷୟରେ ଜଣାଇବୁ, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଓଡ଼ିଶାର ସବୁଠାରୁ ପ୍ରଭାବଶାଳୀ ଏବଂ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଶାସନ ଗାଦିରେ ଥିବା ଆଞ୍ଚଳିକ ଦଳ ‘ବିଜୁ ଜନତା ଦଳ’ ବା ବିଜେଡି। କାଗଜ କଲମରେ ଏହି ଦଳ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଗଠନ ହୋଇଥିଲା। କିନ୍ତୁ ଇତିହାସର ପୃଷ୍ଠା ଓଲଟାଇଲେ ଜଣାପଡ଼େ, ‘ମଇ ମାସ ୨୯ ତାରିଖ’ ବିଜେଡି ରାଜନୀତିରେ ଏକ ଏଭଳି ଦିନ, ଯାହା ଦଳ ପାଇଁ କେତେବେଳେ ସଫଳତାର ଶୀର୍ଷ ଆଣିଛି ତ କେତେବେଳେ ସର୍ବନାଶର କାରଣ ସାଜିଛି। ଆଜି ଆମେ ବିଶ୍ଳେଷଣ କରିବା, କାହିଁକି…

Read More