Author: NAZMEEN PARWEEN

ରାଜନୀତିରେ କୌଣସି ନିଷ୍ପତ୍ତି ଆକସ୍ମିକ ନୁହେଁ। ଯେବେ ବିଜୁ ଜନତା ଦଳ ତାର ସବୁଠାରୁ ଦକ୍ଷ ଏବଂ ବାଗ୍ମୀ ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ନେତା ପଦରୁ ହଟାଇଲା, ସେତେବେଳେ ଅନେକ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିଲା। କିନ୍ତୁ ଶେଷରେ ଯେଉଁ ନାମ ଉପରେ ମୋହର ବାଜିଲା, ତାହା ପ୍ରମାଣ କଲା ଯେ ଦଳରେ ଏବେ ବି ‘ପାଣ୍ଡିଆନ ଗୋଷ୍ଠୀ’ର ଦବଦବା ଅକ୍ଷୁର୍ଣ୍ଣ ରହିଛି। ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ନେତା, ସୁଲତା ଦେଓଙ୍କୁ ଉପନେତା ଏବଂ ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରି ବିଜେଡି ସ୍ପଷ୍ଟ କରିଦେଇଛି ଯେ, ଆଗାମୀ ଦିନରେ ଦଳ ‘ଅଭିଜ୍ଞତା’ ଅପେକ୍ଷା ‘ଆନୁଗତ୍ୟ’ ଓ ‘ସମ୍ବଳ’କୁ ଅଧିକ ଗୁରୁତ୍ୱ ଦେବ। ମାନସ ମଙ୍ଗରାଜ: ଗଣମାଧ୍ୟମରୁ ଗାଦି ପର୍ଯ୍ୟନ୍ତ ଯାତ୍ରା ମାନସ ମଙ୍ଗରାଜ କେବଳ ଜଣେ ରାଜନେତା ନୁହନ୍ତି, ସେ ହେଉଛନ୍ତି ଜଣେ ଚତୁର ରଣନୀତିକାର। ପୂର୍ବ ନବୀନ ସରକାର ସମୟରେ ମିଡିଆ ଆଡଭାଇଜର ଭାବେ ସେ ନିଜର…

Read More