Author: NAZMEEN PARWEEN

ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ରାଜନୀତିରେ ଅନେକ ନୂତନ ସମୀକରଣ ଦେଖିବାକୁ ମିଳୁଛି। ବିଶେଷ କରି ଦଳ ଭିତରେ କ୍ଷମତାର କେନ୍ଦ୍ରବିନ୍ଦୁ ଏବଂ ନେତାମାନଙ୍କ ପରସ୍ପର ଭିତରେ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏକଦା ଯେଉଁ ନେତାଜଣକ ନିଜକୁ ରାଜ୍ୟ ବିଜେପିର ସର୍ବେସର୍ବା ଏବଂ କ୍ଷମତାର ମୁଖ୍ୟ ଚାଳକଭାବେ ପରିଚିତ କରାଉଥିଲେ, ଆଜି ସେହି ପୂର୍ବତନକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପରେ ସିଧାସଳଖ ଆଲୋଚନା ବଦଳରେ ଚିଠି ଲେଖିବାକୁ ବାଧ୍ୟ ହେଉଛନ୍ତି? କାହିଁକି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କୁ ନେଇ ରାଜନୈତିକ କରିଡରରେ ଏତେ ଚର୍ଚ୍ଚା ଚାଲିଛି? ଗତ କିଛିବର୍ଷ ଧରି ଓଡ଼ିଶା ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଥିଲା, ସେକଥା କାହାକୁ ଅଜଣା ନୁହେଁ। କେନ୍ଦ୍ରରେ ଶକ୍ତିଶାଳୀ ମନ୍ତ୍ରୀ ହେବା ସାଙ୍ଗକୁ ରାଜ୍ୟର ପ୍ରାୟ ସମସ୍ତ ବଡ଼ ନୀତିଗତ ଏବଂ…

Read More