Author: NAZMEEN PARWEEN

ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ରାଜ୍ୟ ସରକାର ଶିଳ୍ପ ବିକାଶ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛନ୍ତି। ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୪ଟି ଜିଲ୍ଲାରେ ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ମୋଟ ୩୯ ହଜାର ୩୮୩ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଛି। ଏହି ପଦକ୍ଷେପ ରାଜ୍ୟର ଶିଳ୍ପ ଅର୍ଥନୀତିକୁ ନୂଆ ଗତି ଦେବା ସହ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ ବୋଲି ଆଶା କରାଯାଉଛି। କଳିଙ୍ଗନଗର ଓଡ଼ିଶାର ଏକ ପ୍ରମୁଖ ଶିଳ୍ପାଞ୍ଚଳ ଭାବେ ପରିଚିତ। ଇସ୍ପାତ ଓ ଧାତୁ ଶିଳ୍ପ ସହିତ ଜଡ଼ିତ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଏହି ଅଞ୍ଚଳର ଅର୍ଥନୈତିକ ପରିଚୟକୁ ମଜବୁତ କରିଛି। ଏଠାରୁ ୧୪ଟି ଜିଲ୍ଲାର ଶିଳ୍ପ ପ୍ରକଳ୍ପକୁ ନେଇ ହୋଇଥିବା ଏହି ପଦକ୍ଷେପ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶିଳ୍ପ କାର୍ଯ୍ୟକଳାପ ବିସ୍ତାର…

Read More